ETV Bharat / state

ଏସସିବିରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ - Medical negligence Allegations

author img

By ETV Bharat Odisha Team

Published : Jun 26, 2024, 10:11 AM IST

Allegations of patient death in SCB: ବଡ ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଖଣ୍ଡନ କଲେ ଏସସିବି କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଏସସିବିରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
ଏସସିବିରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ (ETV Bharat odisha)

କଟକ: ବଡ଼ ମେଡିକାଲ (ଏସସିବି)ରେ ପୁଣି ଚିକିତ୍ସା ଅବହେଳା କାରଣରୁ ଜଣେ ରୋଗୀଙ୍କ ମୃତ୍ୟ ହୋଇଥିବା ଅଭିଯୋଗ ଆସିଛି । ରୋଗୀ ଭର୍ତ୍ତି ହେବାର 12 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ମଧ୍ୟ ଚିକିତ୍ସା ମିଳିନଥିଲା । କେହି ଡାକ୍ତର କିମ୍ବା ପାରାମେଡିକାଲ ଷ୍ଟାଫ ତାଙ୍କ ନିକଟରେ ପହଞ୍ଚିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପୃକ୍ତ ରୋଗୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ମୃତ ମହିଳା ରୋଗୀ ଭଦ୍ରକରୁ ଆସିଥିବା ଜଣାପଡିଛି ।

ଏସସିବିରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ (ETV Bharat Odisha)

ଅଭିଯୋଗ ଅନୁସାରେ, ଭଦ୍ରକ ଜିଲାର ଭାଗବତ ମଲ୍ଲିକ ତାଙ୍କ ଶାଶୁଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଆଣି ଏସସିବିରେ ରାତି ପ୍ରାୟ 9ଟାରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ପ୍ରଥମେ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ମଧ୍ୟରାତ୍ରି ସୁଦ୍ଧା ଓଲ୍ଡ ମେଡିସନ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଘଣ୍ଟା ପରେ ଘଣ୍ଟା ବିତିଥିଲେ ସୁଦ୍ଧା ଚିକିତ୍ସା ସୁବିଧା ମିଳିନଥିଲା । ସାଲାଇନ ତ ଦୂରର କଥା ଗୋଟିଏ ଇଂଜେକ୍ସନ ମଧ୍ୟ ଦିଆଯାଇନଥିଲା । ଅବସ୍ଥା ଗମ୍ଭୀର ଥିଲେ ସୁଦ୍ଧା କେହି ଡାକ୍ତର, ନର୍ସ କିମ୍ବା ଅନ୍ୟ କେହି ପାରା ମେଡିକାଲ ଷ୍ଟାଫ ତାଙ୍କୁ ଦେଖିବାକୁ ଆସିନଥିଲେ । ଫଳରେ ସେ ଆଖି ବୁଜିଲେ ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବି ଅଧିକ୍ଷକ ଡା.ସୁଧାଂଶୁ ଶେଖର ମିଶ୍ର । ସେ କହିଛନ୍ତି, "ଏସସିବିକୁ ରେଫର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯଦି ରେଫର ରୋଗୀ ସମ୍ପର୍କରେ ସରକାର କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରନ୍ତେ, ତେବେ ଏସସିବିରେ ଏତେ ରୋଗୀ ସଂଖ୍ୟା ବଢାନ୍ତାନାହିଁ । ବର୍ତ୍ତମାନ ରୋଗୀ ସଂଖ୍ୟା ବଢି ଚାଲିଛି । ବିଭିନ୍ନ ଛୋଟ ହସ୍ପିଟାଲରୁ ରୋଗୀ ଆସି ଏସସିବିରେ । ଯାହା ଫଳରେ ରୋଗୀ ସଂଖ୍ୟା ଅଧିକ ହୋଇଯାଉଛି ।" ତେଣୁ ଏହି ଦିଗରେ ତ୍ୱରିତ ଢଙ୍ଗରେ ତଦନ୍ତ କରାଯିବ ବୋଲି କହିଛନ୍ତି ଏସସିବି ଅଧିକ୍ଷକ ।

ଏହା ମଧ୍ୟ ପଢନ୍ତୁ :- ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ, ୧୦ବର୍ଷ ପରେ କଂଗ୍ରେସକୁ ମିଳିଲା ପଦ - Rahul Gandhi Leader of Opposition

ସରକାର ରାଜ୍ୟର ଏହି ସର୍ବବୃହତ୍ତ ହସ୍ପିଟାଲକୁ ଏମ୍ସ ପ୍ଲସ ଭିତ୍ତିଭୂମି ସହ ବିକଶିତ କରିବାକୁ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ତଥାପି ବିଭିନ୍ନ ସମୟରେ ଏସସିବିରେ ପରିଚାଳନାରେ ଅବ୍ୟବସ୍ଥା, ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଆଦି ଘଟଣା ଏସବିବିର ଅବ୍ୟବସ୍ଥାକୁ ପଦାରେ ପକାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.