ETV Bharat / state

ସାଧାରଣ ନିର୍ବାଚନ ପ୍ରସ୍ତୁତି; ତତ୍ପର ବାଲେଶ୍ବର ଜିଲ୍ଲା ପ୍ରଶାସନ

Press Meet for General Election: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ସମଗ୍ର ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 18, 2024, 4:09 PM IST

General Election
General Election
General Election

ବାଲେଶ୍ବର: ନିର୍ବାଚନ ତାରିଖ ଘୋଷଣା ହେବା ସହ ଲାଗୁ ହୋଇସାରିଛି ଆଦର୍ଶ ଆଚରଣ ସଂହିତା । ଏନେଇ ବାଲେଶ୍ବର ଜିଲ୍ଲାରେ କିପରି ସ୍ବଚ୍ଛ ଓ ଅପରାଧ ମୁକ୍ତ ନିର୍ବାଚନ ହୋଇପାରିବ, ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାହାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ଏବଂ ଏସ୍‌ପି ମିଳିତ ଭାବେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରିବା ସହ ଜିଲ୍ଲା ଠାରୁ ବ୍ଲକ ପ୍ରଶାସନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ବାଲେଶ୍ୱରରେ ୭ମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାରେ ୭ମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ୭ ମେ' ୨୦୨୪ରେ ପ୍ରକାଶ ପାଇବ । ସେହିପରି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୪ ମେ' ରଖାଯାଇଛି । ୧୭ ମେ' ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବାବେଳେ ୧ ଜୁନରେ ମତଦାନ ଏବଂ ୪ ଜୁନରେ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ ଜିଲ୍ଲାସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ / ପ୍ରାର୍ଥୀକୈନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଗୁଡ଼ିକ ଯଥା ସି-ଭିଜିଲ ଆପ୍‌, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବିଷୟରେ ଲୋକମାନଙ୍କୁ ସଚେତନ କରାଯିବ ।

ଏହା ମଧ୍ୟ ପଢନ୍ତୁ- ପୁରୀରେ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଭୋଟ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ଜିଲ୍ଲାରେ ମୋଟ ୧୮,୭୮,୨୩୪ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ପୁରୁଷ ଭୋଟର ସଂଖ୍ୟା ୯,୫୬,୧୯୪ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୯,୨୧,୮୯୬ ରହିଛି । ସେହିପରି ଭାବରେ ଜିଲ୍ଲାରେ ୮ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ୨୮ଟି ଏଗଜିଲାରୀ ବୁଥ ସମେତ ୧୯୨୬ଟି ବୁଥରେ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରାଯାଇଛି । କୌଣସି ପ୍ରକାର ଦ୍ବନ୍ଦ୍ବ, ହିଂସା ଏବଂ ଅସାମାଜିକ କାର୍ଯ୍ୟର ତଦନ୍ତ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ କିଭଳି ଠିକ ସମୟରେ ଏବଂ ଠିକ ଉପାୟରେ ନିର୍ବାଚନ କରିହେବ, ସେଥିପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ ବୋଲି ଏସ୍‌ପି କହିଛନ୍ତି । ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ 17ଟି ପୋଲିସ ଫୋର୍ସ ମୁତୟନ କରାଯିବା ସହ 24ଟି ଫ୍ଲାଇଂ ସ୍କ୍ବାର୍ଡ ପୋଲିସ ପ୍ରଶାସନ ପକ୍ଷରୁ ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.