ETV Bharat / state

ମହେନ୍ଦ୍ରତନୟାକୁ ଅଟକାଇଲାଣି ଆନ୍ଧ୍ର, ଛଟପଟ ହେଲାଣି ପାରଳାଖେମୁଣ୍ଡି

author img

By ETV Bharat Odisha Team

Published : Mar 13, 2024, 5:16 PM IST

Andhra Pradesh blocked Mahendratanaya River: ପାରଳାଖେମୁଣ୍ଡି ଓ ଏହାର ଆଖପାଖ ଅଞ୍ଚଳର ଲାଇଫଲାଇନ୍‌ କୁହାଯାଉଥିବା ମହେନ୍ଦ୍ରତନୟାର ପାଣି ପ୍ରବାହକୁ ବନ୍ଦ କରିଦେଇଛି ଆନ୍ଧ୍ର ।

ମହେନ୍ଦ୍ରତନୟାକୁ ଅଟକାଇଲାଣି ଆନ୍ଧ୍ର
ମହେନ୍ଦ୍ରତନୟାକୁ ଅଟକାଇଲାଣି ଆନ୍ଧ୍ର
ମହେନ୍ଦ୍ରତନୟାକୁ ଅଟକାଇଲାଣି ଆନ୍ଧ୍ର

ପାରଳାଖେମୁଣ୍ଡି: ଗଜପତି ଭଳି ସୀମାନ୍ତ ଜିଲ୍ଲାରେ ବିଭିନ୍ନ ସମୟରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଦାଦାଗିରି ଦେଖାଇବା ଏବଂ ଓଡ଼ିଶା ସରକାର ଚୁପ୍‌ ରହିବା କିଛି ନୂଆ କଥା ନୁହେଁ । ବର୍ତ୍ତମାନ ପ୍ରବଳ ଖରା ଯୋଗୁଁ ପାଣି ସମସ୍ୟା ଚାରିଆଡେ ଚିନ୍ତାର ବିଷୟ ପାଲଟିଥିଲାବେଳେ ପାରଳାଖେମୁଣ୍ଡି ଓ ଏହାର ଆଖପାଖ ଅଞ୍ଚଳର ଲାଇଫଲାଇନ୍‌ କୁହାଯାଉଥିବା ମହେନ୍ଦ୍ରତନୟାର ପାଣି ପ୍ରବାହକୁ ବନ୍ଦ କରିଦେଇଛି ଆନ୍ଧ୍ର । ଗତ କିଛିଦିନ ମଧ୍ୟରେ ନଦୀର ଜଳସ୍ତର କମିଆସୁଥିବା ବେଳେ କିଛି ଜାଗାରେ ନଦୀର ମଧ୍ୟ ଭାଗରେ ପଙ୍କ କାଦୁଅ ଭାସୁଥିବା ଦେଖିବାକୁ ମିଳିଲାଣି । ଫଳରେ ଆଉ ମାତ୍ର କିଛିଦିନ ମଧ୍ୟରେ ପାରଳାଖେମୁଣ୍ଡି ସହରରେ କୃତ୍ରିମ ମରୁଡି ଦେଖାଯିବା ସୁନିଶ୍ଚିତ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ବିଭାଗୀୟ ଅଧିକାରୀ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି ।

ବନ୍ଧ କରି ପାଣି ଅଟକାଇଛି ଆନ୍ଧ୍ର: ରାଜ୍ୟରେ ଅସହ୍ୟ ତାତି ନେଇ ପାଣିପାଗ ବିଭାଗ ସଚେତନ କରାଇଥିବା ବେଳେ ଜଳ ସମସ୍ୟା ପ୍ରତି ମଧ୍ୟ ସମସ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ହେଲେ ପାରଳାଖେମୁଣ୍ଡି ସହର ନିକଟରେ ନଦୀର ଜଳସ୍ତର କମିବା ପରେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି । ସ୍ଥାନୀୟ ଚାଷୀଙ୍କ ଅଭିଯୋଗ, "ମହେନ୍ଦ୍ରତନୟା ଉପର ମୁଣ୍ଡରେ ଆନ୍ଧ୍ରପ୍ରଦେଶ ନଦୀର ପାଣି ଅଟକାଇ ରଖିଛି । ପମ୍ପସେଟ୍‌ ଦେଇ ନିଜ ଅଞ୍ଚଳର ପୋଖରୀ ପୂର୍ଣ୍ଣ କରିବା ସହ ନିଜ ଅଞ୍ଚଳରେ ଖରାଦିନିଆ ଚାଷରେ ବ୍ୟବହାର କରୁଛି । ଓଡ଼ିଶାର ଗୋଷାଣୀ ବ୍ଲକ ଅମାରା ଗ୍ରାମ ନିକଟରେ ଓ ଆନ୍ଧ୍ରପ୍ରଦେଶ ରାଟିଣୀ ଗ୍ରାମର ଉପର ମୁଣ୍ଡରେ ପ୍ରବାହିତ ଜଳକୁ ସେଠାରେ ବନ୍ଧ ନିର୍ମାଣ କରି ସମ୍ପୂର୍ଣ୍ଣ ଅଟକାଇ ଦେଇଛି ।" ଫଳରେ ନଦୀର ଗୋଟିଏ ପାର୍ଶ୍ଵ ଆନ୍ଧ୍ରରେ ପ୍ରଚୁର ପରିମାଣରେ ଜଳ ଅଟକିଥିବା ବେଳେ ଅନ୍ୟପଟେ ଓଡିଶାରେ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ନଦୀ ପ୍ରାୟ ଶୁଖିଯିବାକୁ ବସିଲାଣି । ଏପରିକି କେଉଁଠି ନଦୀ ତଳ ମାଟି ମଧ୍ୟ ଦିଶୁଛି । ଯଦି ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ ନକରିବେ, ତେବେ ଏଠାରେ କୃତ୍ରିମ ମରୁଡି ସ୍ଥିତି ଉପୁଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଏହା ମଧ୍ୟ ପଢ଼ନ୍ତୁ...କାହା ପାଇଁ ମାଳ ମାଳ ଯୋଜନା ? ବିଶୁଦ୍ଧ ପାଣି ଟୋପାଏ ପାଇଁ ସରୁନି ସଂଘର୍ଷ

ପୂର୍ବରୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଜଳ ଯୋଗାଣ ଅଧିକାରୀ: ଏହି ଘଟଣାରେ ଜଳ ଯୋଗାଣ କରୁଥିବା ଖୋଦ ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, "ଆନ୍ଧ୍ର ବନ୍ଧ ନିର୍ମାଣ କରି ଜଳ ଅଟକାଇବା ବିଷୟ ନେଇ ଗ୍ରୀଷ୍ମ ପ୍ରସ୍ତୁତି ବୈଠକରେ ଆମେ ଜିଲ୍ଲାପାଳଙ୍କୁ ଅବଗତ କରିଛୁ । ଖୁବଶୀଘ୍ର ଗଜପତି ଜିଲ୍ଲାପାଳ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ଏନେଇ ଆମେ ପୁଣିଥରେ ଜିଲ୍ଲାପାଳଙ୍କୁ ମନେପକାଇଦେବୁ ।" ନହେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରାସାଦ ଅଗ୍ରୱାଲ ।

ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରଭାହକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଅନ୍ୟପଟେ ଗଜପତିରେ ଆନ୍ଧ୍ରପ୍ରଦେଶର ମହେନ୍ଦ୍ରତାନୟା ନଦୀ ଉପରେ ଦାଦାଗିରି ଜଳର ଉତ୍କଟ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଏବଳି ସ୍ଥିତିରେ ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ କେବେ ଓ କଣ ପଦକ୍ଷେପ ନେବ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.