ETV Bharat / state

ଲଣ୍ଡନ ବୁକ୍ ଅଫ ୱାଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଶା ବାଲୁକା କଳା

London Book of World Records: ଲଣ୍ଡନ ବୁକ୍ ଅଫ ଓ୍ବାଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଲା ଓଡିଶାର କଳା ଓ ଐତିହ୍ୟ ଉପରେ ନିର୍ମିତ ବାଲୁକା କଳା । 40 ଫୁଟ ଉଚ୍ଚ ବାଲୁକା କଳା ତିଆରି କରି ଚର୍ଚ୍ଚାରେ ବଲାଙ୍ଗୀରର ବାଲୁକା ଶିଳ୍ପୀ ଓମ ପ୍ରକାଶ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 26, 2024, 1:34 PM IST

London Book of World Records
London Book of World Records
London Book of World Records

ବଲାଙ୍ଗୀର: ବାଲୁକା କଳାରେ ବିଶ୍ବ ରେକର୍ଡ କଲେ ବଲାଙ୍ଗୀରର ବାଲୁକା ଶିଳ୍ପୀ ଓମ ପ୍ରକାଶ । ତାଙ୍କ ଦ୍ବାରା ତିଆରି ହୋଇଥିବା 40 ଫୁଟ ଉଚ୍ଚ ବାଲୁକା କଳା ଲଣ୍ଡନ ବୁକ୍ ଅଫ ଓ୍ବାଲ୍ଡ ରେକର୍ଡ୍ସ ପୁସ୍ତକରେ ସ୍ଥାନ ପାଇଛି । ଓଡ଼ିଶାର କଳା ଐତିହ୍ୟ ଉପରେ ସେ ବାଲୁକା କଳା କରି ବିଶ୍ବ ରେକର୍ଡ କରିଛନ୍ତି । ଜାନୁଆରୀ 14 ତାରିଖ ମକର ମେଳା ଅବସରରେ ବଲାଙ୍ଗୀର ଗୁଡଭେଲା ବ୍ଲକ ବେଲଖଣ୍ଡି ଗ୍ରାମରେବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଏହାକୁ ପ୍ରଦର୍ଶିତ କରାଯାଇଥିଲା ।

ଏହା ମଧ୍ୟ ମଧ୍ୟ ପଢନ୍ତୁ-ବାଲୁକାକଳାରେ ବିଶ୍ବ ରେଡିଓ ଦିବସ, ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳା ଓଡ଼ିଶାର ଐତିହ୍ୟ କଳା ସଂସ୍କୃତି ଉପରେ ଆଧାରିତ ଥିଲା । ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ସଂସ୍କୃତି ଓ ବୀର ପୁରୁଷଙ୍କ ପ୍ରତିମୂର୍ତ୍ତିକୁ ବାଲୁକା କଳାରେ ସ୍ଥାନିତ କରାଯାଇଥିଲା । ଯାହାକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଏହି ବାଲିକା କଳା ଏବେ ଲଣ୍ଡନ ବୁକ୍ ଅଫ ଓ୍ବାଲ୍ଡ ରେକର୍ଡ୍ସରେ ସ୍ଥାନିତ ହୋଇଛି । ଯାହା ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି । ସେପଟେ ଏହି ଉପଲବ୍ଧିରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି । ସହଯୋଗ ମିଳିଲେ ସେ ଆହୁରି ଭଲ କଳାକୃତି ତିଆରି କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200 ତମ ଜନ୍ମ ବାର୍ଷିକୀ, ମନମୋହୁଛି ବାଲୁକା ଶିଳ୍ପୀଙ୍କ ଚିତ୍ରକଳା

ଓଡିଶାର କଳା ଓ ଐତିହ୍ୟକୁ ନେଇ ବାଲୁକା କଳା କରିବା ପାଇଁ 10 ହଜାର ଟନ୍ ବାଲି ବ୍ୟବହାର କରିଥିଲେ ଓମ । ଯାହାର ଉଚ୍ଚତା 40 ଫୁଟ ରହିଛି । ଏହାକୁ ତିଆରି କରିବାକୁ ଓମ ପ୍ରକାଶ 15 ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ପୂର୍ବରୁ ସେ 36 ଫୁଟ ଉଚ୍ଚ ବାଲୁକା କଳା ପ୍ରସ୍ତୁତ କରି ଏସିଆ ବୁକ୍ ରେକର୍ଡସ୍ ସ୍ଥାନ ପାଇ ସାରିଛନ୍ତି । ଏଥର ଲଣ୍ଡନ ବୁକ୍ ଅଫ ଓ୍ବାଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ତାଙ୍କର ଉଦ୍ଦେଶ୍ୟ ବାଲୁକା କଳାକୁ ଆଗକୁ ଆଣିବା ସହ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକୁ ତାଙ୍କ କଳା ମାଧ୍ୟମରେ ବିଶ୍ଵ ଦରବାରରେ ପହଞ୍ଚାଇବା ।

ଏହା ମଧ୍ୟ ପଢନ୍ତୁ-ବାଲିରେ ସୂର୍ଯ୍ୟ ମନ୍ଦିର କଳାକୃତି; ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ସରିତା

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.