ETV Bharat / state

ଟ୍ରେନରୁ ଖସି ପଡିଲେ ସହାୟକ ଅଡିଟର, ଚାଲିଗଲା ଜୀବନ - ASST AUDITOR DIED - ASST AUDITOR DIED

Man Died in train Accident: ବଲାଙ୍ଗୀର ଜିଲ୍ଲା ସମବାୟ ସମିତି ଅଡିଟ କାର୍ଯ୍ୟାଳୟର ସହାୟକ ଅଡିଟରଙ୍କର ଟ୍ରେନ ଥଲେ ଚାପି ହୋଇ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Man Died in train Accident
Man Died in train Accident
author img

By ETV Bharat Odisha Team

Published : Apr 26, 2024, 6:22 PM IST

Man Died in train Accident

ବଲାଙ୍ଗୀର: ଟ୍ରେନ ତଳେ ପଡି ଚାଲିଗଲା ଜୀବନ । ବଲାଙ୍ଗୀର ଜିଲ୍ଲା ସମବାୟ ସମିତି ଅଡିଟ କାର୍ଯ୍ୟାଳୟର ସହାୟକ ଅଡିଟରଙ୍କ ଟ୍ରେନ ତଳେ ପଡି ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ତାଙ୍କର ମୃତ୍ୟୁ ଖବରରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ସତ୍ତ୍ୱେ ତାଙ୍କର ଚକ୍ଷୁ ଦାନ କରି ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ସମବାୟ ସମିତି ଅଡିଟ କାର୍ଯ୍ୟାଳୟରେ ସହାୟକ ଅଡିଟର ଅଧିକାରୀ ଥିବା ସୁନରତ କୁମାର ସାମନ୍ତଙ୍କ ଅଭାବନୀୟ ମୃତ୍ୟୁ ଘଟିଛି । ତେବେ ସୁବ୍ରତ ରାଉରକେଲା ଛେଣ୍ଡ କଲୋନୀରେ ରହୁଥିଲେ । ମୃତ ଅଧିକାରୀ ସହାୟକ ଅଡିଟର ସୁବ୍ରତ କୁମାର ସାମନ୍ତ ସମବାୟ ସମିତିରେ ତିନି ବର୍ଷ ହେବ ଚାକିରି କରୁଥିଲେ । ଦୁଇ ବର୍ଷ ତଳେ ସେ ବିବାହ କରିଥିଲେ । ସେ କାମ ସାରିବା ପରେ ଛୁଟିରେ ଟ୍ରେନ ଯୋଗେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯିବ ବୋଲି । ସେ ବଲାଙ୍ଗୀର ରେଳ ଷ୍ଟେସନ ଆସି ସେଠାରୁ ସମଲେଶ୍ୱରୀ ଟ୍ରେନରେ ଯିବାପାଇଁ ମନସ୍ଥ କରିଥିଲେ । ଷ୍ଟେସନ ଆସିଥିବା ବେଳେ ଟ୍ରେନଟି ଷ୍ଟେସନରୁ ଛାଡି ଦେଇଥିଲା । ତେବେ ସେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରି ଟ୍ରେନ ତଳକୁ ଖସି ପଡ଼ିଥିଲେ।

ଏହା ମଧ୍ୟ ପଢ଼ନ୍ତୁ.. ମାଲଗାଡ଼ିକୁ ଧକ୍କା ଦେଲା ସାବରମତୀ ଏକ୍ସପ୍ରେସ, 4 ବଗି ଲାଇନଚ୍ୟୁତ

ଯାହା ଫଳରେ ତାଙ୍କ ଉପରେ ଟ୍ରେନ ଚଢ଼ି ଯାଇଥିଲା । ଫଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡ ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ବଲାଙ୍ଗୀର ଜିଆରପି ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା । ସେହିପରି ତାଙ୍କ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ ।

ତେବେ ସୂଚନା ଅନୁସାରେ ତେବେ ଆଜି ତାଙ୍କ ସମ୍ପର୍କୀୟ ଦୁର୍ଯ୍ୟୋଧନ ବାଗ କହିଛନ୍ତି,‘ସେ ତିନି ବର୍ଷ ହେବ ଏଠି ସହକାରୀ ଅଡିଟର ଭାବରେ ଚାକିରି କରୁଥିଲେ । ତେବେ ଛୁଟିରେ ସେ ନୀତି ଦିନିଆ ଭଳି ଟ୍ରେନ ଯୋଗେ ଯିବା ଆସିବା କରୁଥିଲେ । ହେଲେ ଆଜି ଜିଆରପି ତାଙ୍କର ମୃତ୍ୟୁ ଖବର ଦେବା ପରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଥିଲା ।’

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.