ETV Bharat / state

ବିବାଦ ଘେରରେ ପିପିଲି ସବ-ରେଜିଷ୍ଟର, ବେଆଇନରେ ଆଦାୟ ହେଉଛି ଟିଡିଏସ ! - pipili Sub Registrar conflict

PIPILI SUB REGISTRAR CONFLICT: ଜମି କିଣାବିକାର ୧୫ଦିନ ପରେ ମଧ୍ୟ ମିଳି ପାରୁନାହିଁ ଦଲିଲ୍ । ଚାଷ ଜମିରୁ ଆଦାୟ ହେଉଛି ଟିଡିଏସ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ବାଲୁଙ୍କେଶ୍ବର । ଅଧିକ ପଢନ୍ତୁ

ବିବାଦ ଘରରେ ପିପିଲି ସବ ରେଜିଷ୍ଟର, ବେଆଇନରେ ଆଦାୟ ହେଉଛି ଟିଡିଏସ୍ !

author img

By ETV Bharat Odisha Team

Published : Apr 25, 2024, 7:12 PM IST

ବିବାଦ ଘରରେ ପିପିଲି ସବ ରେଜିଷ୍ଟର, ବେଆଇନରେ ଆଦାୟ ହେଉଛି ଟିଡିଏସ୍ !

ନିମାପଡ଼ା: ପୁଣି ଥରେ ବିବାଦ ଘରରେ ପିପିଲି ସବ ରେଜିଷ୍ଟ୍ରାର । ସବ ରେଜିଷ୍ଟ୍ରାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ବିବାଦ ପରିସରକୁ ଆସୁଛି ପିପିଲି ସବରେଜିଷ୍ଟ୍ରାର କାର୍ଯ୍ୟାଳୟ । ଜମି କିଣାବିକାର ୧୫ଦିନ ପରେ ମଧ୍ୟ ମିଳି ପାରୁନାହିଁ ଦଲିଲ । ସେପଟେ ଚାଷ ଜମିରୁ ଆଦାୟ କରାଯାଉଛି ଟିଡିଏସ ।ଏନେଇ ପିପିଲି ସବରେଜିଷ୍ଟ୍ରାରଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଦାଣ୍ଡ ମୁକୁନ୍ଦପୁର ଅଞ୍ଚଳର ବାଲୁଙ୍କେଶ୍ବର ପ୍ରଧାନ ।

ବାଲୁଙ୍କେଶ୍ବର ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦ୍ବାରା କ୍ରୟ କରାଯାଇଥିବା ଚାଷ ଜମି ଗ୍ରାମାଞ୍ଚଳରେ ଯାଉଛି ଓ ଏହି ଚାଷ ଜମି ପାଇଁ ତାଙ୍କ ଠାରୁ ଟିଡ଼ିଏସ ଦାବି କରାଯାଉଛି । ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ସେପଟେ ଅଫିସ ବଡ ବାବୁ ପ୍ରକାଶ ଦାସ ନାମରେ ବାରମ୍ବାର ଅଭିଯୋଗ ଆଣୁଛନ୍ତି ସାଧାରଣ ଲୋକ । ଦିନକୁ 25ରୁ ଊର୍ଦ୍ଧ୍ବ ଦଲିଲ୍ ଭିଜିଟ୍ କରୁଛନ୍ତି ସରକାରୀ ହେଡ଼ କ୍ଲର୍କ ପ୍ରକାଶ ଦାସ । ସରକାରୀ ଅଫିସ ବନ୍ଦ ରହିଥିବା ବେଳେ ପିପିଲି ଓ ଉତ୍ତରାର ବିଭିନ୍ନ ସ୍ଥାନରେ ଭଡା ଘର ନେଇ ଦଲିଲ ଭିଜିଟ କରୁଥିବା ଅଭିଯୋଗ ଆସିଛି । ଅନ୍ୟପଟେ ପୂର୍ବରୁ ନିମାପଡା ଅଞ୍ଚଳରେ କାର୍ଯ୍ୟରତ ଥାଇ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧାରା ପଡିଥିବା ସୂଚନା ମିଳିଛି ।

ତେବେ ପିପିଲିରେ କାର୍ଯ୍ୟରତ ଦିନଠାରୁ ପ୍ରକାଶଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଏ ପର୍ଯ୍ୟନ୍ତ ଗ୍ରହଣ କରାଯଇନାହିଁ । ଯାହାକୁ ନେଇ ଏବେ ସାଧାରଣ ଲୋକଙ୍କଙ୍କ ସହିତ ମୋହରି ଓ ଷ୍ଟାମ୍ପ ଭେଣ୍ଡରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏନେଇ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଲେ ନାହିଁ । ତେବେ ପ୍ରକାଶଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଧା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ.....ଆଜିଠୁ ଖରା ଛୁଟି, ହେଲେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ - Roaster Duty For Teacher

ସେପଟେ ସବରେଜିଷ୍ଟ୍ରାରଙ୍କର ମନମୁଖୀ କାମ ପାଇଁ ନିରୀହ ଲୋକ ଦୈନଦିନ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି ଓକିଲ ସଂଘ ଅଭିଯୋଗ ଆଣି ଏହାର ସମାଧାନ ଦାବି କରିଛି । ଅନ୍ୟପଟେ ସବରେଜିଷ୍ଟର କ୍ରିଷ୍ଣା ପାଢ଼ୀ ନୂତନ ଭାବେ ଯୋଗ ଦେଇଥିବାବେଳେ ସେ ଜମିଜମା ତଥା ଦଲିଲ କାର୍ଯ୍ୟ ଉପରେ ଜ୍ଞାନ ନଥିବା କହିଛନ୍ତି ଆଇନଜୀବୀ ଅନୁପ ପରିଡା । ତେବେ ଏଭଳି ଅଫିସରଙ୍କୁ ସରକାର କିପରି ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁପ ।ସବରେଜିଷ୍ଟର କ୍ରିଷ୍ଣା ପାଢ଼ୀଙ୍କୁ ବଦଳି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦୁଇ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ସବ ରେଜଷ୍ଟ୍ରାର କ୍ରିଷ୍ଣା ପାଢ଼ୀ କହିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.