ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବିମାନ ବନ୍ଦରରେ ପହଞ୍ଚିବା ପରେ କଂଗ୍ରେସ ମୁଖିଆଙ୍କୁ ସ୍ବାଗତ କରାଯାଇଛି । ଦଳର ବହୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଛନ୍ତି । ବିମାନ ବନ୍ଦରରେ ଶହ ଶହ ସଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଅଛନ୍ତି । ଏକ ରାଲି ଯୋଗେ କଂଗ୍ରେସ ମୁଖିଆ କାର୍ଯ୍ୟାଳୟ ଅଭିମୁଖେ ଯାଉଛନ୍ତି । ଆଉ କିଛି ସମୟ ପରେ ଲୋୟର ପିଏମ୍ଜିରେ 'ଓଡ଼ିଶା ବଞ୍ଚାଅ ସମାବେଶ'ରେ ସାମିଲ ହେବେ ଖଡଗେ । ପ୍ରାୟ 50 ହଜାର ନେତା ଓ କର୍ମୀଙ୍କ ଗହଣରେ ନିର୍ବାଚନୀ ରଣହୁଙ୍କାର ଦେବେ । ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ ।
ଆଜି ମଧ୍ୟାହ୍ନ 1ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ମଲ୍ଲିକାର୍ଜୁନ ଖଡଗେ । ଏହାପରେ ଉପସ୍ଥିତ କଂଗ୍ରେସର ବରିଷ୍ଠ ନେତା ମାନେ ଖଡଗେଙ୍କୁ ସ୍ବାଗତ କରିଥିଲେ । ଏଆଇସିସି ଅଧ୍ୟକ୍ଷଙ୍କୁ ଦେଖି ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ । ଖଡଗେଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ବର୍ତ୍ତମାନ ଏକ ରାଲି ବାହାରିଛି ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ । ଶହ ଶହ ଦଳୀୟ ନେତା ଏଥିରେ ସାମିଲ ଅଛନ୍ତି । 'ଓଡି଼ଶା ବଞ୍ଚାଓ ସମାବେଶ'ରେ ଯୋଗ ଦେବା ପରେ ବିରୋଧୀ ମେଣ୍ଟର ଅନ୍ୟ ଦଳ ସଦସ୍ୟ ମାନେ ଇଣ୍ଡିଆ ମେଣ୍ଟର ମୁଖ୍ୟ ମଲ୍ଲିକାର୍ଜୁନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଆଗାମୀ ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ସେନଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଖଡଗେ । ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ପାଇଁ ରାହୁଲ ଗାନ୍ଧୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେନେଇ ଖଡଗେ ସମୀକ୍ଷା କରିପାରନ୍ତି। ବିଜେଡି ଏବଂ ବିଜେପିର ଭିତରି ସମ୍ପର୍କ ବିଷୟରେ ଖଡଗେ ଲୋକଙ୍କୁ ଅବଗତ କରାଇବେ।
ସମବେଶରେ ଖଡଗେ ଉଦବୋଧନ ଦେଇ କହିଛନ୍ତି । ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ । ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବକ୍ତବ୍ୟ ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ଏପଟେ ମଲ୍ଲିକାର୍ଜ୍ଜୁନ୍ ଖଡ଼ଗେଙ୍କୁ ସ୍ୱାଗତ କରିବା ପାଇଁ ମଞ୍ଚରେ ଗର୍ଜିଲେ ସୁର ରାଉତରାୟ ।
ଇଟିଭି ଭାରତ, ଭୁବନେଶ୍ବର