ETV Bharat / state

ଶେଷ ହେଲା ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର, ଓଡ଼ିଶାବାସୀ ଘରେ ଦୀପ ଜାଳିବା ପାଇଁ କାହିଁକି କହିଲେ ଜଷ୍ଟିସ ବିଶ୍ୱନାଥ ରଥ - RatnaBhandar Empty Containers

author img

By ETV Bharat Odisha Team

Published : Aug 23, 2024, 9:05 PM IST

RatnaBhandar Empty Containers Shifted: ଶ୍ରୀମନ୍ଦିର ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡ଼ିକ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ । ଅଧିକ ପଢ଼ନ୍ତୁ

RatnaBhandar Empty Containers Shifted
RatnaBhandar Empty Containers Shifted (ETV Bharat Odisha)

ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ, ଆଜି ଶ୍ରୀମନ୍ଦିର ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ ହୋଇଛି । ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯାଇଛି ।

ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର:

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ, ଏଥିପାଇଁ ଗଠିତ କମିଟି ସଦସ୍ୟମାନେ ପାରମ୍ପରିକ ବସ୍ତ୍ର ପରିଧାନ କରି ନିର୍ଦ୍ଧାରିତ ସମୟ ଦିନ 2ଟା ବେଳେ ରତ୍ନଭଣ୍ଡାରକୁ ପ୍ରବେଶ କରିବା ସହ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିଥିଲେ । ଅପରାହ୍ନ 4ଟା 50 ମିନିଟ୍ ସମୟରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଥିଲା । ଏହାପରେ SOP ଅନୁସାରେ, ଉଭୟ ଭିତର ତଥା ବାହାର ରତ୍ନଭଣ୍ଡାରକୁ ସିଲ୍ କରାଯାଇଥିଲା । ସେହିପରି ଖାଲି ଆଲମିରା ଏବଂ ସିନ୍ଦୁକ ରଖାଯାଇଥିବା ଗୃହକୁ ମଧ୍ୟ ତାଲା ପକାଯାଇ ସିଲ୍ ବନ୍ଦ କରାଯାଇଛି । ଭିତର ରତ୍ନଭଣ୍ଡାରର ୨ଟି ଯାକ ତାଲାର ଚାବିକୁ ପୁନର୍ବାର ଜିଲ୍ଲା ଟ୍ରେଜେରୀରେ ରଖାଯିବ ।

ସ୍ଥାନାନ୍ତର କାର୍ଯ୍ୟ ବେଳେ ଜଗା ଦର୍ଶନ ବନ୍ଦ:

ଏପଟେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ କାର୍ଯ୍ୟକୁ ନଜରରେ ରଖି ଆଜି ପାଇଁ ବିଶେଷ ନୀତି ନିର୍ଘଣ୍ଟ ହୋଇଥିଲା । ଆଜି ରାତ୍ର 2ଟା 40ରେ ଦ୍ବାର ଫିଟା ଅନୁଷ୍ଠିତ ହୋଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଦ୍ବାରଫିଟା ସମୟରେ ଉପସ୍ଥିତ ରହି ନୀତି ତ୍ବରାନ୍ବିତ କରିଥିଲେ । ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ସମସ୍ତ ନୀତି ସମ୍ପାଦନ ହେବା ପରେ ଦିନ 1:00ଟା ଠାରୁ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ସମଗ୍ର ପ୍ରକ୍ରିୟା ସୁରୁଖୁରରେ ସମ୍ପାଦିତ ହୋଇଥିବା ବେଳେ ଏଥିରେ ସହଯୋଗ ପାଇଁ ପରିଚାଳନା କମିଟି ସଦସ୍ୟ, ରତ୍ନଭଣ୍ଡାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ସଦସ୍ୟ, ସମସ୍ତ ସେବକ ନିଯୋଗ, ଶ୍ରୀମନ୍ଦିର ଓ ଜିଲ୍ଲା ତଥା ପୋଲିସ୍ ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟ ପ୍ରଶାସକ । ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ଏବଂ ମୂଲ୍ଯବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇସାରିଛି ।

ଏଭଲି କହିଲେ ଜଷ୍ଟିସ ବିଶ୍ୱନାଥ ରଥ :

ଏହି ଅବସରରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, "ମହାପ୍ରଭୁଙ୍କ କୃପାରୁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇଛି । ପ୍ରଥମେ ବାହାର୍ ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକ ଆଲମିରା ଓ ପରେ ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକ ଆଲମିରାକୁ ସ୍ଥାନାନ୍ତର କରାଯାଇଛି । ସିନ୍ଦୁକ ବାହାରିବାର ସମସ୍ୟା ହେବାରୁ ବାହାର୍ ରତ୍ନଭଣ୍ଡାରର କାଟିବାକୁ ପଡ଼ିଥିଲା । ଦିନ 2ଟାରୁ କାର୍ଯ୍ୟ ଆରମ୍ଭ ହୋଇ 4ଟା 50 ମିନିଟରେ ସବୁ କାର୍ଯ୍ୟ ଶେଷ ହେଲା । ରତ୍ନ ଭଣ୍ଡାର ଯାଞ୍ଜ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶୀଘ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ । ପରେ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଏଏସଆଇ ପରବର୍ତ୍ତୀ କାର୍ଯ୍ୟ କରିବ । ରତ୍ନ ଭଣ୍ଡାରରେ ଗୁପ୍ତ କୋଠରୀ ଅବା ସୁଡ଼ଙ୍ଗ ଅଛି କି ନାହିଁ ତାହା ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରିବ । ଆମେ ଆଜି ଯାହା ଆଖିରେ ଦେଖିଲୁ ଆମକୁ କୌଣସି ଗୁପ୍ତ କୋଠରୀ କି ସୁଡ଼ଙ୍ଗ ଥିବା ନଜରକୁ ଆସିଲା ନାହିଁ । ମହାପ୍ରଭୁଙ୍କ ଆଗାମୀ କାର୍ଯ୍ୟ କିଭଳି ଭଲରେ ହେଉ ସେ ନେଇ ଓଡିଶାବାସୀ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ସହ ଘରେ ଗୋଟିଏ ଗୋଟିଏ ଦୀପ ଜାଳନ୍ତୁ ।"

ରତ୍ନଭଣ୍ଡାର ଯାଞ୍ଚ କରିବ ASI:

ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସବୁ ସିନ୍ଦୁକ ଓ ଆଲମୀରାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଏହାପରେ ଏଏସଆଇ ସହିତ ଯୋଗାଯୋଗ କରାଯିବ । ଏଏସଆଇ ରତ୍ନ ଭଣ୍ଡାର ଯାଞ୍ଚ କରିବ । ପରେ ରତ୍ନ ଭଣ୍ଡାର ମରାମତି ଆରମ୍ଭ ହେବ । ସିନ୍ଦୁକ, ଆଲମିରାକୁ ନିଳାଦ୍ରୀ ମ୍ୟୁଜିଅମରେ ରଖାଯାଇଛି । ସେଠାରେ ଏହା ଲୋକଙ୍କ ପାଇଁ ପ୍ରଦର୍ଶିତ ହେବ ନା ଅନ୍ୟ କୌଣସି କାର୍ଯ୍ୟରେ ଲାଗିବ ତାହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟକାରୀ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ପୁଣି ଖୋଲିବ ରତ୍ନଭଣ୍ଡାର; କଢାଯିବ ସିନ୍ଦୁକ-ଆଲମିରା, ନିଳାଦ୍ରୀ ମ୍ୟୁଜିଅମକୁ ହେବ ସ୍ଥାନାନ୍ତର, ଗୁପ୍ତ କୋଠରୀ ଖୋଜିବ ASI, ଜଗା ଦର୍ଶନ ବନ୍ଦ ! - Ratna Bhandar articles to transfer

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.