ETV Bharat / state

ନୂଆ ସରକାର ଗଠନ ଓ ଶପଥ ଲାଗି ପ୍ରଶାସନିକ ପ୍ରସ୍ତୁତି ଜୋରଦାର; ଶତାଧିକ ଅଧିକାରୀଙ୍କୁ ଦାୟିତ୍ୱ - Swearing In Of New BJP Govt

author img

By ETV Bharat Odisha Team

Published : Jun 7, 2024, 4:39 PM IST

Swearing In Of New BJP Govt In Odisha: ରାଜ୍ୟରେ 10 ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ । ଏନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଅଧିକ ପଢ଼ନ୍ତୁ

ନୂଆ ସରକାର ଗଠନ ଓ ଶପଥ ଲାଗି ପ୍ରଶାସନିକ ପ୍ରସ୍ତୁତି ଜୋରଦାର
ନୂଆ ସରକାର ଗଠନ ଓ ଶପଥ ଲାଗି ପ୍ରଶାସନିକ ପ୍ରସ୍ତୁତି ଜୋରଦାର (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ରାଜ୍ୟନୀତିରେ ପରିବର୍ତ୍ତନ ହୋଇଛି । ନୂଆ ସରକାର ଶପଥ ନେବାକୁ ଯାଉଛି । ସାଧାରଣ ନିର୍ବାଚନରେ ସ୍ପଷ୍ଟ ବହୁମତ ସହ ସରକାର ଗଢ଼ିବାକୁ ଯାଉଛି ବିଜେପି । ଆସନ୍ତା 10 ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ । କାର୍ଯ୍ୟକ୍ରମରେ କେନ୍ଦ୍ରସ୍ତରୀୟ ବହୁ ନେତା ସାମିଲ ହେବେ । ଏନେଇ ରାଜନୈତିକ ଓ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି ।

ଜୁନ୍‌ 10 ତାରିଖରେ ଶପଥ ନେବେ ବିଜେପିର ମୁଖ୍ୟମନ୍ତ୍ରୀ । ଏନେଇ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଶପଥ କାର୍ଯ୍ୟକ୍ରମ ଜନତା ମଇଦାନରେ ହେବାକୁ ଥିବାବେଳେ ଏନେଇ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ସୋମବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମଥର ପାଇଁ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଥିବାରୁ ଶପଥ ସମାରୋହରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ସମାରୋହରେ ସାମିଲ ହେବେ ପ୍ରାୟ ଲକ୍ଷାଧିକ ଲୋକେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଶପଥ କାର୍ଯ୍ୟରେ ସାମିଲ ହେବା ପାଇଁ ଦେଶର ଶୀର୍ଷ ନେତା ଆସୁଥିବାରୁ ସେମାନଙ୍କୁ ସ୍ୱାଗତ କରିବା ପାଇଁ ବରିଷ୍ଠ ଓ ଯୁବ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶତାଧିକ ଆଇଏଏସ, ଓଏଏସ, ଓଏଫଏସ ଓ ଓଆରଏସଙ୍କୁ ବିଭିନ୍ନ ଦାୟିତ୍ୱ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ଶପଥ ପାଠ ସମାରୋହ; ସାମିଲ ହେବେ ତୃତୀୟ ଲିଙ୍ଗୀ ଓ ଶ୍ରମିକ - Transgenders Likely To Attend Pm Oath Ceremony

ଆଇଏଏସ ସ୍ମିତା ରାଉତ, ଶୁଭଶ୍ରୀ ନନ୍ଦ, ଦୀପକ କୁମାର ଦାସ, ରଘୁରାମ ଆର ଆୟର, ସିଦ୍ଧାର୍ଥ ଦାସ, ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର, ପ୍ରଣତି ଛୋଟରାୟ ଓ ସାଗରିକା ହୋତାଙ୍କୁ ଦାୟିତ୍ୱ ଦିଆଯାଇଛି । ଓଏଏସ ଅଂଶୁମାନ ରଥ, ଶତାବ୍ଦୀ ଦାସ, ସୌମ୍ୟକାନ୍ତ ସୌମ୍ୟଦର୍ଶୀ, ଲିଲନ ପ୍ରସାଦ ସାହୁ, ବିଭାସ ରଞ୍ଜନ ପାଣିଗ୍ରାହୀ, ପ୍ରେମିଜିତ ନାୟକ, ଯୁଗଲେଶ୍ୱର ଦାସ, ଦେବାଶିଷ ସିଂ, ସୁବ୍ରତ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ଦାସ, ହରିଶଚନ୍ଦ୍ର ନାୟକ, ଆମ୍ବର କୁମାର କର, ବବିତା ମହାନ୍ତି, ଲିପ୍ସା ଦାସ ଓ ମାନସ ରଞ୍ଜନ ସାମଲ ପ୍ରମୁଖଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଓଏଏସ ସରୋଜ କୁମାର ମିଶ୍ର, ରୀନା ମହାପାତ୍ର, ନିୟତି ପଟ୍ଟନାୟକ, ମହେଶ୍ବର ସାହୁ, କବିନ୍ଦ୍ର କୁମାର ସାହୁ ଓ ମଧୁସ୍ମିତା ରଥଙ୍କୁ ପ୍ରମୁଖ ଦାୟିତ୍ୱ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.