ETV Bharat / state

ରାଜପ୍ରାସାଦର ଭ୍ରମ ସୃଷ୍ଟି କରିବ ପାରଳାଖେମୁଣ୍ଡି ଷ୍ଟେସନ, ପୁରୁଣା ଯୁଗର ଝଲକ ଦେଖିବେ ନୂଆ ପିଢ଼ି - Paralakhemundi Railway Station

author img

By ETV Bharat Odisha Team

Published : Jul 10, 2024, 2:26 PM IST

Paralakhemundi Railway Station: ପାରଳା ରାଜପ୍ରାସାଦର ଭଳି ପାରଳାଖେମୁଣ୍ଡି ରେଳ ଷ୍ଟେସନର ପରିପାଟି କରାଯାଉଛି । ଏହାସହ ପ୍ରଥମ ରେଳ ଚଳାଚଳ ସମୟରେ ବ୍ୟବହୃତ ଇଞ୍ଜିନର ପ୍ରତିକୃତିକୁ ଏହାର ସମ୍ମୁଖରେ ରଖି ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ । ଅଧିକ ପଢ଼ନ୍ତୁ

PARALAKHEMUNDI RAILWAY STATION
PARALAKHEMUNDI RAILWAY STATION (ETV Bharat Odisha)

ପାରଳାଖେମୁଣ୍ଡି: ପାରଳା ରାଜପ୍ରାସାଦର ଭ୍ରମ ସୃଷ୍ଟି କରିବ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନ । ପାରଳା ରାଜାଙ୍କ କୀର୍ତ୍ତି ବହନ କରିବ ରେଳ ଷ୍ଟେସନ । ଆଗାମୀ ପିଢ଼ି ଦେଖିବେ ପୁରୁଣା ଯୁଗର ଝଲକ । ପୂର୍ବରୁ କିପରି ଭାବରେ କୋଇଲା ଚାଳିତ ରେଳ ଚଳାଚଳ କରୁଥିଲା ତାହା ମଧ୍ୟ ଦେଖିପାରିବେ ଆଗାମୀ ପିଢ଼ି । ଆଉ ଏଥିପାଇଁ ପାରଳାଖେମୁଣ୍ଡି ରେଲୱେ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି ।

ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉନ୍ନତିକରଣ କାମ ଚାଲିଥିବା ବେଳେ ଏଠାରେ ଯାତ୍ରୀଙ୍କ ସୁବିଧା ଏବଂ ଏହି ପରିସରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରେଳବାଇ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ପାରଳାଖେମୁଣ୍ଡି ରେଳ ଷ୍ଟେସନର ଆକୃତି ପାରଳା ରାଜପ୍ରାସାଦର ପ୍ରତିକୃତିକୁ ନିର୍ମାଣ କରାଯାଉଥିବା ବେଳେ ପ୍ରଥମ ରେଳ ଚଳାଚଳ ସମୟରେ ବ୍ୟବହୃତ କୋଇଲା ରେଳ ଇଞ୍ଜିନର ଏକ ପ୍ରତିକୃତି ସ୍ଥାପନ ପାଇଁ ଯୋଜନା ହୋଇଥିଲା । ଯାହା ଆଜି ସ୍ବତନ୍ତ୍ର ରେଳ ଯୋଗେ ପାରଳାଖେମୁଣ୍ଡି ଅଣାଯାଇଛି । ଏହାକୁ ରେଳ ଷ୍ଟେସନର ମୁଖ୍ୟ ଦ୍ବାର ସମ୍ମୁଖରେ ସ୍ଥାପନ କରାଯିବ । ଏହାଦ୍ବାରା ଷ୍ଟେସନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ରେଳବାଇ ଅଧିକାରୀ କହିଥିବା ବେଳେ ସ୍ଥାନୀୟ ଲୋକେ ରେଇବାଇ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ସ୍ବାଗତ କରିବା ସହ ଏହାଦ୍ବାରା କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ତାହା ନୁହେଁ, ଇତିହାସକୁ ପୁନଃଜୀବିତ କରିବ ବୋଲି କହିଛନ୍ତି ।

ପାରଳାଖେମୁଣ୍ଡି ଅଞ୍ଚଳର ତଥା ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ତତ୍କାଳୀନ ପାରଳା ମହାରାଜା ୧୮୯୯ ମସିହାରେ ପାରଳାଖେମୁଣ୍ଡିରୁ ନୌପଡା ଯାଏଁ ନେରୋଗେଜ ରେଳପଥ ନିର୍ମାଣ କରିଥିଲେ । ଏଥିପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପରବର୍ତ୍ତି ସମୟରେ ଏହାକୁ ଗୁଣପୁର ଯାଏଁ ସଂପ୍ରାସରଣ କରିଥିଲେ । ଏହାଦ୍ବାରା ପାରଳାଖେମୁଣ୍ଡି ଏବଂ ଗୁଣପୁର ଅଞ୍ଚଳର ଲୋକେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବହୁ ଉନ୍ନତି କରିଥିଲେ । ପ୍ରଥମେ କୋଇଲା ଇଞ୍ଜିନ ସାହାଯ୍ୟରେ ରେଳ ଚଳାଚଳ କରିଥିଲା । ଏହାପରେ ଡିଜେଲ୍ ସାହାଯ୍ୟରେ ଚାଲିଥିଲା । ତେବେ ବହୁ ଦାବି ପରେ ଏହି ରେଳପଥକୁ ଦୀର୍ଘ ବର୍ଷ ପରେ ସରକାର ବ୍ରଡଗେଜରେ ପରିଣତ କରିଥିଲେ । ଏବେ ବୈଦ୍ୟୁତିକ ଇଞ୍ଜିନ ସାହାଯ୍ୟରେ ରେଳ ଚଳାଚଳ କରୁଛି ।

ତେବେ ଅମୃତ ଭାରତ ଯୋଜନାରେ ପାରଳାଖେମୁଣ୍ଡି ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି । ପାରଳା ରାଜପ୍ରାସାଦର ଭଳି ରେଳ ଷ୍ଟେସନର ପରିପାଟି କରାଯାଇଥିବା ବେଳେ ପ୍ରଥମ ରେଳ ଚଳାଚଳ ସମୟରେ ବ୍ୟବହୃତ ଇଞ୍ଜିନର ପ୍ରତିକୃତିକୁ ଏହାର ସମ୍ମୁଖରେ ରଖି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ରେଳ ଷ୍ଟେସନ ସଂପର୍କରେ ପରବର୍ତ୍ତି ପିଢିକୁ ଜଣାଇବା ଏହାର ମୁଖ୍ୟ ଉଦ୍ଦେଶ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି । ଏହି ପ୍ରତିକୃତି ଇଞ୍ଜିନ ନିର୍ମାଣ ପାଇଁ ପ୍ରାୟ ୩ ମାସ ସମୟ ଲାଗିଥିବା ବେଳେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରେଳବାଇ ଅଧିକାରୀ ଟି.ରବିନ୍ଦ୍ର ରେଡ୍ଡୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀକୁ ଗଡ଼ିଲା 315 ଟ୍ରେନ, କଟକରେ ଶୁଭାରମ୍ଭ କଲେ ସାଂସଦ ଭର୍ତ୍ତୃହରି - Special Train For Ratha Yatra

ରେଳବାଇ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଏହାଦ୍ବାରା କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ତାହା ନୁହେଁ, ଇତିହାସକୁ ପୁନଃଜୀବିତ କରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି । ବର୍ତ୍ତମାନ ପିଢିର ଅନେକ ଲୋକ ପୁରୁଣା ରେଳ ଗାଡି କିମ୍ବା ଏହାର ଚଳାଚଳ କିପରି ହେଉଥିଲା ତାହା ଜାଣିପାରୁନାହାନ୍ତି । ଆଉ ପର ପିଢି କଥା ପଚାରେ କିଏ । ତେଣୁ ଯିତିକି ସମ୍ଭବ ପୁରୁଣା କଥା ଜଣାଇବା ପାଇଁ ଏଭଳି ଅନେକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ସମାନ ପ୍ରତିକୃତିର ଏକ ରେଳ ଇଞ୍ଜିନ ବିଖାଶପାଟଣା ଡିଆରଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶୋଭା ପାଉଛି । ତେଣୁ ଏଠାରେ ମଧ୍ୟ ସ୍ଥାପନ ପାଇଁ ଲୋକେ ଦାବି କରିଥିଲେ । ଏବେ ତାହା ସଫଳ ହୋଇଥିବାରୁ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.