ETV Bharat / state

କଟକ ସମବାୟ ବ୍ୟାଙ୍କରେ ଦୁର୍ନୀତି ! ଖରିଫ ବିମାରେ ଜଣେ ବ୍ୟକ୍ତିଙ୍କୁ ମିଳିଛି 6 ଥର ଅର୍ଥ - Kharif Insurance - KHARIF INSURANCE

Kharif Insurance Corruption: କଟକ ସମବାୟ ବ୍ୟାଙ୍କରେ ଖରିଫ ବିମା ପ୍ରଦାନରେ ଦୁର୍ନୀତି ଅଭିଯୋଗ । ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି 6ଥର ଅର୍ଥ । ଅଧିକ ପଢନ୍ତୁ

KHARIF INSURANCE
KHARIF INSURANCE (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 12:21 PM IST

KHARIF INSURANCE (ETV Bharat Odisha)

କେନ୍ଦ୍ରାପଡା: ସମବାୟ ବିଭାଗର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା। ଆଳି ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆଠ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ସ୍ୱୀକାର କରିଥିଲେ ମଧ୍ୟ ଏହି ଦୁର୍ନୀତି ଅଧିକ ଟଙ୍କାର ହେବ ବୋଲି ଆଶଙ୍କା କରିଛନ୍ତି ପୂର୍ବତନ ବିଧାୟକ । ୨୦୨୦ ମସିହା ଖରିଫ ଫସଲର ବିମା ବାବଦରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସେ । ଜଣେ ବ୍ୟକ୍ତିଙ୍କୁ ୬ ରୁ ୭ ଥର ପର୍ଯ୍ୟନ୍ତ ବିମା ଅର୍ଥ ଦିଆ ଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବୋଝ ଉପରେ ନଳିତା ବିଡା: ପର୍ଯ୍ୟାପ୍ତ ପରିମାଣରେ ମିଳୁନି ସାର, ଚିନ୍ତାରେ ଚାଷୀକୂଳ

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଆଳି ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଚାଷୀମାନେ ଲାଭାନ୍ବିତ ହୋଇଥିବା ଯୋଜନାର ଦସ୍ତାବିଜ ମଗାଇଥିଲେ । ଯାହା ତଥ୍ୟ ମିଳିଛି ସେଥିରେ ସମବାୟ ବିଭାଗର ଦୁର୍ନୀତି ହୋଇଥିଲା ସ୍ପଷ୍ଟ ବାରି ହୋଇପଡିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ଥର ବ୍ୟାଙ୍କରୁ ଋଣ ନିଆଯାଇଥିବା ଦର୍ଶାଇଛି ବିଭାଗ । ୨୦୨୦ ମସିହା ଖରିଫ ଫସଲର ଇନସ୍ୟୁରାନ୍ସ ବାବଦରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର ନାଥଶର୍ମା । ଉକ୍ତ ବର୍ଷ ଖରିଫ ଋତୁରେ ୧୨,୧୫୨ ଜଣଙ୍କୁ ଫସଲ ହାନି ପାଇଁ ୨୬୦ କୋଟି ୮୦ ଲକ୍ଷ ଟଙ୍କା ବିମା ବାବଦକୁ ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିବା ସମବାୟ ବ୍ୟାଙ୍କ ସୂଚନା ଦେଇଛି । ବାସ୍ତବିକ ଏହି ରିପୋର୍ଟରେ ଜଣେ ବ୍ୟକ୍ତିଙ୍କୁ ୬ ରୁ ୭ ଥର ପର୍ଯ୍ୟନ୍ତ ବିମା ଅର୍ଥ ଦିଆ ଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଯାହାକି ଏକ ବଡ଼ ଧରଣର ଚାଷୀ ଲୁଟ ଘଟଣାକୁ ସୁଚାଉଛି । ଜଣେ ବ୍ୟକ୍ତିଙ୍କୁ ଏକାଧିକ ଥର ଗୋଟିଏ ଖରିଫ ଋତୁରେ କେମିତି ଦିଆଗଲା ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ଏନେଇ ଦେବେନ୍ଦ୍ର ନାଥ ଶର୍ମା ବିଭିନ୍ନ ଫୋରମରେ ଅଭିଯୋଗ କରିଥିଲେ ସୁଦ୍ଧା ବଡ଼ବଡିଆ ଅଧିକାରୀମାନେ ଏହାକୁ ବୃକ୍ଷେପ କରୁନାହାନ୍ତି । ଆଗାମୀ ଦିନରେ ଏହି ଦୁର୍ନୀତିକୁ ନେଇ ନ୍ୟାୟିକ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି ସେ । ଉକ୍ତ ଦୁର୍ନୀତିରେ ସମବାୟ ବ୍ୟାଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅଧିକାରୀ,ବିଭିନ୍ନ ଲୋକ ପ୍ରତିନିଧି ଏପରିକି ରାଜନେତା ମାନେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି ଦେବେନ୍ଦ୍ର ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.