ETV Bharat / state

ଗୁରୁଜୀଙ୍କ ଯାଆଁଳା ଚାଷ, ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ - FISH FARMING

author img

By ETV Bharat Odisha Team

Published : Jul 28, 2024, 10:30 PM IST

FISH FARMING IN GOP: ଦୃଢ଼ ଇଚ୍ଛା ଶକ୍ତି ମଣିଷକୁ ସଫଳତା ଦେଇଥାଏ । ପୁରୀ ଗୋପର ଅଞ୍ଚଳର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଚାକିରି ପଛରେ ନପଡ଼ି ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଯୁବକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

FISH FARMING IN GOP
FISH FARMING IN GOP (ETV Bharat Odisha)

ନିମାପଡ଼ା: ଚାଷ କାର୍ଯ୍ୟ ଯାହାର କେଡେ ଆନନ୍ଦ ତାହାର । ଦୃଢ଼ ମନୋବଳ ଓ କିଛି କରିବାର ନିଶା ମଣିଷକୁ ସଫଳତା ଦେଇଥାଏ । ଏଭଳି ଜଣେ ସଫଳ ଯୁବକ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ଅଣ୍ଡରା ଇଚ୍ଛାପୁର ଅଞ୍ଚଳର ଅଜୟ ନାୟକ । ନିଜ ଚାଷ ଜମିରେ ମାଛ ଯାଆଁଳ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଅନ୍ୟମାନଙ୍କୁ ଯୋଗାଇଛନ୍ତି ରୋଜଗାର ।

FISH FARMING IN GOP (ETV Bharat Odisha)

ରୋଜଗାର ଦେଉଛି ମାଛଚାଷ:

ଚାଷ ପ୍ରତି ଯୁବ ସମାଜ ମୁହଁ ଫେରାଇ ନେଉଥିବାବେଳେ ଉଚ୍ଚ ଶିକ୍ଷିତ ଯୁବକ ଚାଷ ପ୍ରତି ଆକୃଷ୍ଟ ହେବା ଓ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗୁରୁଜୀ ନାମରେ ପରିଚିତ ଏହି ଯୁବକ ଜଣକ ଗୋପ ଅଞ୍ଚଳରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କରି ପିଲାମାନଙ୍କୁ ଶିକ୍ଷାଦାନ କରି ଆସୁଥିବାବେଳେ ଗତ କିଛି ବର୍ଷ ଧରି ନିଜ ଗାଁ ନିକଟରେ ଖାଲୁଆ ଜାଗା ଜମି କିଣି ମାଛ ଯାଆଁଳ ଚାଷ କରି ଭଲ ରୋଜଗାର କରି ପାରୁଛନ୍ତି । ପ୍ରାୟ ୨୨ ଏକର ଜମିରେ ପ୍ରାୟ ୧୩ ଗୋଟି ପୋଖରୀ ଖୋଳି ମାଛ ଯାଆଁଳ ଚାଷ କରି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର ମାଛ ଯାଆଁଳ ଆବଶ୍ୟକତା ପୂରଣ କରିଛନ୍ତି । ରୋହୀ, ଭାକୁର, ମିରିକାଳୀ ଆଦି ଯାଆଁଳର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବାରୁ ଏହି ଆବଶ୍ୟକତା ପୂରଣ କରି ଭଲ ଅର୍ଥ ଉପାର୍ଜନ କରି ପାରିଛନ୍ତି ଅଜୟ ।

ସ୍ଥାନୀୟ ଯୁବକ ପାଉଛନ୍ତି ରୋଜଗାର:

କେବଳ ଅଜୟ ନିଜେ ଭଲ ରୋଜଗାର କରୁଛନ୍ତି, ତାହା ନୁହେଁ ନିଜ ଅଞ୍ଚଳର ଅନେକ ଯୁବକମାନଙ୍କୁ ଘର ପାଖରେ ରୋଜଗାର ଯୋଗାଇ ପାରିଛନ୍ତି । ଅଜୟ କେବଳ ଏହି ମାଛ ଯାଆଁଳ ଚାଷ ନୁହେଁ । ଏଠାରେ କୁକୁଡ଼ା, ବତକ, କଦଳୀ ଚାଷ କରିଥାନ୍ତି । ଏହି କାମ ପାଇଁ ଦୈନିକ ୧୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଯୋଗାଇ ଦେଇଥିବା ଅଜୟ କହିଥିବାବେଳେ ସରକାରଙ୍କ ପ୍ରୋତ୍ସାହନରେ ଏହି ଚାଷ ଆଗକୁ ବଢି ପାରିଛି ବୋଲି ସେ କହିଛନ୍ତି । ସେପଟେ ଘର ପାଖରେ କାମ ପାଇ ଅତି ଉତ୍ସାହିତ ସ୍ଥାନୀୟ ଯୁବକ । କାମ ପାଇଁ ଦାଦନ ଯାଉଥିଲାବେଳେ ଅଜୟଙ୍କର ଏହି ମାଛ ଯାଆଁଳ ଫାର୍ମ ପ୍ରାୟ ୧୫ରୁ ଅଧିକ ଯୁବକଙ୍କ ପରିବାରକୁ ରୋଜଗାର ଯୋଗାଇ ଦେଇଛି ବୋଲି କାମ କରୁଥିବା ଥିବା ଯୁବକମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ସଫଳ ମାଛଚାଷୀ କୈଳାସ; କମାଉଛନ୍ତି ଲକ୍ଷାଧିକ ଟଙ୍କା, ଅନ୍ୟକୁ ଦେଉଛନ୍ତି ରୋଜଗାର - fish farming in gop

ମାଛଚାଷରୁ ଲକ୍ଷପତି :

ନିଜ ଚାଷ ଜମିରେ ବିଭିନ୍ନ ପ୍ରକାର ଚାଷ କରି ନିଜେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସ୍ଥାନୀୟ ଯୁବକ ମାନଙ୍କ ପାଇଁ ରୋଜଗାର ଯୋଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଆଜିକାର ଯୁବ ସମାଜ ଚାକିରି ପଛରେ ଦୌଡୁ ଥିବାବେଳେ ଅଜୟ ଚାଷ କରି ମାସକକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.