ETV Bharat / state

୧୮ରେ ରତ୍ନଭଣ୍ଡାର ଯାଞ୍ଚ, ଶ୍ରୀମନ୍ଦିର ପ୍ରଶାସନକୁ ASIର ସୂଚନା - ASI to Inspect Ratnabhandar

author img

By ETV Bharat Odisha Team

Published : Sep 12, 2024, 7:36 PM IST

Ratna bhandar Inspection: ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛି ASI । ଏହାପରେ କ'ଣ ସବୁ କରାଯିବ ଜାଣନ୍ତୁ ।

Ratna bhandar Inspection
Ratna bhandar Inspection (ETV Bharat Odisha)

ପୁରୀ: ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସନ୍ତା ୧୮ରେ ହେବ ରତ୍ନଭଣ୍ଡାର ପ୍ରାରମ୍ଭିକ ଯାଞ୍ଚ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛି ASI ।

୧୮ରେ ହେବ ରତ୍ନଭଣ୍ଡାର ଯାଞ୍ଚ:

ଚଳିତ ମାସ ୧୮ ତାରିଖରେ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଆସନ୍ତା 18 ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ASI ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ (preliminary inspection and technical survey) ଅନୁଷ୍ଠିତ ହେବ । ASIର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା:

ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି । ତାପରେ ASIକୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ।

ଏହା ବି ପଢନ୍ତୁ...ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ: ASI ସହିତ ରହିବେ ବୈଷୟିକ ଟିମ୍, ଆଉ କିଏ ସାମିଲ ହେବେ ? ଜାଣନ୍ତୁ - ASI To Repair Ratnabhandar

ଏହା ବି ପଢନ୍ତୁ...ଶେଷ ହେଲା ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର, ଓଡ଼ିଶାବାସୀ ଘରେ ଦୀପ ଜାଳିବା ପାଇଁ କାହିଁକି କହିଲେ ଜଷ୍ଟିସ ବିଶ୍ୱନାଥ ରଥ - RatnaBhandar Empty Containers

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବଡ ଖବର; ଏହି ଦିନ ଖାଲି ଆଲମିରା-ସିନ୍ଦୁକ ସ୍ଥାନାନ୍ତରଣ, ବନ୍ଦ ରହିବ ଜଗା ଦର୍ଶନ - Ratna Bhandar articles to transfer

ଏହା ବି ପଢନ୍ତୁ...ଅଳଙ୍କାର ସ୍ଥାନାନ୍ତର ପରେ ବି ଯାଞ୍ଚ ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର; ମହାପ୍ରଭୁଙ୍କ କାର୍ଯ୍ୟରେ ବିଳମ୍ବ, ସାଧାରଣରେ ତୀବ୍ର ଅସନ୍ତୋଷ - Ratna Bhandar Ornaments Counting

Ratna bhandar Inspection
Ratna bhandar Inspection (SJTA)

ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର:

ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହାଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପଡିବ ସେଥିପ୍ରତି ଧ୍ୟାନ ଦେବାକୁ ASI କୁ ଅନୁରୋଧ କରାଯାଇଥିଲା । ପୂର୍ଣ୍ଣାଙ୍ଗ ଅତ୍ଯାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ASI ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଯଥାଶୀଘ୍ର ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.