ETV Bharat / state

ଶ୍ରୀମନ୍ଦିରରୁ ପଥର ଖସିବା ଘଟଣା, ଯାଞ୍ଚ କଲା ଏଏସଆଇ

Reaction Of ASI Over Srimandir: ଶ୍ରୀମନ୍ଦିରରୁ ପଥର ଖସିବା ଘଟଣାର ଯାଞ୍ଚ କଲା ଏଏସଆଇ । ଶ୍ରୀମନ୍ଦିର ଦକ୍ଷିଣ ପଟେ ଥିବା କାରୁକାର୍ଯ୍ୟର ଏକ ଛୋଟ ପଥର ଖସିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 9, 2024, 8:40 PM IST

ଏଏସଆଇର ଯାଞ୍ଚ
ଏଏସଆଇର ଯାଞ୍ଚ
ଏଏସଆଇର ଯାଞ୍ଚ

ପୁରୀ: ଶ୍ରୀମନ୍ଦିରରୁ ପଥର ଖସିବା ଘଟଣାର ଯାଞ୍ଚ କଲା ଏଏସଆଇ । ପଥର ଖସିବା ଘଟଣାରେ ପ୍ରତିକ୍ରିୟା ରଖି ଏଏସଆଇ ଅଧୀକ୍ଷକ ଡି ବି ଗଡ଼ନାୟକ କହିଛନ୍ତି, "ଏ ବିଷୟରେ ଏଏସଆଇ ଅବଗତ ଅଛି । ଶ୍ରୀମନ୍ଦିର ଦକ୍ଷିଣ ପଟେ ଥିବା କାରୁକାର୍ଯ୍ୟର ଏକ ଛୋଟ ପଥର ଖସିଛି । ପଥର ହୁଏତ ଦୁର୍ବଳ ହୋଇଯାଇଥିବ। ମାଙ୍କଡମାନଙ୍କ ଡିଆଁରେ ଦୁର୍ବଳ ପଥରଟି ତଳକୁ ଖସିଥାଇପାରେ । ତେବେ ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ଵଟି ସମୁଦ୍ରରୁ ଆସୁଥିବା ପବନ ଯୋଗୁଁ ପ୍ରଭାବିତ ହେଉଛି । ଗତ 8 ବର୍ଷ ତଳେ କେମିକାଲ କଞ୍ଜରଭେସନ କାର୍ଯ୍ୟ ହୋଇଥଲା । କାର୍ତ୍ତିକ ମାସ ଭିଡ଼ ଯୋଗୁ ଏହାର ମରାମତି ହୋଇ ପାରିନଥିଲା । ଏହାର ଅନୁଧ୍ୟାନ କରାଯାଇ ସଂରକ୍ଷଣ କାର୍ଯ୍ୟ କରାଯିବ । ମନ୍ଦିର ପ୍ରତି ବିପଦର କୌଣସି କାରଣ ନାହିଁ । ରତ୍ନ ଭଣ୍ଡାରର ମରାମତି ନିହାତି ଆବଶ୍ୟକ । ସରକାରଙ୍କ ସହଯୋଗ ଓ ଅନୁମତି ରହିଲେ ଏଏସଆଇ ଏହାର ମରାମତି କାର୍ଯ୍ୟ କରିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ରତ୍ନ ଭଣ୍ଡାର ବାହାର ପଟ ଲେଜର ସ୍କନିଂ ହୋଇଛି । ଏହାକୁ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଗଠିତ ହୋଇଥିବା କମିଟିରେ ରିପୋର୍ଟ ଦିଆଯିବ । କମିଟିର ନିଷ୍ପତ୍ତି ପରେ କାର୍ଯ୍ୟ ଆରମ୍ଭ ହେବ ।" ସେହିପରି ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ଏଏସଆଇ ଅଧିକାରୀ କହିଛନ୍ତି । ସୂଚନା ଅନୁସାରେ ଆଜି ଭୋରରୁ ଶ୍ରୀମନ୍ଦିରରୁ ପୁଣି ଏକ ପଥର ଖସିଛି । ପଶ୍ଚିମ ଦ୍ଵାର ବରାହ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଭକ୍ତ କି ସେବାୟତ ଆହତ ହୋଇନାହାନ୍ତି । ଏହା ବିଳମ୍ୱିତ ରାତିରେ ହେଇଥିବା ଅନୁମାନ କରାଯାଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ବଡ଼ ଦେଉଳ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଗତ କିଛିଦିନ ତଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା । ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ଯ୍ୟ ସମ୍ପୂର୍ଣ ଫାଟି ଯାଇଛି । ଏଠାରେ ଲାଗିଥିବା ପଥରର ଏକାଧିକ ବାର ଫାଟ ରହିଛି । ଯାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ଆଗାମୀ ଦିନରେ ଏହା ଗୁମୁଟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଘଟଣା ନଜରକୁ ଆସିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.