ETV Bharat / state

ASOଙ୍କୁ ମାଡ଼ ଘଟଣା: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ନ୍ୟାୟ ପ୍ରତିଶ୍ରୁତି ଦେଲେ ରାଜ୍ୟପାଳ - ASO Assault Case

author img

By ETV Bharat Odisha Team

Published : Jul 13, 2024, 9:22 PM IST

ASO Assault Case: ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣା ନେଇ ରାଜ୍ୟପାଳ ରଘୁବର ଦାସଙ୍କ ସହ ଆଲୋଚନା କରିଛନ୍ତି ଅଭିଯୋଗକାରୀ ବୈକୁଣ୍ଠ ନାଥ ପ୍ରଧାନ । ସମସ୍ତ ଅଭିଯୋଗ ଶୁଣିବା ପରେ ରାଜ୍ୟପାଳ କ'ଣ କହିଛନ୍ତି ଜାଣନ୍ତୁ

ASO Assault Case
ASO Assault Case (ETV Bharat Odisha)

ଭୁବନେଶ୍ବର: ASO ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମାଡ଼ ଘଟଣା । ଅଭିଯୋଗକାରୀ ଓ ତାଙ୍କ ପତ୍ନୀଙ୍କୁ ରାଜଭବନରୁ ଆସିଥିଲା ଡକରା । ସଚିବାଳୟ ସେବା ସଂଘ ସମ୍ପାଦକଙ୍କ ସହ ମିଶି ବୈକୁଣ୍ଠ ନାଥ ଯାଇଥିଲେ ରାଜଭବନ । ସେମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଭବନରୁ ବାହାରିବା ପରେ ଅଭିଯୋଗକାରୀ ବୈକୁଣ୍ଠ ନାଥ କହିଛନ୍ତି, "ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି ରାଜ୍ୟପାଳ ।" ସୂଚନା ଅନୁସାରେ, ଆଜି (ଶନିବାର) ସଚିବାଳୟ ସେବା ସଂଘର ସଭାପତିଙ୍କ ସହ ରାଜଭବନରେ ପହଞ୍ଚିଥିଲେ ଅଭିଯୋଗକାରୀ ବୈକୁଣ୍ଠ ନାଥ ପ୍ରଧାନ ଓ ତାଙ୍କ ପତ୍ନୀ । ସେଠାରେ ରାଜ୍ୟପାଳ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ନ୍ୟାୟ ଦେବା ନେଇ ରାଜ୍ୟପାଳ ଆଶ୍ବାସନା ଦେଇଛନ୍ତି ବୋଲି ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ କହିଛନ୍ତି ।

ASO Assault Case (ETV Bharat Odisha)

କ୍ଷମା ମାଗିଲେ ଜଣେ ଦୋଷୀ: ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଜ୍ୟୋତ୍ନ ବରାଳ କହିଛନ୍ତି, "ସଙ୍ଘ ଏହି ଘଟଣା ପରଠୁ ବହୁତ ଦୁଃଖିତ ଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତତା ଯୋଗୁଁ ସେମାନଙ୍କ କଥା ସମ୍ପୂର୍ଣ୍ଣ ଶୁଣି ପାରିନଥିଲେ । ଆଜି ଦୀର୍ଘ ୧ ଘଣ୍ଟା ଧରି ଅଭିଯୋଗ ଶୁଣିଥିଲେ । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ପରେ ରାଜ୍ୟପାଳ ଆମକୁ ରାଜଭବନ ଡାକିଥିଲେ । ରାଜ୍ୟପାଳ ଆମ ଅଭିଯୋଗ ମଧ୍ୟ ଶୁଣିଲେ । ଭୁବନେଶ୍ୱର ଡିସିପି ମଧ୍ୟ ଉପସ୍ଥିତ ଥିଲେ । ଯାହା ଘଟଣା ଘଟିଥିଲା ତାହା ଦୁର୍ଭାଗ୍ୟ ଜନକ । ରାଜ୍ୟର ଏହା ଏକ ସମ୍ମାନ , ଏନେଇ ସେ ପଦକ୍ଷେପ ନେବେ ବୋଲି ବିଶ୍ବାସ ରହିଛି ।" ସେ ଆହୁରି କହିଛନ୍ତି, "ଜଣେ ରାଜଭବନ କର୍ମଚାରୀ ଯିଏ କି ରୋଷେୟା ଭାବେ କାମ କରନ୍ତି ସେ ମଧ୍ୟ କ୍ଷମା ମାଗିଛନ୍ତି । ୬ ଜଣ ଦୋଷୀ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ କ୍ଷମା ମାଗିଛନ୍ତି । ରାଜ୍ୟପାଳ ପ୍ରଥମ ବ୍ୟକ୍ତି ସେ ନିଷ୍ପତି ନିଅନ୍ତୁ । ଆମକୁ 7 ଦିନ ସମୟ ଦେଇଛନ୍ତି।"

କ'ଣ ଥିଲା ସେଦିନର ଘଟଣା ?

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଥିଲା । ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ, ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ, ପରେ ଏହି ଘଟଣାକୁ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠଙ୍କ ପତ୍ନୀ । ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପୁରୀରେ ରଥଯାତ୍ରା ଦିନ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ ।

ରାଜନୈତିକ ମୋଡ ନେଲା ମାଡ଼ ଘଟଣା:

ସେପଟେ ଆଜି ଏହି ଘଟଣା ରାଜନୈତିକ ମୋଡ ନେଇଛି । ଡ୍ୟୁଟିରେ ଥିବା ASOଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରିବା ସହ ନ୍ୟାୟ ଦାବି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧ କରିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଧାୟକ ତାରା ବାହିନୀପତି । ସେପଟେ ବିଜେପି କହିଛି ଆଇନ ସମସ୍ତଙ୍କ ପାଇଁ ସମାନ । ଯଦି ଏ କଥାର କିଛି ସତ୍ୟାସତ୍ୟ ଥିବ, ତେବେ ନିଶ୍ଚିତ ଭାବରେ ଦୋଷୀ ଦଣ୍ଡ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.