ETV Bharat / state

ଦ୍ୱିତୀୟ ବିବାହ ନେଇ ମନୋଜ ମିଶ୍ରଙ୍କ ନାଁରେ ଅଶାଳୀନ ଟିପ୍ପଣୀ, ସାଇବର ଥାନାକୁ ଗଲା ମାମଲା - Manoj Mishra Files FIR

author img

By ETV Bharat Entertainment Team

Published : Sep 13, 2024, 1:40 PM IST

Manoj Mishra Files FIR: ଦ୍ୱିତୀୟ ବିବାହ ପରେ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର । ସାଇବର ଥାନାରେ ହୋଇଛନ୍ତି ଦ୍ୱାରସ୍ଥ । କିଛି ୟୁଟ୍ୟବ ଏବଂ ୱେବ ଚ୍ୟାନେଲ ନାଁରେ ମାମଲା ରୁଜୁ ।

Actor Manoj Mishra and Wife Mamata Nanda Filed FIR In Cyber Police Station
Actor Manoj Mishra and Wife Mamata Nanda Filed FIR In Cyber Police Station (ETV Bharat Odisha)

ଭୁବନେଶ୍ୱର: ସାଇବର ଥାନାରେ ଦ୍ୱାରସ୍ଥ ହେଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡ଼ିଆରେ ହେଉଥିବା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରାଯାଉଥିବା ବେଳେ ବର୍ତ୍ତମାନ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମନୋଜ ମିଶ୍ର ଓ ତାଙ୍କ ପତ୍ନୀ ମମତା ନନ୍ଦ । ମନୋଜଙ୍କ ଦ୍ୱିତୀୟ ବିବାହ ପରେ ସୋସିଆଲ ମିଡିଆରେ ତାଙ୍କ ପରିବାରିକ, ବ୍ୟକ୍ତିଗତ ଏବଂ ବୈବାହିକ ଜୀବନୀକୁ ନେଇ ଅଶାଳୀନ ମନ୍ତବ୍ୟ ଦେବା ସହ ଗାଳିଗୁଲଜ କରାଯାଉଥିବା ଅଭିଯୋଗ କରିଛନ୍ତି ଅଭିନେତା । ଯାହାକୁ ନେଇ ସେ ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ ଚ୍ୟାନେଲ ସହ କିଛି ବ୍ୟକ୍ତି ବିଶେଷଙ୍କ ନାଁରେ ଏତଲା ଦେଇଛନ୍ତି ।

ୟେଲୋ ଜର୍ଣ୍ଣାଲିଷ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି:

" ସଠିକ ତଥ୍ୟ ନ ଜାଣି ଖବର ପ୍ରସାରଣ କରିବା ଯୋଗୁଁ ସମାଜରେ ତାଙ୍କ ପ୍ରତିଷ୍ଠା ଓ ସମ୍ମାନ ଖରାପ ହେବା ସହ ପୁରା ପରିବାର ମାନସିକ ଯନ୍ତ୍ରଣାରେ ଭୋଗୁଛନ୍ତି ।" ତେଣୁ ଏଭଳି ଖବର ପ୍ରସାରଣ ବନ୍ଦ କରିବାକୁ ମନୋଜ ମିଶ୍ର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଉଭୟ ପତି ଓ ପତ୍ନୀଙ୍କ କଥାକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାର ହେଉଛି ବୋଲି ଅଭିଯୋଗ କରିଛନ୍ତି ମନୋଜ । ସୋସିଆଲ ମିଡିଆ ବ୍ୟବହାର କରି ଯେଉଁମାନେ ତାଙ୍କ ସମ୍ମାନ ହାନି କରିଛନ୍ତି ଓ ଖବରର ସତ୍ୟତା ନ ଜାଣି ମିଛ ପ୍ରଚାର କରୁଥିବା ୟେଲୋ ଜର୍ଣ୍ଣାଲିଷ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ମନୋଜ ।

''ମୋ ପରିବାର ବହୁତ କଷ୍ଟ ପାଉଛି''

ମନୋଜ ମିଶ୍ର କହିଛନ୍ତି, ''ଆଇନର ଦାୟାରୀ ଭିତରେ ମୋର ଦ୍ୱିତୀୟ ବିବାହ ହୋଇଛି । ଏଥିରେ କିଛି ବେଆଇନ କଥା ନାହିଁ କି କାହାକୁ ମୁଁ ଠକି କି ବାହା ହୋଇନି । ମୋର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବା ପରେ ହୋଇଛି । ଏହା ପରେ ବି କିଛି ୟୁଟୁବ ଚ୍ୟାନେଲ ଭାଷା ଲଗାଇ ମୋ ବିଷୟରେ କହୁଛନ୍ତି ମୋତେ ସମାଲୋଚନା କରୁଛନ୍ତି । ଏହାଦ୍ୱାରା କେବଳ ମୁଁ ନୁହେଁ ମୋ ମାଆ, ମୋ ପରିବାର, ମୋ ଶଶୂର ଘର ଲୋକେ ମାନସିକ ଆଘାତ ପାଉଛନ୍ତି । କୋର୍ଟର ନିଷ୍ପତ୍ତି ବିରୋଧରେ ଯାଇ ନିଜେ ଗୋଟେ ଗୋଟେ କୋର୍ଟ ହୋଇଯାଇ କପୋଳକଳ୍ପିତ ଖବର ପ୍ରସାରଣ କରିଛନ୍ତି । ଏହି ସବୁ ଖବରକୁ ନେଇ ସବୁଠୁ କଷ୍ଟରେ ଅଛି ମୋ ଝିଅ । ଏଥିପାଇଁ ଦାୟୀ କିଏ ହେବ ବୋଲି ପ୍ରଶ୍ନ କରିଛନ୍ତି । ଖାଲି ମୁଁ ନୁହେଁ ଆମ ସିନେମା ଶିଳ୍ପରେ ଏମିତି ଏକ ଚେହେରା ଏଭଳି ପରିସ୍ଥିତିକୁ ସାମ୍ନା କରୁଛନ୍ତି । ବିଶେଷ କରି କିଛି ସମାଜ ସୁଧାରକ ନିଜର ଅସ୍ତିତ୍ଵକୁ ଭୁଲି ଆମ ଉପରେ ଟିପଣି ଦେଉଛନ୍ତି । ତେଣୁ ଏଭଳି ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ।''

ଆଇନଜୀବୀଙ୍କ ପ୍ରତିକ୍ରିୟା

ସେହିପରି ତାଙ୍କ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର କହିଛନ୍ତି, ''ଯେଉଁମାନେ ମନୋଜ ମିଶ୍ର ଓ ତାଙ୍କ ପରିବାର ବିରୋଧରେ ସମ୍ମାନ ହାନି ଜନକ ଖବର ପ୍ରସାରଣ ଓ ଅଶାଳୀନ ଗାଳିଗୁଲଜ କରୁଛନ୍ତି ଆମେ ତାଙ୍କ ନାଁରେ ମାମଲା ରୁଜୁ କରିଛୁ । ଯେଉଁ ଆଇଡିରୁ ତାଙ୍କ ପାଖକୁ ମେସେଜ ଆସିଛି ବା ଯେଉଁମାନେ ବିନା ତଥ୍ୟରେ ଖବର ପ୍ରସାରଣ କରୁଛନ୍ତି ତାଙ୍କ ଆଇଡି ବନ୍ଦ କରିବା ସହ ଭିଡିଓକୁ ଡିଲିଟ କରିବାକୁ ପୋଲିସକୁ ଲିଖିତ ଭାବେ କହିଛୁ । ଆଉ ଯେଉଁମାନେ ବ୍ୟକ୍ତିଗତ ସ୍ତରରେ ଯାଇ ହଇରାଣ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ୟେଲୋ ଜର୍ଣ୍ଣାଲିଜମ କରି ଭିଡିଓ ଡିଲିଟ ପାଇଁ ଟଙ୍କା ବା ଲାଞ୍ଚ ମାଗୁଛନ୍ତି ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଛୁ ।

ଏହା ମଧ୍ୟ ପଢନ୍ତୁ: ପୁଣି ହାତକୁ ଦି'ହାତ ହେଲେ ମନୋଜ ମିଶ୍ର, ଅଭିନେତ୍ରୀ ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ

ଅନ୍ୟପଟେ ଏଭଳି ବିଭ୍ରାନ୍ତିକର କାର୍ଯ୍ୟରୁ ନିବୃତ ରହିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏସିପି ଅଞ୍ଜନା ଟୁଡୁ । କାରଣ କାହାର ସମ୍ମାନ ହାନି କରିବା ଆମର ଅଧିକାର ନୁହେଁ ଏହା ଏକ ଆଇନଗତ ଅପରାଧ । ଏଭଳି କାର୍ଯ୍ୟ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନର ପ୍ରାବଧାନ ଥିବା ବେଳେ ଏଭଳି କାର୍ଯ୍ୟ ନା କରିବାକୁ ଅନୁରୋଧ କରିଛନ୍ତି ଏସପି । ଏହାସହ ମନୋଜ ମିଶ୍ରଙ୍କ ଏତଲା ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶାଶୁଙ୍କୁ ଖୁଆଇଦେଲେ ମମତା, ମନୋଜ କହିଲେ 'ମା' ଖୁସି ତ ଭଗବାନ ଖୁସି'

ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ମନୋଜ

ପ୍ରଥମ ପତ୍ନୀ ମାନା ମିଶ୍ରଙ୍କଠାରୁ ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଥିଲେ । ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଛନ୍ତି । ନିକଟରେ ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ସୋସିଆଲ ମିଡିଆରେ ବିବାହକୁ ସୁନିଶ୍ଚିତ କରିଥିଲେ । କହିରଖୁଛୁ କି, ମାନା ମିଶ୍ର ଏବଂ ମନୋଜଙ୍କ ଏକ ଝିଅ ଭବ୍ୟା ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.