ETV Bharat / state

ଧାରଣାରେ ରାଜ୍ୟ ବିଦ୍ୟୁତ ମଜଦୁୁର ମହାସଂଘ, ଦାବି ପୂରଣ ନ ହେଲେ ରାଜ୍ୟକୁ ଅନ୍ଧାର କରିବାକୁ ଧମକ

author img

By ETV Bharat Odisha Team

Published : Feb 17, 2024, 5:28 PM IST

All Odisha Electricity Workers Association Protest: ୬ ଦଫା ଦାବି ନେଇ ଦୁଇଦିନ ହେବ ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି ବିଦ୍ୟୁତ ମଜଦୁର ମହାସଂଘ । ଦାବି ପୂରଣ ନହେଲେ ଓଡିଶାରେ ବିଦ୍ୟୁତ ସେବା ଠପ୍ କରିବାକୁ ଧମକ । ଅଧିକ ପଢନ୍ତୁ

ଧାରଣାରେ ରାଜ୍ୟ ବିଦ୍ୟୁତ ମଜଦୁୁର ମହାସଂଘ, ଦାବି ପୂରଣ ନ ହେଲେ ରାଜ୍ୟକୁ ଅନ୍ଧାର କରିବାକୁ ଧମକ
ଧାରଣାରେ ରାଜ୍ୟ ବିଦ୍ୟୁତ ମଜଦୁୁର ମହାସଂଘ, ଦାବି ପୂରଣ ନ ହେଲେ ରାଜ୍ୟକୁ ଅନ୍ଧାର କରିବାକୁ ଧମକ
ଧାରଣାରେ ରାଜ୍ୟ ବିଦ୍ୟୁତ ମଜଦୁୁର ମହାସଂଘ, ଦାବି ପୂରଣ ନ ହେଲେ ରାଜ୍ୟକୁ ଅନ୍ଧାର କରିବାକୁ ଧମକ

ଭୁବନେଶ୍ବର: ଯିଏ ରାଜ୍ୟରେ ବିଦ୍ୟୁତ ଆଲୋକ ଯୋଗାଉଛି ସେ ଆଜି ଧାରଣାରତ । ରାଜରାସ୍ତାରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘ । ୬ ଦଫା ଦାବି ନେଇ ଦୁଇଦିନ ହେବ ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି ବିଦ୍ୟୁତ ମଜଦୁର ମହାସଂଘ । ବାରମ୍ବାର ପ୍ରତିଶୃତି ପାଇବା ପରେ ପ୍ରତାରିତ ହୋଇ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ସାରା ରାଜ୍ୟର ୧୦ ହଜାର ବିଦ୍ୟୁତ କର୍ମଚାରୀ ଆସି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଭିନ୍ନ ଦାବିକୁ ନେଇ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ସଂଘର ସ୍ବାର୍ଥକୁ ନେଇ ଏଯାବତ କିଛି ନିଷ୍ପତ୍ତି ହୋଇପାରିନାହିଁ । ତେଣୁ ମହାସଂଘର ସଦସ୍ୟମାନେ ଆନ୍ଦୋଳନ କରିଛନ୍ତି ।

ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ସର୍ବନିମ୍ନ ମଜୁରୀ ବୃଦ୍ଧି, ସମାନ କାର୍ଯ୍ୟକୁ ସମାନ ଦରମା, ଅନ୍ୟ ରାଜ୍ୟ ଭଳି ଓଡିଶାରେ ବିଦ୍ୟୁତ ଠିକା ଶ୍ରମିକ ମାନଙ୍କ ପାଇଁ ସ୍ବତନ୍ତ୍ର ସର୍ବନିମ୍ନ ମଜୁରୀ, ଯିବା ଶ୍ରମିକ ମାନଙ୍କ ପାଇଁ ପୂର୍ବ ବନ୍ଧିତ ୨୫% ଦରମା ବିଦ୍ୟୁତ ଠିକା ଶ୍ରମିକଙ୍କ ପାଇଁ ଲାଗୁ କରିବା, ଶ୍ରମ ବିଭାଗର ନିୟମ ଅନୁଯାୟୀ ମିଟରେ ଭିଜର, ସିବିଏ କର୍ମଚାରୀମାନଙ୍କୁ କୁଶଳୀ ଏବଂ ହେଲପରମାନଙ୍କୁ ଅର୍ଦ୍ଧକୁଶଳୀ ମଜୁରୀ ପ୍ରଦାନ, କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ଆଦି ପ୍ରମୁଖ ଦାବି ରହିଛି । ଏକ ବିପଦପୂର୍ଣ୍ଣ କାମରେ ନିଯୁକ୍ତ ହେବା ସତ୍ତ୍ବେ ସରକାର ସେମାନଙ୍କ ଦାବିକୁ ଏଡାଇ ଚାଲିଛି ।

ଏହା ମଧ୍ୟ ପଢନ୍ତୁ ... ଗ୍ରେଡ୍ ପେ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର କଲମ ଛାଡ଼ ଆନ୍ଦୋଳନ

ତେବେ ବାରମ୍ବାର ଗୁହାରି ପରେ ମଧ୍ୟ ଠିକା ବିଦ୍ୟୁତ ଶ୍ରମିକ ମାନଙ୍କ ଦୁଃଖ ଶୁଣୁ ନଥିବାରୁ ବାଧ୍ୟ ହୋଇ ଭୁବନେଶ୍ଵର ଲୋଏର ପିଏମଜିରେ ଏଭଳି ଗଣଧାରଣା କରି ରାଜ୍ୟ ସରକାରଙ୍କୁ ସେମାନଙ୍କ ଦାବି ପୂରଣ ପାଇଁ ପୁନଃ ଅନୁରୋଧ କରିବାକୁ ଆସିଥିବା ଠିକାଶ୍ରମିକ ମାନେ କହିଛନ୍ତି । ଏଥର ଯଦି ସରକାର ସେମାନଙ୍କ ଦାବି ନ ଶୁଣନ୍ତି ତେବେ ଆଗାମୀ ଦିନରେ ସାରା ଓଡିଶା ର ୪୦୦୦୦ରୁ ଉର୍ଦ୍ଧ୍ବ ବିଦ୍ୟୁତ ଠିକା ଶ୍ରମିକ ମାନେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଏଥିପାଇଁ ଓଡିଶାର ବିଦ୍ୟୁତ ଉପଭୋକ୍ତା ତଥା ଜନସାଧାରଣ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ଟାଟା ପାୱାର ଏବଂ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ମହାସଂଘ ପକ୍ଷରୁ ଠିକା ଶ୍ରମିକ ମାନେ ସିଧାସଳଖ ଚେତାବନୀ ଶୁଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.