ETV Bharat / state

ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ, ବିଜୟ ଦାଶ ହେଲେ ସଭାପତି - bar association election

author img

By ETV Bharat Odisha Team

Published : Mar 31, 2024, 10:13 AM IST

HC bar association president election: ଆଇନଜୀବୀ ବିଜୟ କୁମାର ଦାଶ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢ଼ୀଙ୍କୁ ୨୪୯ ଭୋଟ ବ୍ୟବଧାନରେ ହରାଇ ଓଡିଶା ହାଇକୋର୍ଟ ବାରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

HC bar association president election
HC bar association president election
HC bar association president election

କଟକ: ଓଡିଶା ହାଇକୋର୍ଟ ବାରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଇନଜୀବୀ ବିଜୟ କୁମାର ଦାଶ। ନିକଟତମ ପ୍ରତିଦ୍ୱନ୍ଦୀ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢ଼ୀଙ୍କୁ ୨୪୯ ଭୋଟ ବ୍ୟବଧାନରେ ହରାଇଛନ୍ତି । ବିଜୟଙ୍କୁ ସର୍ବାଧିକ ୧୪୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ସୌର୍ଯ୍ୟଙ୍କୁ ୧୨୧୩ ଖଣ୍ଡ ମିଳିଥିଲା । ସେହିପରି ସମ୍ପାଦକ ଭାବରେ ରଞ୍ଜନ ନାୟକ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ ଅଭିଜିତ ପଟ୍ଟନାୟକଙ୍କୁ ୫୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ତେବେ ସମ୍ପାଦକ ପଦବୀ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା ।

ସେହିପରି ଉପସଭାପତି ଭାବରେ କରୁଣାକର ରଥ, ଯୁଗ୍ମ ସମ୍ପାଦକ ଭାବରେ ଅଶୋକ କୁମାର ଆପଟ,ସହ ସମ୍ପାଦକ ଭାବରେ ସାରଦା ପ୍ରସାଦ ତ୍ରିପାଠୀ, ପାଠାଗାର ସହ ସମ୍ପାଦକ ଭାବରେ ଭବାନୀ ଶଙ୍କର ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ଗତକାଲି (ଶନିବାର) ୯ଟି କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ ଗଣତି ଅନୁଷ୍ଠିତ ହେବ । ତେବେ ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନରେ ମୋଟ ୪ ହଜାର ୪୪୧ ଭୋଟରଙ୍କ ମଧ୍ୟରୁ ୩ ହଜାର ୧୨୮ ଜଣ ମତ ଅଧିକାର ସାବ୍ୟସ୍ତ କରିଥିଲେ । ଓ୍ବାନ ବାର ଓ୍ବାନ ଭୋଟ ନିୟମ ଲାଗୁ ହେବା ପରଠାରୁ ଆଇନଜୀବୀମାନେ ରାଜ୍ୟର ଯେ କୌଣସି ଗୋଟିଏ ବାରରେ ମତ ଦାନ କରିବାର ସୁଯୋଗ ରହିଛି । ଏହି କ୍ରମରେ ରାଜ୍ୟର ୧୫୩ଟି ବାର ଆସୋସିଏସନରେ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ

ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ଜଣାପଡ଼ିଛି । ତେବେ ହାଇକୋର୍ଟ ବାର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ନିର୍ବାଚନ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ସଭାପତି ବିଜୟ କୁମାର ଦାଶ । ଧର୍ମର ବିଜୟ ହୋଇଥିବା ସେ କହିଛନ୍ତି । ଏହି ବିଜୟ ସମସ୍ତ ଆଇନଜୀବୀ ମାନଙ୍କର ଏବଂ ସେମାନଙ୍କ ସମସ୍ୟା ସମାଧାନ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜୟ କୁମାର ଦାଶ । ହାଇକୋର୍ଟ ବାର ଆସୋସିଏସନ ହଲରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.