ETV Bharat / state

ନିଶାମୁକ୍ତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସବୁଠି ଜୋରଦାର ହେବ ସଚେତନତା - Drugs Free Campus

author img

By ETV Bharat Odisha Team

Published : Aug 11, 2024, 10:43 PM IST

All Higher Educational Institutes Campuses To Be Drug Free:ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ ଭାରତ ଅଭିଯାନ ଲାଗୁ କରି ଜୋରଦାର କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି । ଏନେଇ ନିଶାଦ୍ରବ୍ୟକୁ ନେଇ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଚେତନତା କରାଯିବ । ଅଧିକ ପଢ଼ନ୍ତୁ

Higher Educational Institutes Campuses To Be Drug Free
Higher Educational Institutes Campuses To Be Drug Free (ETV Bharat Odisha)

ଭୁବନେଶ୍ବର: ନିଶାମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ ପରିସର । ଆଜିର ସମୟରେ ନିଶା ସେବନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଅଟେ । ଏହାର ପ୍ରଭାବରେ ଯୁବପିଢିଙ୍କ ମଧ୍ୟରେ ହିଂସା ହତ୍ୟା ଲୁଣ୍ଠନ ଭଳି ମନୋବାବ ବଢିବାରେ ଲାଗିଛି । ନିଶାଦ୍ରବ୍ୟ ବ୍ୟବହାର ଦ୍ଵାରା ଯୁବ ସମାଜ ପଥ ଭ୍ରଷ୍ଟ ହେଉଥିବାରୁ ଚିନ୍ତା ବଢ଼ାଇଛି । ଏନେଇ ନିଶାଦ୍ରବ୍ୟକୁ ନେଇ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଚେତନତା କରାଯିବ । ୧୨ ତାରିଖ ଅର୍ଥାତ ଆସନ୍ତାକାଲି ଶିକ୍ଷାନୁଷ୍ଠାନରେ ସଚେତନତା କରାଯିବ । ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ ଭାରତ ଅଭିଯାନକୁ ଜୋରଦାର କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି । ବୈଷୟିକ ଶିକ୍ଷା ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ସମନ୍ବୟ ରଖି କାମ କରିବ ଉଚ୍ଚଶିକ୍ଷା ବିଭାଗ । ଉଭୟ କଲେଜ ଓ ହଷ୍ଟେଲ ଗୁଡ଼ିକରେ ଏହାକୁ କଡ଼ାକଡ଼ି କରାଯିବ ପାଇଁ ନିର୍ଦ୍ଦେଶ ରହୁଛି ।

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "UGCଙ୍କ ପରାମର୍ଶ କ୍ରମେ ଆମେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ନିଶାମୁକ୍ତ କରିବା ଦିଗରେ ଅଗ୍ରସର ହେବୁ । ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ SSEPDକୁ ନେଇ କାମ କରିବୁ । ଏନେଇ UGC ଏକ ନିର୍ଦ୍ଦେଶାବଳୀ ଦେଇଛନ୍ତି, ଯାହା ସ୍ୱାଗତଯୋଗ୍ୟ ଅଟେ । କେମିତି କମିଟି ହେବ, ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଓ ପାଠ୍ୟକ୍ରମରେ ସାମିଲ କରିବା ଦିଗରେ ପଦକ୍ଷେପ ନିଆଯିବ । ଏହା ସାମାଜିକ ସୁରକ୍ଷା ପାଇଁ ପାଳନ ହେବାର ଆବଶ୍ୟକତା ଅଛି ।"

କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା:

ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି, "ସ୍କୁଲ ହତା ମଧ୍ୟରେ ବା ହତା ବାହାର ପାଖରେ ନିଶାଦ୍ରବ୍ୟ ବିକ୍ରି କରିବା ନେଇ ନଜରକୁ ଆସିନାହିଁ । ପିଲାଙ୍କୁ ସବୁବେଳେ ନିଶାଦ୍ରବ୍ୟକୁ ନେଇ ସଚେତନତା କରାଯାଉଛି । ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି । ନିର୍ଦ୍ଦେଶ ଅନୁସାରେ ପିଲାମାନଙ୍କୁ ଆମେ ସଚେତନ କରୁଛୁ । ଏହାସହ ଅଭିଭାବକମାନଙ୍କୁ ମଧ୍ୟ ସ୍କୁଲ ବୈଠକରେ ସଚେତନତା କରାଯାଉଛି ।"

ନିଶାମୁକ୍ତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ:

ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ଏବଂ ବୈଷୟିକ ଓ ଭେଷଜ ଅନୁଷ୍ଠାନ, ଆଇ ଆଇ ଏମ୍ ଓ ଆଇଆଇଟି ଆଦି ଶିକ୍ଷାନୁଷ୍ଠାନରେ ସଚେତନତା ପାଇଁ ଶପଥ ପାଠ ଗ୍ରହଣ କରାଯିବାର ଯୋଜନା କରାଯାଇଛି । ଏହା ସହ ସାଂସ୍କୃତିକ ସାମାଜିକ କ୍ରୀଡା ଓ ଗଣଦୌଡ ମାଧ୍ୟମରେ ନିଶା ନିବାରଣ ସମ୍ବନ୍ଧୀୟ ପ୍ରଚାରପ୍ରସାର କରାଯିବ ବୋଲି ୟୁଜିସି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.