ETV Bharat / state

ତେଲ ମିଲ୍ ଚଲାଇ ସ୍ୱାବଲମ୍ବୀ କ୍ଷୀରୋଦ; ଶୁଦ୍ଧ ତେଲର ବଢୁଛି ଚାହିଦା, ବାହାରୁ ଆସୁଛି ଅର୍ଡର - Khirod Kumar Behera Success

author img

By ETV Bharat Odisha Team

Published : Aug 7, 2024, 3:24 PM IST

Balasore Khirod Kumar Behera Success: ତେଲ ମିଲ୍ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଲେଶ୍ୱରର କ୍ଷୀରୋଦ କୁମାର ବେହେରା । ନିଜ ପରିଶ୍ରମ ବଳରେ ସେ ଶୁଦ୍ଧ ତେଲ ବିକ୍ରି କରି ଆଜି ସାଜିଛନ୍ତି ଜଣେ ସଫଳ ଯୁବକ । କେବଳ ଏତିକି ନୁହେଁ ସେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରି ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ,

ତେଲ ମିଲ୍ ଚଲାଇ ସ୍ୱାବଲମ୍ବୀ କ୍ଷୀରୋଦ; ଶୁଦ୍ଧ ତେଲର ବଢୁଛି ଚାହିଦା, ବାହାରୁ ଆସୁଛି ଅର୍ଡର
ତେଲ ମିଲ୍ ଚଲାଇ ସ୍ୱାବଲମ୍ବୀ କ୍ଷୀରୋଦ; ଶୁଦ୍ଧ ତେଲର ବଢୁଛି ଚାହିଦା, ବାହାରୁ ଆସୁଛି ଅର୍ଡର (ETV Bharat Odisha)

ବାଲେଶ୍ୱର: ଆଜିର ସମୟରେ ଚାକିରି ଖଣ୍ଡେ ପାଇଁ ପ୍ରାୟ ସମସ୍ତେ ଅନେକ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଦିନରାତି ପରିଶ୍ରମ କରି କେମିତି ଭଲ ଚାକିରିଟିଏ ମିଳି ପାରିବ ସେନେଇ ଯୁବଗୋଷ୍ଠୀ ସଂଘର୍ଷ କରୁଛନ୍ତି । ଏହାରି ଭିତରେ ନିଜେ କେମିତି ନିଜକୁ ସ୍ୱାବଲମ୍ବୀ କରାଇ ପାରିବେ ସେନେଇ ଅଧିକାଂଶ ଯୁବକ ଯୁବତୀ ଭୁଲି ଯାଇଥାନ୍ତି । ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଜଣେ ଯୁବକ ନିଜ ପରିଶ୍ରମରେ ନିଜେ ସ୍ୱାବଲମ୍ବୀ ହେବାସହ ଏବେ ସେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି । ସେ ହେଉଛନ୍ତି ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳର ଗଜେନ୍ଦ୍ର ପ୍ରସାଦ ବେହେରାଙ୍କ ପୁଅ କ୍ଷୀରୋଦ କୁମାର ବେହେରା ।

ସ୍ୱାବଲମ୍ବୀ କ୍ଷୀରୋଦ

କ୍ଷୀରୋଦ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇଥିବା ବେଳେ ଚାକିରି ପଛରେ ନ ଗୋଡ଼ାଇ ନିଜେ କେମିତି ସ୍ୱାବଲମ୍ବୀ ହେବେ ସେ ଚିନ୍ତାରେ ଲାଗି ପଡ଼ିଥିଲେ । ହଠାତ ତାଙ୍କ ମୁଣ୍ଡରେ ପଶିଥିଲା ଯେ କେମିତି ଶୁଦ୍ଧ ତେଲ ଲୋକମାନଙ୍କୁ ଯୋଗାଇ ଦିଆଯାଇପାରିବ । ସେନେଇ କ୍ଷୀରୋଦ ଆରମ୍ଭ କରିଥିଲେ ପ୍ରୟାସ । ପ୍ରଥମେ କ୍ଷୀରୋଦ ଏକ ପେଡ଼ା ମେସିନ କିଣି ସେଥିରେ ନଡ଼ିଆ, ଲିମ୍ବ, ସୋରିଷ, ହଳଦୀ, ଗହମ ଆଦି ବିଭିନ୍ନ ସାମଗ୍ରୀ ପେଡ଼ିବା ଆରମ୍ଭ କରିଥିଲେ । ଧୀରେ ଧୀରେ କ୍ଷୀରୋଦଙ୍କ ଶୁଦ୍ଧ ଏବଂ ଦେଶୀ ତେଲର ଚାହିଦା ବଢିବାକୁ ଲାଗିଥିଲା । ଏସବୁ ତେଲ କ୍ଷୀରୋଦ ସୁଲଭ ଦରରେ ବିକ୍ରି କରୁଥିବାରୁ ତାଙ୍କ ପାଖକୁ କେବଳ ସିମୁଳିଆ ନୁହେଁ ବରଂ ବାହାର ଅଞ୍ଚଳରୁ ଅର୍ଡର ଆସିବାକୁ ଲାଗିଥିଲା । ଏଥିରୁ ଭଲ ଦୁଇ ପଇସା ରୋଜଗାର କରିବା ସହ ପରିବାର ମଧ୍ୟ ଚଳାଇ ଆସୁଛନ୍ତି କ୍ଷୀରୋଦ ।

ବଢୁଛି ଶୁଦ୍ଧ ତେଲର ଚାହିଦା

କମ ମୂଲ୍ୟ ଏବଂ ସଠିକ ଭାବରେ ପେଡି ପାରୁଥିବାରୁ ଭଦ୍ରକ ଓ ବାଲେଶ୍ଵର ଅଞ୍ଚଳରୁ ଲୋକମାନେ ଆସି ଏଠାରେ ବିଭିନ୍ନ ସାମଗ୍ରୀ ପେଡିବାକୁ ଆଣିଥାନ୍ତି । ବଜାରରେ ମିଶ୍ରିତ ତେଲ ଲୋକମାନେ ପସନ୍ଦ କରୁନଥିବା ବେଳେ ଗ୍ରାମାଞ୍ଚଳରେ ଘଣା ତେଲର ଚାହିଦା ବଢୁଛି । କ୍ଷୀରୋଦ ନିଜେ ବିଭିନ୍ନ ସାମଗ୍ରୀ ପେଡ଼ିବା ପରେ ତାହାକୁ ବିକ୍ରି କରୁଥିବା ବେଳେ ଲୋକମାନେ କିମ୍ବା ଚାଷୀମାନଙ୍କ ସାମଗ୍ରୀ ମଧ୍ୟ ପେଡ଼ି ଭଲ ଦୁଇ ପଇସା ରୋଜଗାର କରନ୍ତି । ନଡ଼ିଆ ଚାଷୀମାନେ ନଡ଼ିଆ ଯୋଗାଇ ଦେଉଥିବା ବେଳେ ନଡ଼ିଆ ଏବଂ ନଡ଼ିଆ ତେଲ ବିକ୍ରି କରୁଛନ୍ତି କ୍ଷୀରୋଦ । ଏହାସହ ନଡ଼ିଆ ପେଡ଼ିଲେ କେଜି ପ୍ରତି 10 ଟଙ୍କା ଏବଂ ଖସା ଓ ସୋରିଷ ପେଡ଼ିବା ପାଇଁ କେଜି ପ୍ରତି 7 ଟଙ୍କା ନେଇଥାନ୍ତି କ୍ଷୀରୋଦ ।

'ଦିନକୁ କମାଉଛନ୍ତି ୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା'

ପ୍ରତିଦିନ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲାଭ କରୁଥିବା ବେଳେ କ୍ଷୀରୋଦ କହିଛନ୍ତି, ''ଏହି ତେଲ ମିଲ ଚଳାଇବା ପାଇଁ କୃଷି ବିବାଗ ପକ୍ଷରୁ ତାଙ୍କୁ ସହଯୋଗ କରାଯାଇଛି । ମେସିନ କିଣିବା ବେଳେ ରିହାତି ମଧ୍ୟ ତାଙ୍କୁ ମିଳିଛି ।'' ଏଥିପାଇଁ କୃଷି ବିଭାଗକୁ ମୁଁ ଧନ୍ୟବାଦ ଦେଇ କହିଛନ୍ତି, ''ସେମାନେ ଏମିତି ଏକ ତେଲ ମିଲ୍ ଚଳାଇବା ପାଇଁ ମୋତେ ପ୍ରୋତ୍ସାହନ ଯୋଗାଇଛନ୍ତି । ଯାହାଦ୍ୱାରା ମୁଁ ଏବଂ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଉପକୃତ ହୋଇପାରୁଛନ୍ତି ।''

ବାହାରୁ ଆସୁଛି ଅର୍ଡର

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାୟ ୧୫ ବର୍ଷ ଧରି ଏହି ତେଲ ମିଲ ମୋତେ ଓ ମୋ ପରିବାର ସୁରୁଖୁରୁରେ ଚଳାଇବା ପାଇଁ ଖୋରାକ୍ ଯୋଗାଇଛି । ମୋ ପାଖରେ ଦେଶୀ ତେଲ ମିଳୁଥିବାରୁ ଲୋକମାନେ ଏଠାକୁ ଆସିଥାନ୍ତି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସି ମୋ ପାଖରୁ ତେଲ ନେଇଥାନ୍ତି । ସୋରିଷ ଅମଳ ସମୟରେ ମହଜୁଦ ରଖିଥାଉ, ଲୋକଙ୍କ ଆବଶ୍ୟକତା ଅନୁସାରେ ମୁଁ ସେମାନଙ୍କୁ ତେଲ ଯୋଗାଇ ଦେଇଥାଉ । ଏଥିରେ ମୋ ବାପା ମୋତେ ସହଯୋଗ କରନ୍ତି ।"

ଗ୍ରାହକଙ୍କ ଜମୁଛି ଭିଡ଼

ସେହିପରି ଜଣେ ଗ୍ରାହକ କହିଛନ୍ତି, "ଆମଘରେ ଥିବା ଅଦରକାରୀ ନଡ଼ିଆ ନେଇ ପେଡ଼ିବା ପାଇଁ ଆସିଥିଲି । ସମୁଦାୟ 13 କେଜି ନଡ଼ିଆରୁ ପ୍ରାୟ ସାଢ଼େ 6 ଲିଟର ତେଲ ବାହାରିଛି । ଯେଉଁଥିରେ ଭାରି ଖୁସି ଲାଗୁଛି ଯେ ୧୩୦ ଟଙ୍କା ଖର୍ଚ୍ଚ କରି ଶୁଦ୍ଧ ତେଲ ମିଳିପାରିଛି ।"

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.