ETV Bharat / state

ପାରାଦ୍ୱୀପରେ ଆରମ୍ଭ ହେଲା ସର୍ବ ଭାରତୀୟ ବୃହତ ବନ୍ଦର କ୍ରୀଡା ଉତ୍ସବ - All India Major Ports Athletic Meet

Major Ports Athletic Meet: ଆରମ୍ଭ ହୋଇଛି ସର୍ବ ଭାରତୀୟ ବୃହତ ବନ୍ଦର କ୍ରୀଡା ପ୍ରତିଯୋଗିତା ।ଏଥିରେ ୧୨ଟି ଗ୍ରୁପରେ ସାମିଲ ହୋଇଥିବାବେଳେ ୧୩୩ ପ୍ରକାର କ୍ରୀଡା ପ୍ରତିଯୋଗିତା ଆୟୋଜନ ହେବ । ଅଧିକ ପଢନ୍ତୁ

ପାରାଦ୍ୱୀପରେ ଆରମ୍ଭ ହେଲା ସର୍ବ ଭାରତୀୟ ବୃହତ ବନ୍ଦର କ୍ରୀଡା ଉତ୍ସବ

author img

By ETV Bharat Odisha Team

Published : Jan 31, 2024, 10:21 PM IST

ପାରାଦ୍ୱୀପରେ ଆରମ୍ଭ ହେଲା ସର୍ବ ଭାରତୀୟ ବୃହତ ବନ୍ଦର କ୍ରୀଡା ଉତ୍ସବ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ଆନୁକୂଲ୍ୟରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ବୃହତ ବନ୍ଦର କ୍ରୀଡା ପ୍ରତିଯୋଗିତା । ବୃହତ କ୍ରୀଡା ନିୟନ୍ତ୍ରଣ ବୋର୍ଡ ଓ ପାରାଦ୍ୱୀପ ବନ୍ଦର ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ଚାରି ଦିନ ଧରି ଚାଲିବାକୁ ଥିବାବେଳେ ଦେଶର ମୋଟ ୮ଟି ବନ୍ଦରର ଶତାଧିକ ପ୍ରତଯୋଗୀ ଭାଗନେଇଛନ୍ତି । ଖେଳାଳୀମାନେ ୧୨ଟି ଗ୍ରୁପରେ ସାମିଲ ହୋଇ ୧୩୩ ପ୍ରକାର କ୍ରୀଡା ପ୍ରଦର୍ଶିନ କରିବେ ବୋଲି ପାରାଦ୍ୱୀପ ବନ୍ଦର ପକ୍ଷରୁ ସୂଚନା ମିଳିଛି ।

ଏହାକୁ ନେଇ ପାରାଦ୍ୱୀପ ବନ୍ଦର ପକ୍ଷରୁ ସହରକୁ ଆଲୋକ ମାଳାରେ ସୁସଜ୍ବିତ କରାଯିବା ସହିତ ଦର୍ଶକମାନଙ୍କ ପାଇଁ ଗୋପବନ୍ଧୁ ଷ୍ଟାଡିୟମରେ ବ୍ୟାପକ ବେବସ୍ଥା କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ, କୋଷ୍ଟଗାର୍ଡ ଡିଆଇଜି ସଞ୍ଜୟ ନେଗି, ବନ୍ଦରର କ୍ରୀଡା ପରିଚାଳନା କମିଟିର ଅଧ୍ୟକ୍ଷ ଡ଼ିଏନ ସୋନ୍ଧି ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ବନ୍ଦର ଅଧ୍ୟକ୍ଷ କହିଛନ୍ତି ଯେ ପାରାଦ୍ୱୀପ ବନ୍ଦର ଏକ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇରହିନାହିଁ । ପାରାଦ୍ୱୀପ ବନ୍ଦର କତ୍ତୃପକ୍ଷ ବିଭିନ୍ନ ଲୁକ୍କାଇତ ପ୍ରତିଭାମାନକୁ ଲୋକ ଲୋଚନକୁ ଆଣିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ ଜାରି ରଖିଛି । ଆଜିର କାର୍ଯ୍ୟକ୍ରମ ତାହାର ଉଦାହରଣ । ବର୍ଷକୁ ପାଖାପାଖି ୧୦ରୁ ଅଧିକ ଏହିଭଳି କାର୍ଯ୍ୟକ୍ରମ କରାଯାଉଛି । ପାରାଦ୍ୱୀପ ହେଉ କିମ୍ଭା ବାହାରେ ଏହିଭଳି କ୍ରୀଡା କାର୍ଯ୍ୟକ୍ରମକୁ ବନ୍ଦର ପ୍ରଶାସନ ପ୍ରୋତ୍ସାହିତ କରିଆସୁଛି ।

ଏହା ମଧ୍ୟ ପଢନ୍ତୁ .....ରଣଜୀ ଟ୍ରଫି 2024: ‘ପ୍ରଥମ ବିଜୟ ପରେ ଓଡ଼ିଶାର ମନୋବଳ ବଢିଛି’

ସେ ଆହୁରି ମଧ୍ୟ କହିଥିଲେ ଯେ ପାରାଦ୍ୱୀପ ବନ୍ଦର ପୂର୍ବ ଭାରତର ଏକ ବୃହତମ ବନ୍ଦର । କେନ୍ଦ୍ର ସରକାର ଏହି ବନ୍ଦରକୁ ଅନ୍ତର୍ଜାତୀୟସ୍ତରରେ ଏକ ନମ୍ବର ବନ୍ଦର ଭାବେ ଗଢି ତୋଳିବା ପାଇଁ ପ୍ରୟାସ କରି ଆସୁଛନ୍ତି । ବନ୍ଦରର ଲାଭାର୍ଥରେ ପାରାଦ୍ୱୀପ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟ କରାଯାଉଛି । C.A.C.R ଫଣ୍ଡ ଜରିଆରେ ସ୍ୱାସ୍ଥ୍ୟ ସେବା, ଗମନାଗମନ, ଶିକ୍ଷା, କ୍ରୀଡା ଓ ମନରଞ୍ଜନ ଆଦି କ୍ଷେତ୍ରରେ ବ୍ୟୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ କ୍ରୀଡା ସଂସଦର ସମ୍ପାଦକ ଡ଼ା ଦୁର୍ଗା ପ୍ରସାଦ ସେଠୀ, କୋଷାଧ୍ୟକ୍ଷ ଆର ଏନ ମିଶ୍ର, ସଂଯୋଜକ ରବି ଦାସ, ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.