ETV Bharat / state

ବଲାଙ୍ଗୀରରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - Shitla Sashti 2024 - SHITLA SASHTI 2024

SHITLA SASHTI 2024: ଆସନ୍ତା 10 ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ହେବେ ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

SHITLA SASHTI 2024
SHITLA SASHTI 2024 (ETV BHARAT ODISHA)
author img

By ETV Bharat Odisha Team

Published : Jun 7, 2024, 12:17 PM IST

ବଲାଙ୍ଗୀର: ପାଖେଇ ଆସୁଛି ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳାରେ ଏହାକୁ ପାଲନ ପାଇଁ ବଲାଙ୍ଗୀର ପୋଲିସ ଓ ପ୍ରଶାସନର ମଧ୍ୟ ପ୍ରସ୍ତୁତି ସରିଛି। ରୀତି ନୀତି ଅନୁସାରେ ଦେବ ଦମ୍ପତିଙ୍କ ହେବ ବିବାହ। ଦେବ ଦମ୍ପତିଙ୍କ କଳ୍ପିତ ମାଆ ଓ ବାପା ମଧ୍ୟ ବିବାହ ପାଇଁ ସବୁ ପ୍ରସ୍ତୁତି ସାରିଥିବା ବେଳେ ଦେବ ନିମନ୍ତ୍ରଣ ପରେ ବନ୍ଧୁ ବାନ୍ଧବ ଓ ସହର ବାସୀଙ୍କୁ ଦିଆ ଯାଇଛି ନିମନ୍ତ୍ରଣ।

SHITLA SASHTI 2024 (ETV BHARAT ODISHA)

ଆସନ୍ତା 10 ତାରିଖରେ ଦେବ ଦମ୍ପତିଙ୍କ ପଡ଼ିବ ହାତ ଗଣ୍ଠି। ସମ୍ପନ୍ନ ହେବ ଶିବ ପାର୍ବତୀଙ୍କ ଶୁଭ ବିବାହ। ସେହିପରି 11 ତାରିଖରେ ଯୁଗଳ ମୂର୍ତ୍ତୀ ସହର ପରିକ୍ରମା କରିବା ସହ ଦେବ ଦମ୍ପତି ଘର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଯେଉଁଥିରେ ସବୁ କମିଟି ମାନେ ନୀତି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେହିପରି ଶୀତଳ ଷଷ୍ଠୀ ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାର ନାଚ ଗୀତ ପ୍ରଦର୍ଶନ ହେବ। ବଲାଙ୍ଗୀରରେ ଏଥର ଚାରୋଟି ଶୀତଳ ଷଷ୍ଠୀ ଯାତ୍ରା କମିଟି ଯଥା ପେଲେଶ ଲାଇନ୍, ବ୍ରାହ୍ମଣ ପଡ଼ା, ସୁଦ ପଡ଼ା ଓ ଏବି ଏ ଏସ ଏସ ପଡ଼ା ଯାତ୍ରା କମିଟି ଏଥର ଶୀତଳ ଷଷ୍ଠୀ ଯାତ୍ରା ର ଆୟୋଜନ କରୁଛନ୍ତି। ଏତି ପାଇଁ ସହରରେ ବିଭିନ୍ନ ସ୍ଥାନରେ ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ସେହିପରି ସବୁ କମିଟି ଦ୍ବାରା ମହା ଆଡ଼ମ୍ବରରେ ଏହି ଦେବ ଦମ୍ପତିଙ୍କ ବିବାହ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ରେଢ଼ାଖୋଲ ବିଧାୟକଙ୍କ ସହ ବୈଠକ

36 ତମ ଶୀତଳ ଷଷ୍ଠୀ ଯାତ୍ରାର ଆୟୋଜନ କରୁଥିବା ଏବିଏସଏସ ପଡ଼ା ଯାତ୍ରା କମିଟି ସମ୍ପାଦକ ସତ୍ୟ ନାରାୟଣ ମିଶ୍ର କହିଛନ୍ତି ଯେ, ଏଥର ସେମାନେ ମହା ଆଡ଼ମ୍ବରରେ ଯାତ୍ରା ପାଳନ କରିବେ। ଯେଉଁଥିରେ ସିଦ୍ଧେଶ୍ୱର ବାବା ଶାନ୍ତି ପଡ଼ା ତାଙ୍କ କଳ୍ପିତ ମାଆ ବାପା ସନ୍ତୋଷ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଡ଼ାକ୍ତର ସ୍ଵସ୍ଥି ରେଖା ନାୟକଙ୍କ ଘରୁ ବରାତ ରେ ଆସିବେ। ଏଠି ତାଙ୍କର ବିବାହ ପରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହେବ। ତେବେ ଏଥର ପ୍ରବଳ ଗରମ ଯୋଗୁଁ ଏହି ଯାତ୍ରା ସନ୍ଧ୍ୟାରେ ବାହାରିବ ବୋଲି ସେ କହିଛନ୍ତି। ସେହିପରି ଏଥିରେ ନାଗପୁର ମହାରାଷ୍ଟ୍ର ରୁ ଅଘୋରି ବାବା ଗୋଷ୍ଠୀ, ଛଉ ନୃତ୍ୟ, ଆଦିବାସୀ ନୃତ୍ୟ, ଶଙ୍ଖ ଘଣ୍ଟ ବାଦ୍ୟାରେ ବିରାଟ ଶୋଭାଯାତ୍ରା କରାଯିବ ।

ବଲାଙ୍ଗୀରରେ ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥାଏ। ଦେବ ଦମ୍ପତିଙ୍କ ବାହା ଘରେ ସାମିଲ ହେବା ଓ ଦେବ ଦମ୍ପତିଙ୍କ ଦର୍ଶନ କରିବା ସହ ଲୋକେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ମଜା ନେବେ। ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ସରିଛି। ଯେଉଁଥିରେ ସବୁ ଯାତ୍ରା କମିଟି ସହ ପୋଲିସ୍ ପ୍ରଶାସନ ର ବୈଠକ ସାରିଥିବା ବେଳେ ଯାତ୍ରାକୁ ଯେମିତି ସୁଚାରୁରୂପେ ସମ୍ପନ୍ନ କରାଯିବ ତାପାଇଁ ସବୁ ପଦକ୍ଷେପ ନିଆଯିବ ବୋଲି ବଲାଙ୍ଗୀର ଏସ ଡି ପି ଓ ପ୍ରଦୀପ ନାୟକ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.