ETV Bharat / state

ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ - four gates of jagannath temple open

author img

By ETV Bharat Odisha Team

Published : Jun 13, 2024, 7:43 AM IST

Updated : Jun 13, 2024, 8:20 AM IST

All four gates of Puri jagannath temple open for devotees: କାର୍ଯ୍ୟକାରୀ ହେଲା ନୂଆ ସରକାରର ପ୍ରଥମ କ୍ୟାବିନେଟ ନିଷ୍ପତ୍ତି । ମଙ୍ଗଳ ଆଳତୀ ସହ ଖୋଲିଲା ଶ୍ରୀମନ୍ଦିରର 4 ଦ୍ବାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ସମସ୍ତ ମନ୍ତ୍ରୀ କଲେ ଦର୍ଶନ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଅଧିକ ପଢନ୍ତୁ

Puri Sri Mandir
Puri Sri Mandir (ETV Bharat Odisha)

ପୁରୀ: ସରକାର ଗଠନ ପରେ ଆକ୍ସନମୋଡରେ ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାର । ଗତକାଲି ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଆଧାରରେ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରର 4 ଦ୍ବାର ଖୋଲିଛି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନୂତନ ସରକାରର ସମସ୍ତ ମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଗତକାଲି (ବୁଧବାର) ସଂଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହେବା ସହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ସମସ୍ତ 4ଦ୍ବାର ଖୋଲିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ଦ୍ବାର ଦେଇ ଶ୍ରଦ୍ଧାଳୁମାନେ ବଡଦେଉଳରେ ପ୍ରବେଶ କରି ଦର୍ଶନ କରୁଛନ୍ତି ।

ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ (ETV Bharat Odisha)

ପୂର୍ବରୁ କେବଳ ସିଂହଦ୍ବାରରେ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ । ଯାହାକି ଦର୍ଶନ ଅବ୍ୟବସ୍ଥାକୁ ଜନ୍ମ ଦେଇଥିଲା । ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁଙ୍କୁ ବଡଦାଣ୍ଡରେ ଲାଗିଥିବା ବାରିକେଡ ମଧ୍ୟରେ ଅପେକ୍ଷା କରିବାକୁ ପଡୁଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହେବା ସହ ସମସ୍ତ ଦ୍ବାର ଖୋଲିବାକୁ ଦାବି ଉଠିଥିଲା । ଏହାକୁ ନିର୍ବାଚନୀ ମୁଦ୍ଦା କରିଥିଲା ବିଜେପି । ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ସରକାର ଗଠନର ମାତ୍ର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିରର ସମସ୍ତ 4 ଦ୍ବାର ଖୋଲାଯିବ ବୋଲି ଦଳର କେନ୍ଦ୍ରୀୟ ନେତାଏଁ ଘୋଷଣା କରିଥିଲେ ।

ଖୋଲିଲା ଶ୍ରୀମନ୍ଦିର 4ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ (ETV Bharat Odisha)

ଗତକାଲି ମୋହନ ମାଝୀଙ୍କ ନେତୃତ୍ବରେ ନୂଆ ସରକାର ଗଠନ ପରେ ସଂଧ୍ୟାରେ ଲୋକସେବା ଭବନରେ ଆୟୋଜିତ ପ୍ରଥମ କ୍ୟାବିନେଟରେ ଏହି ପ୍ରସ୍ତାବରେ ମୋହର ବାଜିଥିଲା । ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ସହ ମନ୍ଦିର ପରିଚାଳନା ଓ ରକ୍ଷଣାବେକ୍ଷଣା ପାଇଁ 5ଶହ କୋଟିର ଏକ ‘କର୍ପସ ଫଣ୍ଡ’ ଗଠନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଏହା ସହ ଗତକାଲି ରାତିରେ ପୁରା ସରକାର ପୁରୀ ଅଭିମୁଖେ ବାହାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ।

କେବେଠୁ ବନ୍ଦ ଥିଲା ଶ୍ରୀମନ୍ଦିର ?

ତେବେ ଗତ 2020 ମାର୍ଚ୍ଚରୁ କୋଭିଡ କଟକଣା ଲାଗିବା ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଵେଶ ବନ୍ଦ କରାଯାଇଥିଲା । ପରେ କୋଭିଡ କଟକଣା ଉଠିବା ପରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା । ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଦେଇଥିଲେ ରାଜ୍ୟ ସରକାର । ଏ ନେଇ ସବୁଆଡେ ପ୍ରତିବାଦ ପରେ ମଧ୍ୟ ରାଜ୍ୟ ବିଜେଡି ସରକାର ଏହାକୁ ଶୁଣି ନଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଥିଲା । ଏହାକୁ ନିର୍ବାଚନ ମୁଦ୍ଦା କରି ବିଜେପି ନିର୍ବାଚନ ଲଢିଥିଲେ। ବିଜେପି ସରକାର କ୍ଷମତାକୁ ଆସିଲେ ସବୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ପରେ ଏହାକୁ ନେଇ ବିଜେପି ସଫଳ ହୋଇଥିଲା । ଓଡ଼ିଶାରେ ସରକାର ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯାଇଥିଲା । ତେବେ ଚାରି ଦ୍ବାରରେ ଭକ୍ତଙ୍କ ସୁବିଧା ପାଇଁ ଜୋତା ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା, ଖରା, ବର୍ଷାରୁ ରକ୍ଷା ପାଇଁ ସେଡ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ସ୍ବାଗତ କରିଛନ୍ତି ।

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର 4ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ର କଲେ ଦର୍ଶନ
ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର 4ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ର କଲେ ଦର୍ଶନ (ETV Bharat Odisha)

ପ୍ରଥମ କ୍ୟାବିନେଟରେ 4 ବଡ ପ୍ରସ୍ତାବକୁ ଅନୁମୋଦନ:-

ଗତକାଲି ମୋହନ ସରକାର ପ୍ରଥମ କ୍ୟାବିନେଟ ନିର୍ବାଚନୀ ଘୋଷଣାପତ୍ରର 4 ବହୁଚର୍ଚ୍ଚିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଶ୍ରୀମନ୍ଦିର 4 ଦ୍ବାର ଖୋଲାଯିବା ଓ ମନ୍ଦିର ସୁପରିଚାଳନା ପାଇଁ 500 କୋଟିର କର୍ପସ ପାଣ୍ଠି ଗଠନ ହେବ । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) 31ଶହ ଟଙ୍କାକୁ ବୃଦ୍ଧି ହେବ । ଏନେଇ ସରକାର କ୍ରିୟାନ୍ବୟନ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏଥିପାଇଁ ‘ସମୃଦ୍ଧ କୃଷକ ଯୋଜନା’ ଆଣିବେ ରାଜ୍ୟ ସରକାର । ଏହାର ଏକ ଆକ୍ସନପ୍ଲାନ ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ମିଳିଛି । ସେହିପରି ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା ଯୋଜନା’ । ସରକାରର ପ୍ରଥମ 100 ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରି ଏହାର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ବିଧିବଦ୍ଧ ନିର୍ଦ୍ଦେଶ ମିଳିଛି ।

ଏହା ମଧ୍ୟ ପଢନ୍ତୁ:-ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ ପ୍ରସ୍ତାବରେ ବାଜିଲା ମୋହର, ଆଜି ଖୋଲିବ ଶ୍ରୀମନ୍ଦିର ୪ଦ୍ବାର - Cabinet Meeting

ନିର୍ବାଚନ ସମୟରେ ଓଡିଆ ଅସ୍ମିତା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ଦର୍ଶନ ଅବ୍ୟବସ୍ଥା ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିଥିଲା ଭାରତୀୟ ଜନତା ପାର୍ଟି । ଏବେ 4ଦ୍ବାର ଖୋଲିଥିବା ବେଳେ ଆସନ୍ତା 6ମାସ ମଧ୍ୟରେ ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦଳ ଘୋଷଣା କରିଥିଲା । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ପୁରୀ

Last Updated : Jun 13, 2024, 8:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.