ETV Bharat / state

ମଦ ପିଇଲେ ଗଡିବନି ଗାଡି, କୁନି ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ - Alcohol Detecting Smart Helmet

Alcohol Detecting Smart Helmet: ମଦ ପିଇଲେ କି ବିନା ହେଲମେଟରେ ଚାଲିବ ନାହିଁ ଗାଡ଼ି । ଦୁର୍ଘଟଣା ହେଲେ ଘରଲୋକଙ୍କୁ ଯିବ ମେସେଜ ଓ କଲ୍ । ଏପରି ନୂତନ ସ୍ମାର୍ଟ ହେଲମେଟ ତିଆରି କରିଛନ୍ତି ସପ୍ତମ ଶ୍ରେଣୀରେ ପଢୁଥିବା ସତ୍ୟପ୍ରଜ୍ଞ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 11, 2024, 10:01 PM IST

ମଦ ପିଇଲେ ଗଡିବନି ଗାଡି , କୁନି ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ

ଭୁବନେଶ୍ବର: ଏଣିକି ମଦ ପିଇଲେ ଚାଲିବ ନାହିଁ ଗାଡ଼ି । ଏମିତିକି ବିନା ହେଲମେଟରେ ଗାଡି ଚଳାଇବାକୁ ଚେଷ୍ଟା କଲେ ଷ୍ଟାର୍ଟ ହେବନି ଗାଡି । ଏଭଳି ଏକ ସ୍ମାର୍ଟ ହେଲମେଟ ନିର୍ମାଣ କରିଛନ୍ତି କୁନି ବୈଜ୍ଞାନିକ ସତ୍ୟପ୍ରଜ୍ଞ ସାହୁ । ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢୁଥିବା ସତ୍ୟପ୍ରଜ୍ଞ ଏଭଳି ଯୁଗୋପଯୋଗୀ ଉଦ୍ଭାବନ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ଏନେଇ ଛାତ୍ର ସତ୍ୟପ୍ରଜ୍ଞ ସାହୁ କହିଛନ୍ତି ଯେ, ହେଲମେଟରେ ଏକ ସେନ୍ସର ଲାଗିଛି ଯାହା ବାଇକକୁ କଣ୍ଟ୍ରୋଲ କରୁଛି । ହେଲମେଟରେ ଲାଗିଥିବା ସେନ୍ସରଟି ଗାଡ଼ି ଚାଳକ ଉପରେ ନିର୍ଭର କରେ । ଗାଡ଼ି ଚାଲୁଥିବା ସମୟରେ ଚାଳକ କୌଣସି ନିଶା ଦ୍ରବ୍ୟ ଖାଇଛି କି ନାହିଁ , ତାହା ମଧ୍ୟ ଏହି ସେନ୍ସର ଡିଟେକ୍ଟ କରିପାରିବ । ମଦର ଗନ୍ଧକୁ ସେନସର ଧରିବା ପରେ ଅଟୋମେଟିକ ଇଞ୍ଜିନ ବନ୍ଦ ହୋଇଯିବ । ଯାହା ଫଳରେ କି ଦୁର୍ଘଟଣାରୁ ଜଣେ ରକ୍ଷା ପାଇପାରିବ ।

ଏହା ମଧ୍ୟ ପଢନ୍ତୁ ... ଆଇଆଇଟି ଭୁବନେଶ୍ୱରରେ ଉଦଘାଟିତ ହେଲା ଗବେଷଣା ଓ ଉଦ୍ୟମିତା ପାର୍କ

ଏଥିରେ ଏଭଳି ବ୍ୟବସ୍ଥା ହୋଇଛି ଯେ ବାଇକ ଚଳାଇଲା ବେଲେ ହେଲମେଟ ପିନ୍ଧିଲେ ଗାଡ଼ି ଷ୍ଟାର୍ଟ ହେବ ନଚେତ ଗାଡି ଗଡିବ ନାହିଁ ।ହେଲମେଟରେ ଲାଗିଥିବା ସେନ୍ସର ଗାଡ଼ିରେ ଲାଗିଥିବା ସେନ୍ସର ସହିତ ସଂଯୋଗ କରାଯାଇଛି । ଯାହାର ନାଁ ଆକ୍ସିଡେଣ୍ଟ ଆଲର୍ଟ ସିଷ୍ଟମ ରଖାଯାଇଛି । ଏହା ସହ ଯଦି କୌଣସି ପ୍ରକାରର ଗାଡି଼ ଚାଳକଙ୍କ କୌଣସି ପ୍ରକାରର ଦୁର୍ଘଟଣା ହେଲେ ତୁରନ୍ତ ପରିବାର ବର୍ଗଙ୍କ ମୋବାଇଲକୁ ଫୋନ କଲ କିମ୍ବା ମେସେଜ ଜରିଆରେ ସୂଚନା ଦେବ । ଏହାସହ ସ୍ବତ ପ୍ରବୃତଃ ଭାବେ ଲାଇଭ ଜିପିଏସ ଲୋକେସନ ମଧ୍ୟ ପଠାଇଦେବ । ଏହି ପ୍ରୋଜେକ୍ଟ ଆଇଆଇଟି ଭୁବନେଶ୍ଵରରେ ଚାଲୁରାହିଥିବା ୧୦୦ କିୟୁବ ଷ୍ଟାର୍ଟ ଅପ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ ୧୦୦ କ୍ୟୁବ ଷ୍ଟାର୍ଟଅପକୁ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହା ସହ ଆଇଆଇଟି ରିସର୍ଚ୍ଚ ଆଣ୍ଡ ଇନୋଭେସନ ପାର୍କପାଇଁ ଭିତ୍ତି ପ୍ରସ୍ତର ଶୁଭ ଦିଆଯାଇଛି । ଏହି ଷ୍ଟାର୍ଟ ଅପର ଲକ୍ଷ୍ୟ ହେଉଛି ୧୦୦ଟି ନୂଆ ଷ୍ଟାର୍ଟ ଅପ୍ ତିଆରି କରିବା ଯାହାର ମୂଲ୍ୟ ଆସନ୍ତା ୨୦୩୬ ବେଳକୁ ୧୦୦ କୋଟିରେ ପହଞ୍ଚାଇବା । ଏହି କାର୍ଯ୍ୟକ୍ରମକୁ ଉଦ୍ୟୋଗୀ ପାର୍କ ଓ ଭୁବନେଶ୍ବର ଆଇଆଇଟିର ମିଳିତ ପ୍ରୟାସରେ ଆୟୋଜନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.