ETV Bharat / state

କଟକର ନୂଆ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଅନୁପମ ସାହା ଜଗତସିଂହପୁର ଜିଲ୍ଲାପାଳ - New Collectors Appointment - NEW COLLECTORS APPOINTMENT

Cuttack, Jagatsinghpur gets new Collectors: କଟକର ନୂଆ ଜିଲ୍ଲାପାଳ ହେଲେ ଅରିନ୍ଦମ ଡାକୁଆ । ଜଗତସିଂହପୁରରେ ମଧ୍ୟ ନୂଆ ଜିଲ୍ଲାପାଳ ନିଯୁକ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 6, 2024, 6:42 AM IST

ଭୁବନେଶ୍ୱର: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଦୁଇ ଜିଲ୍ଲାର ନୂଆ ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି । କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳୁ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚର ଆଇଏଏସ ଅଫିସର ଅରିନ୍ଦମ ଡାକୁଆ କଟକର ନୂତନ ଜିଲ୍ଲାପାଳ ହୋଇଛନ୍ତି । ସେହିପରି ୨୦୧୨ ବ୍ୟାଚର ଆଇଏଏସ ଅଧିକାରୀ ଅନୁପମ ସାହାଙ୍କୁ ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ପୂର୍ବରୁ ଆଇଏଏସ ଅରିନ୍ଦମ ଡାକୁଆ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ସହିତ ଓଡ଼ିଶା ଜୀବିକା ମିଶନର ମିଶନ ନିର୍ଦ୍ଦେଶକ ଥିଲେ । ସେହିପରି ଆଇଏଏସ ଅନୁପମ ଶାହା ଓଡ଼ିଶା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସହ ମୋ ସ୍କୁଲର ସଦସ୍ୟ ସଚିବ ଓ ଓଡ଼ିଶା ଶ୍ରମ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉ ଥିଲେ । ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବା କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟାୱାରୀଙ୍କୁ ବଦଳି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ୨ ଏସପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ECI; ପ୍ରକାଶ ଆର କଟକ ଡିସିପି - ECI Transfers IPS Officers

ସେହିପରି ନିର୍ବାଚନ ଆୟୋଗଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୪ଟି ପଦବୀରେ ନୂଆ ଆଇପିଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ଆଶିଷ ସିଂହଙ୍କ ସ୍ଥାନରେ ଆଇଜି (କେନ୍ଦ୍ରୀୟ) ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ପ୍ରକାଶ ଆରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ସେ କନୱର ବିଶାଲ ସିଂଙ୍କ ସ୍ଥାନ ନେବେ । ଯାହାଙ୍କୁ ମଧ୍ୟ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରିପୋର୍ଟ କରିବେ । ସେହିପରି ମିତ୍ରଭାନୁ ମହାପାତ୍ରଙ୍କ ସ୍ଥାନରେ ଗୁଇନ୍ଦା ବିଭାଗ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସୁଧାଂଶୁ ଶେଖର ମିଶ୍ରଙ୍କ ବଦଳରେ ଏସଆଇଡବ୍ଲୁର ଡିଆଇଜି ଉମାଶଙ୍କର ଦାଶଙ୍କୁ ଅନୁଗୋଳ ଏସପି ଭାବେ ଅବସ୍ଥାପିତ ହୋଇଛନ୍ତି ।

ମିତ୍ରଭାନୁ ମହାପାତ୍ର ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ତଳେ ୮ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନିର୍ବାଚନ ଆୟୋଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.