ETV Bharat / state

ନୂଆ ଆଇନ ଲାଗୁ ପରେ ଜଗତପୁର ଥାନାରେ ରୁଜୁ ହେଲା ପ୍ରଥମ ମାମଲା - BHARATIYA NYAYA SANHITA

author img

By ETV Bharat Odisha Team

Published : Jul 2, 2024, 9:00 PM IST

Cuttack Jagatpur Police Station: ସାରା ଦେଶରେ ଲାଗୁ ନୂଆ ଆଇନ । ନୂଆ ଆଇନ ଲାଗୁ ପରେ କଟକ ଜଗତପୁର ଥାନାରେ ପ୍ରଥମ ମାମଲା ରୁଜୁ ହୋଇଛି । ଅଧିକ ପଢ଼ନ୍ତୁ

Cuttack Jagatpur Police Station
Cuttack Jagatpur Police Station (ETV Bharat Odisha)

କଟକ: ସୋମବାର ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଥିବା ବେଳେ, କଟକ କମିସନରେଟ୍ ପୋଲିସର ପ୍ରଥମ ମାମଲା ଜଗତପୁର ଥାନାରେ ରୁଜୁ ହୋଇଛି । ସ୍ଥାନୀୟ ପୀରବଜାରର ଜିଶାନ୍ ଖାଁ ନାମକ ଜଣେ ବ୍ୟକ୍ତି ଏହି ମାମଲା ରୁଜୁ କରିଛନ୍ତି । ଜିସନ ବାଇକରେ ଆସୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇ ଚାପୁଡ଼ା ମାରିଥିଲେ । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ ଥାନାରେ ମାମଲା ଦାୟର କରିଛନ୍ତି । ଜିଶାନ୍ ଜଗତପୁର ଥାନାରେ ଅଭିଯୋଗ ଦେବା ପରେ ପୋଲିସ ତାଙ୍କ ମାମଲା ରୁଜୁ କରିଛି ।

ଭାରତୀୟ ନ୍ୟାୟ ସଂହିତ ଧାରା ୧୨୬(୨)- ହଠାତ ରାସ୍ତା ଅବରୋଧ କରିବା, ୨୯୬-ଗାଳିଗୁଲଜ କରିବା, ୧୧୫(୨)- ଆକ୍ରମଣ କରିବା, ୩୫୧(୩)-ଜୀବନରୁ ମାରିଦେବାକୁ ଧମକ ଦେବା ଆଧାରରେ ଏହି ମାମଲାଟି ରୁଜୁ ହୋଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କଟକ କମିଶନରେଟ ପୋଲିସ ଅଞ୍ଚଳରେ ନୂଆ ଆଇନରେ ୧୨ଟି ମାମଲା ରୁଜୁ କରାଯାଇଥିବା ନେଇ ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ନୂଆ ଆଇନରେ ପୋଲିସ ପାଇଁ କ'ଣ ସମସ୍ୟା ସୃଷ୍ଟି ହେବ ପ୍ରଶ୍ନର ଉତ୍ତର ଦେଇ ଅତିରିକ୍ତ ଡିସିପି କହିଛନ୍ତି ଯେ, ଯେକୌଣସି ନୂଆ ଜିନିଷ ଆରମ୍ଭ ହେଲେ ତାହା ପ୍ରଥମେ ପ୍ରଥମେ ସମସ୍ୟା ଉପୁଜେ । ମାତ୍ର ନୂଆ ଆଇନ ସମ୍ପର୍କରେ ସମସ୍ତ ଆଇଆଇସି, ଏସଆଇ, ଏଏସଆଇ, ଆଦି ସମସ୍ତଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ଏନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ଦେଶରେ ଲାଗୁ ହୋଇଛି ନୂଆ ଫୌଜଦାରୀ ଆଇନ । ଭାରତୀୟ ଅପରାଧ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବା ସହ ହଠିଛି ଶାସନ କାଳରୁ ଦେଶରେ ପ୍ରଚଳିତ ଫୌଜଦାରୀ ଆଇନ । ଇତିହାସ ପାଲଟିଛି ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ଭାରତୀୟ ପିଙ୍ଗଳ କୋର୍ଡ, ଫୌଜଦାରୀ ଦଣ୍ଡବିଧି ଆଇନ ଏବଂ ଭାରତୀୟ ସାକ୍ଷ୍ୟ ଆଇନ । ଏହା ପରିବର୍ତ୍ତେ ୩ ନୂଆ ଆଇନ ବ୍ୟବସ୍ଥା ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧି ନିୟମ ।

ଏହି କ୍ରମରେ ଏଣିକି ନୂଆ ଫୌଜଦାରୀ ଆଇନରେ ଆଧୁନିକ ନ୍ୟାୟ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଛି । ଏହି ନୂଆ ଆଇନ ଅନୁଯାୟୀ, ଏଣିକି ଜିରୋ ଏଫଆଇଆର, ଅନଲାଇନ ଯୋଗେ ପୋଲିସର ଅଭିଯୋଗ, ଇଲୋକଟୋନିକ୍ସ ମୋଡ଼ ଯଥା ଏମଏସଏସରେ ସମନ ଏବଂ ଅପରାଧରେ ଘଟଣାସ୍ଥଳର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଯେ, ଏହି ନୂଆ ଆଇନରେ ନ୍ୟାୟ ପ୍ରଦାନକୁ ଅଗ୍ରାଧିକାର ଦିଆଯାଇଛି । ଏହା ଭାରତୀୟଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ ଓ ଭାରତୀୟ ସଂସଦ ଅଣାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ଫୌଜଦାରୀ ଆଇନ କେତେ ପ୍ରଭାବୀ, କ’ଣ କହୁଛନ୍ତି ଆଇନଜୀବୀ - Lawyers On New Criminal Laws

ତେବେ ନୂଆ ଆଇନରେ ରହିଥିବା ଥିବା ବ୍ୟବସ୍ଥା ଅନୁଯାୟୀ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ଏବଂ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ କରାଯିବ । ଏହି ନୂଆ ଆଇନ ଅନୁସାରେ, ଗିରଫ ହେବା ପରେ ଜଣେ ବ୍ୟକ୍ତି ତାଙ୍କର ପରିବାର କିମ୍ବା ସମ୍ପର୍କୀୟକୁ ନିଜର ସ୍ଥିତି ସମ୍ପର୍କରେ ଜଣାଇବାର ଅଧିକାର ରଖାଯାଇଛି । ଯାହାକି ଗିରଫ ହୋଇଥିବା ଵ୍ୟକ୍ତିଙ୍କୁ ତୁରନ୍ତ ସହାୟତ ମିଳିପାରିବ । ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ସମ୍ପୃକ୍ତ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ । ଏହି ଆଇନ ଅନୁଯାୟୀ, କୌଣସି ବ୍ୟକ୍ତି ଥାନାରେ ବ୍ୟକ୍ତିଗତ ଭାବେ ହାଜର ନହୋଇ ଇଲୋକଟୋନିକ୍ସ ମାଧ୍ୟମରେ ଏଫଆଇଆର ରୁଜୁ କରାଯାଇପାରିବ । ଫଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ବେଶ ସହାୟକ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.