ETV Bharat / state

କାମରେ ଆସୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର, ପାଣିରେ ପଡ଼ୁଛି କୋଟି କୋଟି ଟଙ୍କା - swachh bharat mission fail

author img

By ETV Bharat Odisha Team

Published : Aug 4, 2024, 9:31 PM IST

SWACHH BHARAT MISSION FAIL: ଖୋର୍ଦ୍ଧାର ପ୍ରତି ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ ସମ୍ପୂର୍ଣ୍ଣ ଫେଲ୍ ହୋଇଥିବା ଅଭିଯୋଗ ହୋଇଛି । କୋଟି କୋଟି ବ୍ୟୟ ଅଟକଳରେ ନିର୍ମିତ ଆବର୍ଜନା ପୃଥକୀକରଣ କେନ୍ଦ୍ରର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

SWACHH BHARAT MISSION FAIL
SWACHH BHARAT MISSION FAIL (ETV Bharat Odisha)

ଖୋର୍ଦ୍ଧା: କାମରେ ଆସୁନି ପ୍ରତି ପଞ୍ଚାୟତରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀ କରଣ କେନ୍ଦ୍ର । କାର୍ଯ୍ୟକାରୀ ନହୋଇ ପାଣିରେ ପଡୁଛି ସରକରାରଙ୍କ କୋଟି କୋଟି ଟଙ୍କାର ଅର୍ଥ । ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ । ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ତାକୁ ପ୍ରଶାସନ କାର୍ଯ୍ୟରେ ଲଗାଇବାରେ ବିଫଳ ହୋଇଥିବା ଭଳି କିଛି ଦୃଶ୍ୟକୁ ଦେଖିଲେ ସ୍ୱତଃ ଜଣାପଡୁଛି । ଖୋଲାମେଲା ହୋଇ ପଡିରହିଥିବା ଏହି ଘର କେବଳ ଏକ ଅର୍ଦ୍ଧ ନିର୍ମିତ ଘର ନୁହେଁ, ଏହା ଏକ ସରକାରୀ ଯୋଜନା । ଯେଉଁଥିରେ ସରକାର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା ।

ଜରାଜୀର୍ଣ୍ଣ ଅବସ୍ଥାରେ ଆବର୍ଜନା ପୃଥକୀ କରଣ କେନ୍ଦ୍ର:

ସରକାର ପ୍ରତି ଗ୍ରାମ ହେଉ ଅବା ପଞ୍ଚାୟତର ଅଳିଆ ସବୁକୁ ଏକାଠି ପକାଇବା ପାଇଁ ନିର୍ମାଣ କରିଥିଲେ ଆବର୍ଜନା ପୃଥକୀ କରଣ କେନ୍ଦ୍ର । ଏଥିପାଇଁ ବି ଗୋଟିଏ ଗୋଟିଏ ପଞ୍ଚୟତକୁ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଥିଲେ । ଏହା ଠିକାଦାରଙ୍କ ଦ୍ଵାରା ନିର୍ମାଣ ବି ହୋଇଥିଲା । ମାତ୍ର ଦିନ କେଇଟା ହୋଇନି ଏହି କେନ୍ଦ୍ରଗୁଡିକରେ ଅଳିଆ ଆବର୍ଜନା ତ ଦୂର କଥା ଏହାର ଛାତ ଆଜବେଶ ସବୁ ଉଡ଼ିଗଲାଣି । ଜିଲ୍ଲାରେ ବିଭିନ୍ନ ପଞ୍ଚୟତରେ ଏହାର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଜନସାଧାରଣଙ୍କ ସାଧନରେ ଆସୁ ନଥିବା ଅଭିଯୋଗ କରିଛନ୍ତି ଲୋକେ । କେବଳ ଯନ୍ତ୍ରୀ ଠିକାଦାର ପୋଷଣ ନୀତିରେ ଏହି ପ୍ରୋଜେଟର କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ ।

କ'ଣ କହିଲେ ସିମୋର ପଞ୍ଚାୟତର ସରପଞ୍ଚ ?

ଯଦିଓ ଏହି ଯୋଜନା ମହତ ଉଦ୍ଦେଶ୍ୟରେ ହେଉଛି ତଥାପି ପ୍ରଶାସନର ଆନ୍ତରିକତାର ଅଭାବରୁ ଏହାସବୁ ଅକାମୀ ଯୋଜନାରେ ପରିଣତ ହେଉଛି । ସେପଟେ ସିମୋର ପଞ୍ଚାୟତର ସରପଞ୍ଚ ହାଡୁବନ୍ଧୁ ମହାପାତ୍ର କହିଛନ୍ତି,"ପୃଥକୀ କରଣ କେନ୍ଦ୍ରକୁ ଅଳିଆ ଆବର୍ଜନା ଆଣି ପକାଇବା ପାଇଁ ପ୍ରତି ପଞ୍ଚୟତକୁ 2ଟି ଟ୍ରଲି ଗାଡି ବି ଯୋଗାଇ ଦିଆଯାଇଛି । ତେବେ ପରିଚାଳନା ପାଇଁ ମ୍ୟାନ ପାୱାର ଦିଆଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଏହି ସବୁ ଟ୍ରଲିରେ କଳଙ୍କି ଧରିବାକୁ ବସିଲାଣି । କେଉଁଠି କେଉଁଠି ନଷ୍ଟ ବି ହୋଇଗଲାଣି । "

ଏହା ମଧ୍ୟ ପଢନ୍ତୁ....ପୋତି ହୋଇଛି ବ୍ରିଟିସ ଅମଳର ନାଜାର ନାଳ; ପ୍ରଶାସନ ସାଜିଛି ନିରବଦ୍ରଷ୍ଟା - bhadrak drainage problem

କ'ଣ କହିଲେ ବେଗୁନିଆ ବ୍ଲକର ଉନ୍ନୟନ ଅଧିକାରୀ ?

ସେପଟେ ବେଗୁନିଆ ବ୍ଲକର ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁ କହିଛନ୍ତି ,"କେତେକ ସ୍ଥାନରେ ଆବର୍ଜନା ପୃଥକୀ କରଣ କେନ୍ଦ୍ର କାର୍ଯ୍ୟକାରୀ ହେଉଛି । ଯେଉଁଠି ହେଉନି ସେଠାକାର ସମସ୍ୟା ବୁଝି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ । " ତେବେ ବାସ୍ତବରେ ଏହାର କାର୍ଯ୍ୟକାରୀତା ଯେ କେତେ ହେଉଛି ଏହି ସବୁ ଦୃଶ୍ୟ ପ୍ରମାଣିତ କରିବା ପାଇଁ ଯଥେଷ୍ଟ । ଜନହିତ ପାଇଁ ଯୋଜନା ସବୁକୁ କେବଳ ନିର୍ମାଣରେ ସୀମିତ ନ ରଖି ,ତାକୁ ତଦାରଖ ଓ କାର୍ଯ୍ୟକାରୀ ନକଲେ କୋଟି କୋଟି ଟଙ୍କାର ଯୋଜନାର ପାଣିରେ ପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.