କଟକ: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ! ସ୍କୁଲରୁ ଫେରିବା ସମୟରେ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ । ତେବେ ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ସିଲଭରସିଟି କଟକ ସହରରେ । ନାବାଳିକାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲ ଏସସିବିରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ - ଶୌଚ ପାଇଁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ନାବାଳିକା, ଯୁବକ ଗିରଫ
ସୂଚନା ଅନୁଯାୟୀ, କଟକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷୀୟା ନାବାଳିକା ଗତକାଲି(ମଙ୍ଗଳବାର) ସ୍କୁଲରୁ ଫେରୁଥିଲେ । ସେହି ସମୟରେ କେହି ଜଣେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ବହୁ ସମୟ ବିଳମ୍ବରେ ନାବାଳିକା ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ କଟକ ରେଳବାଇ ଥାନାକୁ ଯାଇ ପରିବାର ଲୋକେ ଏତଲା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ - ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ, ଦୋଷୀକୁ ୨୦ ବର୍ଷ ଜେଲ୍
ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ବାବଦରେ ପୋଲିସକୁ ପ୍ରାଥମିକ ଭାବେ କୌଣସି ସୂଚନା ମିଳି ପାରିନାହିଁ । ତେବେ ନାବାଳିକାଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏକ ମାମଲାରେ ଗିରଫ ହୋଇ ବାପା ଜେଲରେ ଅଛନ୍ତି । ଫଳସ୍ବରୂପ ନାବାଳିକା ନିଜ ବଡ ଭାଇ ସହିତ ଏକ ଆଶ୍ରମରେ ରହୁଥିଲେ । ହେଲେ ଗତକାଲି ନାବାଳିକା ଜଣକ ସ୍କୁଲରୁ ଫେରିବା ସମୟରେ ତା ସହିତ ଏହି ଅମାନୁଷିକ କାଣ୍ଡ ହୋଇଥିଲା । ତେବେ ଏହି ଘଟଣାକୁ ରେଳବାଇ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଜଣେ DSP ଙ୍କ ଅଧିନରେ ଏକ 4 ଜଣିଆ ଟିମ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ରେଳବାଇ SP ।
ପ୍ରକାଶ ଯେ, ନିକଟରେ ଦେବଗଡରେ ସ୍ୱୀମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସ୍ପଷ୍ଟ ଦିବାଲୋକରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ ଗିରଫ କରିଥିଲା କୁଣ୍ଡେଇଗୋଳା ପୋଲିସ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହାର କଲୋନୀ ସାହିର କୃତାର୍ଥ ସାହୁଙ୍କ ପୁଅ ବୃନ୍ଦାବନ (ବଟିଆ) ସାହୁ ବିରୋଧରେ ଅନଲାଇନ୍ ମାଧ୍ୟମରେ ଏହି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ସ୍ଵାମୀ ଜିଲ୍ଲା ବାହାରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ନିଜ ଶାଶୁ ଶ୍ୱଶୁଙ୍କ ସହିତ ସେ ଘରେ ରହୁଥିଲେ । ତେବେ ଗତ ୨୨ ତାରିଖ ଅପରାହ୍ନ ୪ଟା ସମୟରେ ବିବାହିତା ମହିଳା ଜଣଙ୍କ ଗାଁ ଦୋକାନକୁ ସଉଦା ପାଇଁ ଯାଇଥିବା ସମୟରେ ଉଟୁଣିଆଁ ପଞ୍ଚାୟତ ହାଡସଂହାର କଲୋନୀ ସାହିର କୃତାର୍ଥ ସାହୁଙ୍କ ପୁଅ ବୃନ୍ଦାବନ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗାଁ ଦାଣ୍ଡର ରାସ୍ତା ଉପରେ ଟଣାଓଟରା କରିଥିଲା । ତେବେ ଗାଁ ଲୋକଙ୍କ ଉପସ୍ଥିତ ଯୋଗୁଁ ମହିଳା ଜଣକ କୌଣସି ମତେ ନିଜକୁ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଥିଲେ ।
ଇଟିଭି ଭାରତ, କଟକ