ETV Bharat / state

ଆଜି ଦାୟିତ୍ବ ନେବେ ଟ୍ବିନସିଟି ନୂତନ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ରାଜନୈତିକ ହିଂସା ରୋକିବା ବଡ ଚାଲେଞ୍ଜ

author img

By ETV Bharat Odisha Team

Published : Jan 29, 2024, 9:30 AM IST

Updated : Jan 29, 2024, 12:21 PM IST

Sanjeeb Panda to take charge as Police Commissioner: ଆଜି ଟ୍ବିନସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ ଏଡିଜି ସଞ୍ଜୀବ ପଣ୍ଡା । ରାଜନୈତିକ ହିଂସା ରୋକିବା ରହିବ ବଡ ଚାଲେଞ୍ଜ । ଅଧିକ ପଢନ୍ତୁ

ପୋଲିସ କମିଶନ ସଞ୍ଜିବ ପଣ୍ଡା
Sanjeeb Panda
ADG Sanjeeb Panda

ଭୁବନେଶ୍ବର: ଟ୍ବିନସିଟିର ନୂଆ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଏଡିଜି ସଞ୍ଜୀବ ପଣ୍ଡା । ଡାଇରେକ୍ଟର ଅଫ ଇଣ୍ଟେଲିଜେନସରୁ ଏବେ ସିଧା ଟ୍ବିନସିଟି ଭାର ସମ୍ଭାଳିବେ ସଞ୍ଜୀବ ପଣ୍ଡା । ନୂତନ କମିଶନରଙ୍କ ପାଇଁ କଣ ରହିବ ଚ୍ୟାଲେଞ୍ଜ ସେନେଇ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଦେଇଛନ୍ତି ବଡ ବୟାନ । ରାଜନୈତିକ ହିଂସା ରୋକିବା ନୂତନ କମିଶନରଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ହେବ ବୋଲି କହିଛନ୍ତି ସଞ୍ଜୀବ ମାରିକ ।

ସଞ୍ଜୀବ ମାରିକ କହିଛନ୍ତି, ''କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ । ଏବେଠୁ ପଡିଲାଣି ନିର୍ବାଚନର ପ୍ରଭାବ । କାରଣ ବିଭିନ୍ନ ରାଜନୈତିକ ଦଳ ଭିତରେ ଚାଲିଲାଣି ପଲଟିକାଲ ଓ୍ବାର ଓ ଛକାପଞ୍ଝା । କିଛି ଦିନ ତଳେ ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାସ୍ତାରେ ଅଟକାଇଥିଲେ କିଛି ବିରୋଧି ଗୋଷ୍ଠୀ । ଗତ ପୌର ନିର୍ବାଚନ ସମୟରେ ସେ ଏକ ଘର ଭିତରେ ଥିବା ବେଳେ ବାହାରେ ତାଲା ପକାଇ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଗତ କିଛି ଦିନ ତଳେ ମଞ୍ଚେଶ୍ବର ଥାନା ଇଞ୍ଜଣା ପଞ୍ଚାୟତରେ ରାଜନୈତିକ ଛକାପଞ୍ଝା ନେଇ ପଥର ମାଡ ସହ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫୪ଜଣ ମହିଳା ଓ ୮୯ଜଣ ପୁରୁଷଙ୍କୁ ଗିରଫ କରି ଏକ ପ୍ରକାର ଉକ୍ତ ଅଞ୍ଚଳକୁ ପୁରୁଷ ଶୂନ୍ୟ କରିଥିଲା ପୋଲିସ । ପୌର ନିର୍ବାଚନରେ ମଧ୍ୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥାନା ସାମ୍ନାରେ ଦୁଇ ରାଜନୈତିକ ଦଳର କର୍ପୋରେଟର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ହୁଲୁସ୍ତୁଲ ହୋଇଥିଲା ଭୁବନେଶ୍ବର । ଏ ତମାମ ଘଟଣା ଦେଖିଲେ ବର୍ତ୍ତମାନ ରାଜନୈତିକ ମାହୋଲ ଗରମ ରହିଛି । ଏସବୁ ଭିତରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଶାନ୍ତ୍ବନା ଓ ଆଶ୍ବାସନା ସହ ପରିସ୍ଥିତି ଅଣାୟତ୍ତ ହେଲେ ଏହାକୁ ନିୟନ୍ତ୍ରଣ କରି ଉଚିତ ସମୟରେ ନିଷ୍ପତ୍ତି ସହ ଭଲ ସମ୍ପର୍କ ବଜାୟ ରଖିବା ନୂଆ କମିଶନରଙ୍କ ପାଇଁ ବଡ ଚାଲେଞ୍ଜ ହେବ।''

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ IPS ଅଦଳବଦଳ; ସଞ୍ଜୀବ ପଣ୍ଡା ନୂଆ ପୋଲିସ କମିଶନର, ସୌମେନ୍ଦ୍ର ହେଲେ ଗୁଇନ୍ଦା ନିର୍ଦ୍ଦେଶକ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ନିର୍ବାଚନ ଆସୁଥିବା ବେଳେ ରାଜନୈତିକ ବ୍ୟକ୍ତି ବା ହେବିୱେଟଙ୍କ ଗସ୍ତ ସମୟରେ ସେମାନଙ୍କ ସୁରକ୍ଷା ଓ ପରିଚାଳନା ସହ ସହରର ଅପରାଧ ନିୟନ୍ତ୍ରଣ ମଧ୍ୟ ବଡ ଚ୍ୟାଲେଞ୍ଜ ରହିଛି । ବିଶେଷ କରି ଗଳି ଅପରାଧ ଓ ରାଜ୍ୟ ବାହାରର ଅପରାଧିଙ୍କ ପାଇଁ ବସ୍ତି ଉପରେ ନଜର ରଖିବା ହେବ ବଡ ଦାୟିତ୍ବ । ସେହିପରି ଟ୍ରାଫିକ ପରିଚାଳନା ସହ ସାଇବର କ୍ରାଇମ ଆଦି ବିଭିନ୍ନ ଦିଗ ଏକ ବଡ ଚାଲେଞ୍ଜ ରହିବ ନୂତନ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ପାଇଁ । ପୂର୍ବରୁ ସେ ଇଣ୍ଟେଲିଜେନସ ଡାଇରେକ୍ଟର ଥିବା ବେଳେ ଏବେ ସେ ସ୍ଥାନରେ ଯୋଗଦେବେ ବର୍ତ୍ତମାନର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 29, 2024, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.