ETV Bharat / state

ଖରା କଷ୍ଟଠୁ ବଳିଯାଉଛି ପାନୀୟ ଜଳସଙ୍କଟ, ଜିଲ୍ଲାପାଳଙ୍କୁ ଭେଟିଲେ ଅର୍ପଣ ଗାଁଲୋକେ - Drinking Water Problem

author img

By ETV Bharat Odisha Team

Published : Apr 12, 2024, 10:14 AM IST

Drinking Water problem: ଜଳ ସମସ୍ୟାରେ ଯୁଝି ହେଉଛନ୍ତି ରାୟଗଡ଼ା ଜିଲ୍ଲା ଅର୍ପଣ ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର । ଅଧିକ ପଢ଼ନ୍ତୁ

ଚୁଆ ପାଣି ମେଣ୍ଟାଉଛି ଶୋଷ
ଚୁଆ ପାଣି ମେଣ୍ଟାଉଛି ଶୋଷ
ଚୁଆ ପାଣି ମେଣ୍ଟାଉଛି ଶୋଷ

ରାୟଗଡ଼ା: ଦାଉ ସାଧୁଛି ଜଳ ସଙ୍କଟ । ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଜଳ ଅଭାବ ପାଲଟିଛି ଚିନ୍ତାର କାରଣ । ଏହିଭଳି ଅଭିଯୋଗ ରାୟଗଡ଼ା ଜିଲ୍ଲା ଅର୍ପଣ ଗାଁରୁ ଆସିଛି । ସେହି ଗାଁରେ ଜଳ ଯନ୍ତ୍ରଣା ମେଣ୍ଟାଇବା ପାଇଁ ଲୋକ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଯାହାର ସମାଧାନ ପାଇଁ ଗତକାଲି(ଗୁରୁବାର) ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ । ସେମାନେ ନଳକୂପ ମରାମତି ସହିତ ଆଉ ଏକ ନଳକୂପ ଖୋଳିବା ପାଇଁ ଲିଖିତ ଦାବି କରିଛନ୍ତି ।

ଗ୍ରୀଷ୍ମର ପ୍ରକୋପ ବଢ଼ିବା ସହ ରାୟଗଡ଼ା ଜିଲ୍ଲାରେ ଦେଖା ଦେଇଛି ଜଳ ଅଭାବ । ପ୍ରଚଣ୍ଡ ଖରାରେ ନଈ, ନାଳ ସବୁ ଶୁଖିବାକୁ ବସିଛି । ନଳକୂପ ଗୁଡ଼ିକରୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁ ନଥିବାରୁ ଡହଳ ବିକଳ ହେଉଛନ୍ତି ଅର୍ପଣ ଗ୍ରାମବାସୀ । ଏହି ପିଇବା ପାଣି ସମସ୍ୟା ନେଇ ଗ୍ରାମର ୩୦ରୁ ଅଧିକ ମହିଳା ରାୟଗଡା ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଯାଇଥିଲେ । ଜିଲ୍ଲାପାଳ ବ୍ୟସ୍ତ ଥିବାରୁ ସେମାନେ ଅତିରିକ୍ତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅର୍ପଣ ଗାଁରେ ୬୩ ପରିବାର ବସବାସ କରୁଛନ୍ତି । ୩୫୦ରୁ ଅଧିକ ଜନ ସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ୫ଟି ନଳକୂପ ଏବଂ ଗୋଟାଏ ସୋଲାର ଚାଳିତ ନଳକୂପ ରହିଛି । ସୋଲାର ଚଳିତ ନଳକୂପ ବହୁଦିନ ହେଲା ଅଚଳ ହୋଇଛି । ନଳକୂପର ପାଣି ଗ୍ରାମବାସୀଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବାରେ ବିଫଳ ବୋଲି ଗ୍ରାମର ମହିଳାମାନେ କହିଛନ୍ତି । ଖରାଦିନେ ଅନ୍ୟ ୫ଟି ନଳକୂପର ଜଳସ୍ତର ଶୁଖାଯିବା କାରଣରୁ ଗାଁରେ ଜଳ ସଙ୍କଟ ବଢ଼ିବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ.... ପାଣି ନାହିଁ ତ ଭୋଟ ନାହିଁ; ନିର୍ବାଚନ ଆଗରୁ ଚେତାବନୀ ଦେଲେ ଗାଁ ଲୋକେ - Drinking Water Problem

ବିଶୁଦ୍ଧ ଜଳ ନମିଳିବାରୁ ଗାଁ ନିକଟ ନ‌ଦୀରେ ମହିଳାମାନେ ଚୁଆ ଖୋଳି ପାଣି ଆଣିବା ପାଇଁ ବାଧ୍ୟ ହେଉଛନ୍ତି । ଫଳରେ ଗ୍ରାମବାସୀ ନଦୀ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ଗାଁରେ ଅଚଳ ନଳକୂପ ମରାମତି କରିବା ସହ ଆଉ ଗୋଟିଏ ନଳକୂପ ଖୋଳା ଗଲେ ଏହି ପାଣି ସଙ୍କଟ ଦୂର ହୋଇ ପରିବ ବୋଲି ଲିଖିତ ଭାବେ ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟ ବ୍ୟସ୍ତ ଥିବାରୁ ସେମାନେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହି ସମୟରେ ଗାଁର ସୁନ୍ଦର ମଣିସିରିକା, ଶାନ୍ତି ଜିଲାକାରା, ମୁନି ବିଡିକା, ଜମତ୍ତି ସାରକା, ଓରାଲ ଜିଲାକାରା, ରେଣୁ ଜିଲାକାରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପାଣି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ଏବିଡିଓ ସେମାନଙ୍କୁ ଆଶ୍ୱାସନା ଦେଇଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.