ETV Bharat / state

ଟଙ୍କା ଲୋଭରେ ଆଚାର୍ଯ୍ୟ ବିହାର ଡବଲ ମର୍ଡର, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ - ACHARYA VIHAR DOUBLE MURDER CASE

ଦୀର୍ଘ ୧୨ ବର୍ଷ ପରେ ଆଚାର୍ଯ୍ୟ ବିହାର ବୃଦ୍ଧ ଦମ୍ପତି ହତ୍ୟା ଘଟଣାର ଆସିଲା ରାୟ । ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ କୋର୍ଟ ।

ACHARYA VIHAR COUPLE MURDER CASE
ACHARYA VIHAR COUPLE MURDER CASE (ETV Bharat Odisha)
author img

By ETV Bharat Odisha Team

Published : Jan 29, 2025, 4:42 PM IST

ଭୁବନେଶ୍ବର: ଟଙ୍କା ଲୋଭରେ ଅବାଟକୁ ଚାଲିଗଲେ ଶିକ୍ଷିତ ଯୁବକ । BBA ଓ MBA ପାଠ ପଢୁଥିବା ଛାତ୍ର ସାଜିଲେ ସଇତାନ । ଟଙ୍କା ପାଇବାର ନିଶାରେ ଦୁଇ ନିରୀହ ଜୀବନ ନେବାକୁ ମଧ୍ୟ ପଛାଇ ନଥିଲେ । ଭୁବନେଶ୍ବର ସହିଦ ନଗର ଥାନା ଆଚାର୍ଯ୍ୟ ବିହାର ହଷ୍ଟେଲ ମାଲିକ ଡବଲ ମର୍ଡର ଘଟଣାରେ ଗତକାଲି(ମଙ୍ଗଳବାର) ଆସିଛି ରାୟ । ଦୀର୍ଘ ୧୨ ବର୍ଷ ତଳର ବୃଦ୍ଧ ପାଣିଗ୍ରାହୀ ଦମ୍ପତି ହତ୍ୟା ଘଟଣାରେ ୪ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡ ।

କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ACHARYA VIHAR COUPLE MURDER CASE (ETV Bharat Odisha)

ଦୀର୍ଘ ୧୨ ବର୍ଷ ତଳର ବୃଦ୍ଧ ପାଣିଗ୍ରାହୀ ଦମ୍ପତି ହତ୍ୟା ମାମଲାର ଭୁବନେଶ୍ୱର ଏଡିଜେ ୩ କୋର୍ଟରେ ବିଚାର ସରିଛି । ଗତ ୧୪ ସେପ୍ଟେମ୍ବର ୨୦୧୨ ମସିହାରେ ସହିଦ ନଗର‌ ଥାନା ଆଚାର୍ଯ୍ୟ ବିହାର ପ୍ଲଟ ନମ୍ବର L 3/134 ଜ୍ୟୋସ୍ନା କୁଞ୍ଜ ହଷ୍ଟେଲରେ ଡବଲ ମର୍ଡର ଘଟଣାରେ ଦୋଷୀଙ୍କୁ ମିଳିଛି ଆଜୀବନ କାରାଦଣ୍ଡ । ବୃଦ୍ଧ ଦମ୍ପତି କୁଞ୍ଜ ବିହାରୀ ପାଣିଗ୍ରାହୀ ଏବଂ ଜ୍ୟୋସ୍ନା ପାଣିଗ୍ରାହୀଙ୍କୁ ୪ ଜଣ ଅଭିଯୁକ୍ତ ହତ୍ୟା କରିଥିଲେ । ତେବେ ଅଭିଯୁକ୍ତମାନେ ହେଲେ ବିଜୟ ଯାଦବ, ପ୍ରିୟରଞ୍ଜନ ପତି, ରଞ୍ଜିତ ଜେନା ଓ ବୁଟୁ ଜେନା । ସେମାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଫାଇନ ରାୟ ଦେଇଛନ୍ତି ୩ୟ ଅତିରିକ୍ତ ଜିଲ୍ଲା ଦୋରାଜଜ ।

ଏମିତି କହିଲେ ସରକାରୀ ଓକିଲ..

ACHARYA VIHAR COUPLE MURDER CASE
ACHARYA VIHAR COUPLE MURDER CASE (ETV Bharat Odisha)

ଏନେଇ ସରକାରୀ ଓକିଲ ବିଦୁ ଭୂଷଣ ମହାନ୍ତି କହିଛନ୍ତି," ୨୦୧୨ ମସିହାରେ ପାଣିଗ୍ରାହୀ ଦମ୍ପତିଙ୍କ ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ବିଜୟ ଯାଦବ ଯେ ବୃଦ୍ଧ ଦମ୍ପତିଙ୍କ ଝିଅର ଘର ହଷ୍ଟେଲରେ ରହୁଥିଲେ । ସେଠି ରହିବା ସମୟରେ ବିଜୟ ଯାଦବ ଜାଣିବାକୁ ପାଇଲେ ଏହି ବୃଦ୍ଧ ଦମ୍ପତିଙ୍କର ଆଚାର୍ଯ୍ୟ ବିହାରରେ ମଧ୍ୟ ହଷ୍ଟେଲ ଚାଲିଛି ଏବଂ ତାଙ୍କ ଘରେ ଅନେକ ସମ୍ପତ୍ତି ରହିଛି । ତେଣୁ ଅଭିଯୁକ୍ତମାନେ ମିଳିମିଶି ଆଚାର୍ଯ୍ୟ ବିହାର ପାଖରେ ଥିବା ଏକ ପାନ ଦୋକାନୀ ସହ ମିଶି ଷଡଯନ୍ତ୍ର କରିଥିଲେ । ସେମାନେ ସେହି ହଷ୍ଟେଲରେ ରହିବା ଆଳରେ ଯାଇ ବୁଝାବୁଝି କରିଥିଲେ । ପରେ ୧୩ ସେପ୍ଟେମ୍ବର ୨୦୧୨ ମସିହାରେ ରାତି ୯ଟା ପାଖାପାଖି ସେମାନେ ସେହି ହଷ୍ଟେଲର ତୃତୀୟ ମହଲାକୁ ଯାଇ ବୃଦ୍ଧ ସମ୍ପତ୍ତିଙ୍କୁ ଦେଖା କରିବା ଆଳରେ ହତ୍ଯା କରିବା ସହ ଲୁଟ କରିଥିଲେ ।"

ଏହା ମଧ୍ୟ ପଢନ୍ତୁ...ୱେବ ସିରିଜ ଦେଖି ପତ୍ନୀଙ୍କୁ ହତ୍ୟା ପରେ ଏମିତି ପ୍ରମାଣ ନଷ୍ଟ କରିଥିଲା ଅବସରପ୍ରାପ୍ତ ସେନା କର୍ମଚାରୀ - HYDERABAD MURDER

ଏହା ମଧ୍ୟ ପଢନ୍ତୁ...ସ୍ତ୍ରୀକୁ ଖଣ୍ଡ ଖଣ୍ଡ କଲା, ପ୍ରେସର କୁକର୍‌ରେ ସିଝାଇ ପୋଖରୀକୁ ଫିଙ୍ଗିଦେଲା ସ୍ବାମୀ - HYDERABAD MURDER

ଏହା ମଧ୍ୟ ପଢନ୍ତୁ...ଗଣେଶ ପୂଜାରେ ଗଡାଇଥିଲେ ମୁଣ୍ଡ, ୨ ଅଟୋ ଡ୍ରାଇଭରଙ୍କୁ ଆଜୀବନ ଜେଲ୍‌ - BHUBANESWAR MURDER CASE

ସେହି ଦିନର ଘଟଣାକୁ ବଖାଣିଲେ ପଡ଼ୋଶୀ:

ଏହି ଘଟଣାର ପଡ଼ୋଶୀ ସତ୍ୟଜିତ ମହାନ୍ତି କହିଛନ୍ତି," ସେଦିନ ସକାଳ ସମୟ ଗଣେଶ ପୂଜା ଥାଏ । ସକାଳୁ ହଠାତ୍ ତାଙ୍କ ଘର କାମ କରୁଥିବା ମହିଳା ଡ଼ାକ ପକାଇଲେ । ଡାକ ଶୁଣି ଘରକୁ ଗଲା ପରେ ଜାଣିବାକୁ ପାଇଲି ଦୁଇ ଜଣ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ବୃଦ୍ଧ କୁଞ୍ଜ ବିହାରୀ ପାଣିଗ୍ରାହୀଙ୍କ ଚେତା ରହିଥିଲା । ପରେ ପୋଲିସକୁ ଡାକି ତାଙ୍କୁ ହସ୍ପିଟାଲ ନେଇଥିଲୁ । ମହିଳାଙ୍କର ଘଟଣା ସ୍ଥଳର ହିଁ ମୃତ୍ୟୁ ହୋଇସାରିଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.