ETV Bharat / state

ଆସନ୍ତାକାଲି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜାନା ଶୁଭାରମ୍ଭ, ବର୍ଷ ଶେଷ ସୁଦ୍ଧା କାର୍ଡ

ପ୍ରଥମ ଥର ରାଜ୍ୟରେ ଶୁଭାରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା । ଆସନ୍ତାକାଲି ଅକ୍ଟୋବର ୨୯ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ayushman Bharat Yojana
ayushman Bharat Yojana (ETV BHARAT ODISHA)
author img

By ETV Bharat Odisha Team

Published : 2 hours ago

Updated : 2 hours ago

ଭୁବନେଶ୍ବର: ଆସନ୍ତାକାଲି (ଅକ୍ଟୋବର ୨୯ ତାରିଖ) ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିବେ । ପ୍ରଥମ ଥର ପାଇଁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଉଭୟ ପାର୍ଟ 1 ଓ 2 ଲାଗୁ ହେବ । କିନ୍ତୁ ସାରା ଭାରତ ବର୍ଷର ଅନ୍ୟ ରାଜ୍ୟ ଗୁଡିକରେ ପାର୍ଟ 2 ଲାଗୁ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ରାଜ୍ୟରେ ଲାଗୁ ହେବ । ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହିତାଧିକାରୀଙ୍କୁ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

"ଆୟୁଷ୍ମାନ ଯୋଜନାର ପାର୍ଟ ୨ ଆସନ୍ତାକାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହେବ । ଯାହାକୁ ଓଡିଶା କେବଳ ଗ୍ରହଣ କରିବ । ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା ତେଣୁ ତାର ମୋଡାଲିଟ ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବଶୀଘ୍ର ମୋଡାଲିଟ ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

AYUSHMAN BHARAT IN ODISHA (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ-

ଆୟୁଷ୍ମାନ ଭାରତ: ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ - Ayushman Bharat

ଏକାଥରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ସାଢେ 3 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟକାର୍ଡ - Ayushman Bharat Yojana

ମୋଦି ସରକାରଙ୍କ ମେଗା କ୍ୟାମ୍ପେନ, 70 ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ହେବେ ‘ଆୟୁଷ୍ମାନ ଭାରତ’ରେ ସାମିଲ - Ayushman Bharat Scheme

ସେ ଆହୁରୁ ମଧ୍ୟ କହିଛନ୍ତି ଯେ, "ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଯୋଜନା ପାର୍ଟ ୧ ଓ ୨ ଓଡିଶାରେ ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା କାର୍ଡ ଇସ୍ୟୁ କରିବା ସହ ଯୋଜନାର ଶୁଭାରମ୍ଭ କରାଯିବ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ।

ଏପଟେ "ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯିବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ । ପୁରୁଣା କାର୍ଡରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ" ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଏପଟେ ମିଳିଥିବା ସୂଚନା ଅନୁଯାୟୀ, ଆୟୁଷ୍ମାନ କାର୍ଡର ଡିଜାଇନ କିପରି ରହିବ କେଉଁ ମାନେ ଏହି କାର୍ଡ ର ସୁଯୋଗ ପାଇବେ ସେନେଇ ଚାଲିଛି ଆଲୋଚନା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.