ETV Bharat / state

ଦୀପାବଳି ପରେ ବଢ଼ିଲା ପ୍ରଦୂଷଣ ମାତ୍ରା; ଧୂଆଁମୟ ଟ୍ବିନ ସିଟି,ସୂର୍ଯ୍ୟ ମନ୍ଦିରରେ କୁହୁଡ଼ି ଆସ୍ତରଣ - AIR POLLUTION POST DEWALI

ଦୀପାବଳି ବାଣ ଫୁଟା ପରେ ଟ୍ବିନ ସିଟି କଟକ-ଭୁବନେଶ୍ବରରେ ପ୍ରଦୂଷଣ ମାତ୍ରା ବୃଦ୍ଧି । କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ କୁହୁଡ଼ିର ବଡ଼ ଆସ୍ତରଣ ଦେଖିବାକୁ ମିଳିଛି ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Nov 2, 2024, 11:43 AM IST

ଭୁବନେଶ୍ବର/ନିମାପଡ଼ା : ଦୀପାବଳି ପରେ ରାଜଧାନୀରେ ବଢିଲା ପ୍ରଦୂଷଣ । ଦିଲ୍ଲୀ ପରି ଅବସ୍ଥା ଭୋଗିବେନିତ ରାଜଧାନୀବାସୀ ? କାହିଁକିନା ଗତକାଲିଠାରୁ ପୂରା ଧୂଆଁମୟ ହୋଇଯାଇଛି ଭୁବନେଶ୍ବର । ଯୁଆଡେ ଚାହିଁଲେ ଖାଲି ଧୂଆଁ ଆଉ ଧୂଆଁ । ଆଜି ସକାଳ ସମୟରେ ଟ୍ବିନ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡି । ରାସ୍ତା ଘାଟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ପାଖାପାଖି ୧୦୦ ମିଟର ଯାଏଁ କିଛି ବି ଦୃଶ୍ୟମାନ ହେଉନାହିଁ ।

AIR POLLUTION INCREASED TWIN CITY (ETV BHARAT ODISHA)

ରାଜଧାନୀରେ ଘନ କୁହୁଡ଼ଡ଼ି:

ରାଜଧାନୀ ଭୁବନେଶ୍ୱରରେ ଦୀପାବଳିରେ ବାଣ ଫୁଟାଇବା ପରେ ବଢିଯାଇଥିଲା ପ୍ରଦୂଷଣର ମାତ୍ରା । ଗତକାଲି (ଶୁକ୍ରବାର) ରାତିରେ ଦେଖିବାକୁ ମିଳିଥିଲା ଧୂଆଁର ଏକ ଭୟଙ୍କର ଆସ୍ତରଣ । ସବୁ ନିୟମକୁ ଫୁ କରି ବାଣ ଫୁଟାଇ ଚାଲିଥିଲେ ରାଜଧାନୀବାସୀ । ଏହାକୁ ନେଇ ପ୍ରଦୂଷଣର ମାତ୍ର ବଢିଯାଇଛି । ଫଳରେ ଦିଲ୍ଲୀ ପରୀ ରାଜଧାନୀରେ ସ୍ଥିତି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

KONARK SUN TEMPLE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦୀପାବଳି ପରେ ବିଗିଡିଲା କଟକର ପରିବେଶ, ଧୂଆଁ ବଳୟରେ କଲବଲ ଲୋକେ

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଉଭାନ ଶୀତ; 5 ଦିନ ଯାଏଁ ପାଗ ଶୁଖିଲା

AIR POLLUTION INCREASED TWIN CITY

କଟକରେ କୁହୁଡି:

ଦୀପାବଳିରେ ଧୂଆଁମୟ ହେଲା ସିଲଭରସିଟି କଟକ । ବାଣ ଧୂଆଁ ଯୋଗୁଁ କଟକରେ ବାୟୁ ପ୍ରଦୂଷଣ ଅତିମାତ୍ରାରେ ବଢିଛି । ଶୀତ ଆରମ୍ଭ ହୋଇନଥିଲେ ମଧ୍ୟ କୁହୁଡିରେ ଢାଙ୍କି ହୋଇଛି ସହର । ଫଳରେ ରାସ୍ତାଘାଟ ଦେଖା ଯାଉନଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏଥିସହ ନିଶ୍ବାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ଲାଗିଲେଣୀ କଟକବାସୀ ।

ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର:

କେବଳ ଟ୍ବିନ ସିଟି ନୁହଁ ବରଂ କୋଣାର୍କରେ ମଧ୍ୟ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଚଳିତ ବର୍ଷର ପ୍ରଥମ କୁହୁଡ଼ି ସ୍ପର୍ଶରେ ଲୁଚିଯାଇଛି କୋଣାର୍କର ବ୍ଲାକ ପାଗୋଡ଼ା। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ପ୍ରକୃତିର ଘନ କୁହୁଡ଼ିର ଚାଦରରେ ଘୋଡାଇ ହୋଇଯାଇଥିଲା । ଖାଲି ସୂର୍ଯ୍ୟ ମନ୍ଦିର ନୁହେଁ, ରାସ୍ତା ଘାଟ ସହ କୋଣାର୍କ ବଜାର, ଗୋପ ଓ କାକଟପୁର, ନିମାପଡ଼ା, ପିପିଲି, ବଜାର ମଧ୍ୟ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । ଅଳ୍ପ ଅଳ୍ପ ଶୀତୁଆକୁ କୁହୁଡିର ଚାଦର ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ମନକୁ ପୁଲକିତ କରିଛି । କୁହୁଡି ଯୋଗୁଁ ପୁରୀ- କୋଣାର୍କ ରାସ୍ତା ଓ କୋଣାର୍କ-ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି ।

KONARK SUN TEMPLE
KONARK SUN TEMPLE (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର/ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.