ETV Bharat / state

ଜଙ୍ଗଲ ନିଆଁ ରୋକିବାକୁ ଆଗୁଆ ଅଣ୍ଟାଭିଡିଲା ବନବିଭାଗ

author img

By ETV Bharat Odisha Team

Published : Jan 25, 2024, 7:52 PM IST

Awareness Campaign for villagers on Forest Fire Prevention: ଖରାଦିନରେ ଜଙ୍ଗଲରେ ଲାଗୁଥିବା ବନାଗ୍ନି ରୋକିବା ପାଇଁ ଜରପଡା ବନାଞ୍ଚଳ ତରଫରୁ ଏକ କର୍ମଶାଳାର ଆୟୋଜିତ । ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜର ପ୍ରାୟ ୩୦ ଗାଁର ଲୋକେ ଏକାଠି ହୋଇ ନେଇଛନ୍ତି ଶପଥ । ଅଧିକ ପଢନ୍ତୁ

ଜରପଡା ବନାଞ୍ଚଳରେ ବନାଗ୍ନି ରୋକିବେ ଗ୍ରାମବାସୀ, ସଚେତନତା ଶିବିର ଆୟୋଜିତ

ଅନୁଗୁଳ : ଆଗକୁ ଆସୁଛି ଖରାଦିନ । ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଲୋକ ମାନଙ୍କୁ କରାଯାଇଛି ସଚେତନ । ପୂର୍ବରୁ ଅନୁଗୁଳ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ନିମନ୍ତେ ତାଲିମ ଓ ସଚେତନତା ଶିବିର ଆୟୋଜିତ ହୋଇଥିବା ବେଳେ ଗତକାଲି (ବୁଧବାର) ଜରପଡା ବନାଞ୍ଚଳ ତରଫରୁ ଏକ କର୍ମଶାଳାର ଆୟୋଜନ ହୋଇଯାଇଛି । ଅନୁଗୁଳ ବନଖଣ୍ଡରେ ଜରପଡା ବନାଞ୍ଚଳ ହେଉଛି ଗୁରୁତ୍ବପୂର୍ଣ୍ଣ । ଏହି ବନାଞ୍ଚଳରେ ଅନେକ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅଛି ଯାହାକି ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଓ ସରୀସୃପରେ ଭରପୁର ।

ଖରାଦିନେ ଜଙ୍ଗଲରେ ନିଆଁ ଲାଗିଲେ କେବଳ ବହୁ ମୂଲ୍ୟବାନ ଗଛଳତା କାହିଁକି ଅନେକ ପ୍ରଜାତିର ବନୁଜନ୍ତୁ ଓ ସରୀସୃପ ମଧ୍ୟ ପୋଡି ମୃତ୍ୟୁବରଣ କରନ୍ତି । ଜଙ୍ଗଲ ନିଆଁ ଯୋଗୁ ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଯାଏ । ଜଙ୍ଗଲରେ ଅଧା ଜଳା ସିଗାରେଟ/ବିଡି ଫୋପାଡିବା , ଭଲ ଉତ୍ପାଦନ ପାଇଁ କେନ୍ଦୁପତ୍ର ରେ ନିଆଁ ଲଗାଇବା , ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ବନାଗ୍ନି ଲାଗିଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ୩୦ଖଣ୍ଡ ଗାଁର ଲୋକେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି ।

ଏହା ମଧ୍ୟ ପଢନ୍ତୁ... ଜଳବାୟୁ ପରିବର୍ତ୍ତନ ମୁକାବିଲା, ନବରଙ୍ଗପୁରବାସୀ ସାଜିଛନ୍ତି ଜାଗ୍ରତ ପ୍ରହରୀ

ଚଳିତ ବର୍ଷ ମଧ୍ୟ ବନ ସୁରକ୍ଷା ସମିତି ଗୁଡିକର ଶତାଧିକ ସଦସ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ, ଅଞ୍ଚଳର ସରପଞ୍ଚ ଓ ଅନ୍ୟ ନିର୍ବାଚିତ ପ୍ରତିନିଧି ମାନେ କର୍ମଶାଳାରେ ଯୋଗ ଦେଇଥିଲେ । ଖରାଦିନ ଆସିବା ଆଗରୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଏବଂ ନିଆଁ ଲାଗିଲେ ତୁରନ୍ତ ଲିଭାଇବାକୁ ଲୋକଙ୍କୁ କିଭଳି ସଚେତନ କରାଯିବ ସେନେଇ ବନବିଭାଗ ଅଧିକାରୀ ଆଲୋଚନା କରିଥିଲେ । ଗାଁ ଗାଁରେ ସଚେତନତା ସଭା କରିବା, ଶୋଭାଯାତ୍ରା କରିବା ଏବଂ ଜଙ୍ଗଲକୁ ଲାଗି ରହିଥିବା ଗାଁ ଗୁଡିକରେ ଘର ଘର ବୁଲି ଲୋକଙ୍କୁ ବୁଝାଇବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ସମସ୍ତେ ଏକାଠି ହୋଇ ସାମୁହିକ ଶପଥ ନେଇଥିଲେ ।

ଜରପଡା ବନାଞ୍ଚଳରେ ୨୯ଟି ବନ ସୁରକ୍ଷା ସମିତି ଅଛି । ସେଗୁଡିକ ମଧ୍ୟରୁ ଅନେକ ବନ ସୁରକ୍ଷା ସମିତି ଲଣ୍ଡା ପାହାଡ଼କୁ ସବୁଜିମାରେ ପରିଣତ କରି ପୁରସ୍କୃତ ହୋଇଛନ୍ତି । ଜଙ୍ଗଲ ସୁରକ୍ଷାରେ ସେମାନଙ୍କ ଆଗ୍ରହ ଦେଖି ବନ ବିଭାଗ ତରଫରୁ ସେ ଅଞ୍ଚଳରେ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି । ତେଣୁ ଲୋକେ ନିଜ ଜଙ୍ଗଲ ଓ ନିଜ ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ଅଛନ୍ତି । ଜଙ୍ଗଲ ଓ ପରିବେଶର ମୁଖ୍ୟ ଶତ୍ରୁ ନିଆଁ ହୋଇଥିବାରୁ ଖରାଦିନେ ସେମାନଙ୍କ ଅଞ୍ଚଳରେ ଥିବା ଜଙ୍ଗଲ ଗୁଡିକୁ ନିଆଁ ଦାଉରୁ ସୁରକ୍ଷା ଦେବାପାଇଁ ପ୍ରତ୍ୟକ ଦିନ ଠେଙ୍ଗା ପାଳି କରି ଜଗିବା ପାଇଁ ଚଳିତ ବର୍ଷ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଅନୁଗୁଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.