ETV Bharat / state

ମସ୍କୋରେ ଓଡି଼ଶା ବାସ୍ନା, ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ପାଳିତ ହେଲା ଉତ୍କଳ ଦିବସ - Utkal Divas 2024 - UTKAL DIVAS 2024

Utkal Divas At Moscow : ମସ୍କୋରେ ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ପାଳିତ ହେଲା ଉତ୍କଳ ଦିବସ । "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତରେ ଭାସିଲା ଓଡ଼ିଆ ବାସ୍ନା । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 1, 2024, 10:18 PM IST

ଉତ୍କଳ ଦିବସ

ବ୍ରହ୍ମପୁର: ଓଡ଼ିଆ ଭାରି ବଢ଼ିଆ । ଯେତେ ଦୂରେ ଥିଲେ ମଧ୍ୟ ଆମ ମନ ଓଡ଼ିଆ, ଆମ ପ୍ରାଣ ଓଡ଼ିଆ । ସୁଦୂରରେ ଥିଲେ ବି ଓଡି଼ଶା ମାଟି, ପାଣି ଓ ପବନର ବାସ୍ନାକୁ କେବେ ଭୁଲି ପାରନି ଜଣେ ଖାଣ୍ଟି ଓଡ଼ିଆ । ଆମ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମେ ସବୁବେଳେ ଗର୍ବିତ । ଯେତେଦୂରରେ ଥିହେ ବି ଓଡ଼ିଆ ସଂସ୍କୃତି ଓ ପରମ୍ପରରା ଛାପ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଋଷିଆରେ । ଋଷର ରାଜଧାନୀ ମସ୍କୋରେ ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ପାଳିତ ହୋଇଛି ଉତ୍କଳ ଦିବସ ।

ତେବେ ମସ୍କୋ ରହୁଥିବା ପ୍ରବାସୀ ଓଡ଼ିଆ ସଙ୍ଗଠନ- All Russia Odia Samaj (AROS )ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି । ମସ୍କୋରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଗତ ୧୯୯୬ ମସିହାରୁ ନିରବିଚ୍ଛିନ୍ନ ଭାବେ ପ୍ରତ୍ୟେକ ବର୍ଷ ଓଡ଼ିଶା ଗଠନ ପାଇଁ ନିଜକୁ ଉତ୍ସର୍ଗ କରିଥିବା ମହାନୁଭବମାନଙ୍କୁ ସ୍ମରଣ କରି ଉତ୍କଳ ଦିବସ ପାଳନ କରାଯାଉଛି । ଚଳିତବର୍ଷ ଅତ୍ୟନ୍ତ ସୌହାର୍ଧ୍ୟପୂର୍ଣ୍ଣ ପରିବେଶରେ ଏହି ଉତ୍କଳ ଦିବସ ପାଳନ କରାଯାଇଛି ।

ଉତ୍କଳ ଦିବସ
ଉତ୍କଳ ଦିବସ

ଓଡ଼ିଆ ସମାଜର ପୁରୋଧା ସନ୍ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ମାଆ ଓ ମାଟିର ଗୌରବ ଗାଥା ମନେପକାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିୱଲା । ଏଥିରେ ମସ୍କୋ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବିଘ୍ନେଶ୍ବର ପଟ୍ଟନାୟକ, ଉତ୍କଳ ଦିବସର ତାତ୍ପର୍ଯ୍ୟ ଓ ଉତ୍କଳ ସମ୍ମିଳନୀର ଇତିହାସ ଉଲ୍ଲେଖ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କୁଇଜ୍, ବିଭିନ୍ନ ପ୍ରତିଯୋଗିତା ଏବଂ ଓଡ଼ିଆ ବ୍ୟଞ୍ଜନ ଉତ୍ସବକୁ ଉପଭୋଗ କରିଥିଲେ । ଋଷିଆରେ କାର୍ଯ୍ୟରତ ଓଡ଼ିଆମାନେ ଦୁଇ ଦିନ ଧରି ଏହି ଉତ୍କଳ ଦିବସକୁ ମହା ସମାରୋହରେ ପାଳନ କରିଥିଲେ । ଏହି ଅବସରରେ ତିରୁପତି ପଣ୍ଡା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ଚଳିତ ବର୍ଷର ମନ୍ତ୍ରପାଠ କରି ଥିବା ବେଳେ ନୃତ୍ୟ ଗୀତରେ ସଭାସ୍ଥଳ ମୁଖରୀତ ହୋଇଥିଲା । ଏପରିକି ସମସ୍ତ ଓଡିଆ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତର ସାମୁହିକ ଗାୟନ ସେଠାକର ପରିବେଶକୁ ଏକ ପ୍ରକାର ଓଡିଶା ଏବଂ ଓଡିଆ ପ୍ରତି ରହିଥିବା ଭାବନାକୁ ଅତ୍ୟନ୍ତ ସରଗରମ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଏନ୍ତୁଡ଼ିଶାଳରେ ପରିଚୟ ହରାଉଛି ଓଡିଆ ଭାଷା; ସରକାର ଭୁଲିଗଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ! - Maharaja Krushna Chandra Gajapati

ମସ୍କୋରେ ରହୁଥିବା ସବୁ ଓଡ଼ିଆ ସଦସ୍ୟଙ୍କ ସହୋଯୋଗରେ କାର୍ଯ୍ୟକ୍ରମ ଆଯୋଜିତ ହୋଇଥିବା ବେଳେ ଏଥିରେ ସର୍ବଶ୍ରୀ ସୁଦର୍ଶନ ଗୌଡ଼, ପିୟୁଷ ପଣ୍ଡା, ଡା.ହେନା ମୋହନ, ସୁରେଶ ଦାଶ ,ଗାଗରିନ ମହାପାତ୍ର ,ସବ୍ୟସାଚୀ ରଥ, ପ୍ରଶାନ୍ତ ସାହୁ , ସଂଜୀବ ନାୟକ, ସୌଭାଗ୍ୟ ସାହୁ ଆଦି ସହଯୋଗ କରିଥିଲେ । ଏହାସହ ଏଥିରେ ମସ୍କୋ ସ୍ଥିତ ଭାରତୀୟ ରାଜ ଦୂତାବାସର ବରିଷ୍ଠ ଅଧିକାରୀ ସୁବ୍ରତ ଦାଶ ଏବଂ ଭାରତୀୟ ବ୍ୟାଙ୍କର ସଭାପତି ସୁରୀକ ସାହା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.