ETV Bharat / state

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: ଗର୍ଜିଲା CPIM, ପଚାରିଲା କୁଆଡେ ଗଲା ଓଡ଼ିଆ ଅସ୍ମିତା ? - CPIM protest outside Assembly

author img

By ETV Bharat Odisha Team

Published : Jul 25, 2024, 10:35 PM IST

CPIM protest outside Assembly: ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ ତାତିଲା ସିପିଆଇଏମ । କୁଆଡେ ଗଲା ଓଡ଼ିଆ ଅସ୍ମିତା ପ୍ରଶ୍ନ କରିବା ସହ ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି । ଅଧିକ ପଢନ୍ତୁ

CPIM protest outside Assembly
CPIM protest outside Assembly (ETV Bharat Odisha)

ଭୁବନେଶ୍ବର: କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO)ଙ୍କୁ ମାଡ଼ ଘଟଣା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ । ବିଧାନସଭା ଘେରିଲା ସିପିଆଇଏମ । ଘଟଣାରେ ଜଣେ ଓଡ଼ିଆ ଅଧିକାରୀ ମାଡ ଖାଇଥିବା ବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଧାନସଭା ବାହାରେ ବିକ୍ଷୋଭ ସହ ପ୍ରତିବାଦ କରିଛି ଦଳ । ତୁରନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ଲାଗି ଦଳ ଦାବି କରିଛି ।

ASO Assault Case (ETV Bharat Odisha)

Aso ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ମାଡ ମାରିବା ଘଟଣାରେ ପୁଅଙ୍କୁ ଗିରଫ ଦାବିରେ ବିଜେଡି, କଂଗ୍ରେସ, ସିପିଆଇ ପରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ବିକ୍ଷୋଭ ଓ ପ୍ରତିବାଦ ସହ ଦଳ କହିଛି ଘଟଣାକୁ ୩ ସପ୍ତାହ ବିତି ଯାଇଥିଲେ ବି ପୋଲିସର କାର୍ଯ୍ୟନୁଷ୍ଠାନ ଶୂନ । ଓଡ଼ିଆ ଅସ୍ମିତା ନାମରେ କ୍ଷମତାକୁ ଆସିଲେ, ହେଲେ ଏଠି ଓଡ଼ିଆ ଅସ୍ମିତାକୁ ବଳି ପକାଇଛି ଦେଇଛି ବିଜେପି । ଓଡିଆଙ୍କୁ ମାଡ଼ ଘଟଣାରେ ଏଯାବତ ଚୁପ ବସିଛି । କୁଆଡେ ଗଲା ଓଡ଼ିଆ ଅସ୍ମିତା ? ଖାଲି ଅସ୍ମିତା ଏଠି ହଜିଯାଇନି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି ବୋଲି କହିଛି ଦଳ । କାରଣ ରାଜ୍ୟରେ ବଡ ବଡ଼ିଆଙ୍କ ପାଇଁ ଗୋଟେ ଆଇନ ଓ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ଆଇନ । ତେଣୁ ଆଇନର ଏଭଳି ପାତରଅନ୍ତରକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ଏ କଥାକୁ ସିପିଆଇଏମ ନିନ୍ଦା କରୁଛି ।

ଏନେଇ ସିପିଆଇଏମ ଭୁବନେଶ୍ବର ସମ୍ପାଦକ ପ୍ରଦୀପ୍ତ ନାୟକ କହିଛନ୍ତି, "ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳୁଥିବା ବେଳେ ଆଇନ ମନ୍ତ୍ରୀ ଆଇନର ରକ୍ଷକ ହୋଇ ନିଜେ ଭକ୍ଷଣ ସାଜିଛନ୍ତି । ଦିଗହରା ମନ୍ତବ୍ୟ ରଖୁଛନ୍ତି । ମାଡ ଘଟଣାରେ ଜିଲ୍ଲାପାଳ ତଦନ୍ତ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଯେଉଁଠିକି ଏସପି କି ଡିଏସପିଙ୍କୁ ଏହି ଦାୟିତ୍ବ ମିଳିବ କଥା । କାରଣ ଆଇନର ସୁରକ୍ଷା ପୋଲିସର ଦାୟିତ୍ବ । ଘଟଣାରେ କିନ୍ତୁ ବିଜେପି ସରକାରରେ ପୋଲିସ ହାତବାନ୍ଧି ବସିଛି । ରାଜ୍ୟ ସାରା ଯେଉଁଠି ଅପରାଧ ହେବ ସେଇଠି କଣ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଏଡିଏମ ବିଡ଼ିଓ, ତହସିଲଦାର ତଦନ୍ତ କରିବେ କି ? ଜିଲ୍ଲାପାଳ ତଦନ୍ତ ହେଉଛି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ।"

ଏହା ବି ପଢନ୍ତୁ- ଗୃହରେ ASO ଝଡ: ସର୍ବଦଳୀୟ ବୈଠକରେ ବାହାରିଲାନି ନିଷ୍କର୍ସ

ପ୍ରଦୀପ୍ତ ଆହୁରି କହିଛନ୍ତି ଯେ ଆମ ଓଡ଼ିଆ ଲୋକଙ୍କୁ ମାଡ଼ ମାରିବେ । ତାହା ପୁଣି ଜଣେ ଅଣ ଓଡିଆ ଲୋକ । ସରକାରୀ କର୍ମଚାରୀ ହୋଇ ତାଙ୍କୁ ମାଡ଼ ମରାଯିବ । ଘଟଣା ନେଇ ଥାନାରେ ରିପୋର୍ଟ ପରେ ଏନେଇ FIR ହେବନି । ଏହାକୁ କିଭଳି ବରଦାସ୍ତ କରାଯିବ । ଏଭଳି ଘଟଣାକୁ ଗୁରୁତର ଭାବେ ନେବା କଥା ପ୍ରତିଟି ଓଡ଼ିଆ । ଏଣୁ ଏ ପ୍ରସଙ୍ଗରେ ବିଧାନସଭା ବାହାରେ ଓଡ଼ିଆଙ୍କ ଆକ୍ରୋଶ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ଅଥଚ ଓଡ଼ିଆ କର୍ମଚାରୀ ମାଡ଼ ଖାଇ ବଦଳି ହେଉଛି । ଏନେଇ ଆକ୍ସନ ତ ଦୂରର କଥା ଏଫଆଇଆର ଟିଏ ବି ରୁଜୁ କରିନାହିଁ ଓଡ଼ିଶା ପୋଲିସ । ଯାହା ପ୍ରତି ଓଡ଼ିଆଙ୍କୁ ଆଜି ଲଜ୍ଜିତ କରିଛି । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ଓଡ଼ିଆ ଅସ୍ମିତାକୁ ବଞ୍ଚନ୍ତୁ ଆଉ ଓଡିଆତ୍ବର ପରିଚୟ ଦିଅନ୍ତୁ ।

ଏନେଇ ସିପିଆଇଏମ ନେତ୍ରୀ ମିନତି ପାଣିଗ୍ରାହୀ କହିଛନ୍ତି, "ସରକାର ବିଜେପିର, ରାଜ୍ୟପାଳ ବିଜେପିର ଏବଂ ରାଜ୍ୟପାଳ ପୁଅ ଅପରାଧୀ । ତେଣୁ ପୋଲିସ ହାତ ବାନ୍ଧି ବସିଛି । ରାଜ୍ୟପାଳ ନିଜ ପଦର ଗାରିମା ହରାଇଛନ୍ତି । ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବାକୁ ଚାହୁଁଛନ୍ତି, ତା' ହେଲେ ତାଙ୍କ ପୁଅ ଓ ସହଯୋଗୀ ମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଗିରଫ ନ କେଲେ ଆଗାମୀ ଜୋରଦାର ଆନ୍ଦୋଳନ ହେବ ।

ଏହା ବି ପଢନ୍ତୁ- ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: ପୁରିଲା ମହଲତ ମିଳିଲାନି ନ୍ୟାୟ, ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠିଲା ପ୍ରଶ୍ନ

ଏଠାରେ ସୂଚନା ଥାଉକି ପୂର୍ବରୁ ରାଜ୍ୟପାଳ ASOଙ୍କ ପତ୍ନୀ ଓ ସଚିବାଳୟ ସେବା ସଂଘକୁ ଡାକି ଆଲୋଚନା କରିଥିଲେ । ସାତ ଦିନ ଭିତରେ ନ୍ୟାୟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସପ୍ତାହ ବିତିଗଲାଣି ASOଙ୍କ ପରିବାରକୁ ନ୍ୟାୟ ମିଳିନି । ନ୍ୟାୟ ବଦଳରେ ASOଙ୍କୁ ରାଜଭବନରୁ ଗୃହ ବିଭାଗକୁ ବଦଳି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.