ETV Bharat / state

ସ୍ବଦେଶ ଫେରିବେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ, ଜେରା ପରେ ପ୍ରକ୍ରିୟା ଜାରି - BANGLADESHI FISHERMEN APPREHENDED

ପାରାଦ୍ୱୀପରେ ଅଟକ ଥିବା ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଫେରାଇ ଦିଆଯିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ବାଂଲାଦେଶ ସରକାର ମଧ୍ୟରେ ଆଲୋଚନା ।

BANGLADESHIS FISHERMEN
BANGLADESHIS FISHERMEN (ETV BHARAT ODISHA)
author img

By ETV Bharat Odisha Team

Published : Dec 12, 2024, 2:14 PM IST

Updated : Dec 12, 2024, 2:40 PM IST

ଜଗତସିଂହପୁର: ସ୍ବଦେଶ ଫେରିଯିବେ ପାରାଦ୍ୱୀପଠାରେ ଅଟକ ଥିବା 78 ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ । ସେମାନଙ୍କୁ ତାଙ୍କ ଦେଶକୁ ପ୍ରତ୍ୟାର୍ପଣ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବାଂଲାଦେଶ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ମତ୍ସଜୀବୀଙ୍କ ପାଖରେ ଏକ କୋଟି ଟଙ୍କାର ମାଛ ଥିବା ସେମାନେ କହିଛନ୍ତି । ଭାରତୀୟ ଜଳ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବାଂଲାଦେଶର ଦୁଇଟି ଛୋଟ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରି ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକୂଳକୁ ଆଣିଥିଲା ।

ଭାରତୀୟ ତଟରକ୍ଷୀ ବାହିନୀ ହାତରେ ଧରାପଡ଼ିବା ପରେ, ଦାହାଜର ସମସ୍ତ କ୍ରିଉ ମେମ୍ବରମାନଙ୍କୁ ପାରାଦ୍ବୀପ ଅଣାଇ ମେରାଇନ ଥାନାରେ ଅଟକ ରଖାଯାଇଥିଲା । ଆଜି 78 ଜଣ ବାଂଲାଦେଶୀ ମତ୍ସଜୀବୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପାରାଦ୍ୱୀପ ପୋର୍ଟ ହସ୍ପିଟାଲକୁ ନିଆ ଯାଇଥିଲା । ପରେ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖା ଯାଇଛି । ଏନେଇ ସୂଚନା ଦେଇଛନ୍ତି ପାରାଦ୍ବୀପ ମେରାଇନ ପୋଲିସ ଡିଏସପି ସନ୍ତୋଷ କୁମାର ଜେନା

BANGLADESHIS FISHERMEN (ETV BHARAT ODISHA)

ବାଂଲାଦେଶୀଙ୍କ ପାଖରେ ରହିଛି 100 ଟନର ମାଛ :

ଅଟକ ରହିଥିବା ଜଣେ ବାଂଲାଦେଶୀ ମତ୍ସଜୀବୀ କହିଛନ୍ତି, ''ଭୁଲ ବଶତଃ ଆମେ ଭାରତୀୟ ଜଳ ସୀମାକୁ ପଶି ଆସିଥିଲୁ । ଏଠାରେ ମେରାଇନ ପୋଲିସ ପକ୍ଷରୁ ଆମକୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା । ୨ଟା ଜାହାଜରେ 78 ଜଣ ମତ୍ସଜୀବୀ ଥିଲୁ । ଆମ ପାଖରେ 100 ଟନ ଓଜର ମାଛ ଅଛି । ଯାହାର ମୂଲ୍ୟ ବାଂଲାଦେଶୀ କରେନ୍ସି ଅନୁଯାୟୀ ଏକ କୋଟି ହେବ । ''

BANGLADESHIS FISHERMEN
BANGLADESHIS FISHERMEN (ETV BHARAT ODISHA)

ଅନ୍ୟ ଜଣେ ବାଂଲାଦେଶୀ ମତ୍ସଜୀବୀ କହିଛନ୍ତି,'' ମାଛ ମାରୁଥିବା ସମୟରେ ଦିଗ ଭ୍ରଷ୍ଟ ହୋଇ ଭାରତୀୟ ଜଳ ସୀମା ମଧ୍ୟକୁ ଚାଲି ଆସିଥିଲୁ । ଫଳରେ ତଟରକ୍ଷୀ ବାହିନୀ ନିଜ ଅକ୍ତିଆରକୁ ନେଇ ଆସିଥିଲେ । ଆମେ ଏଠାରେ ପୂରା ସୁରକ୍ଷିତ ଅଛୁ । ଏଠାରେ ଖାଇବା ପିଇବା ଏବଂ ରହିବା ବ୍ୟବସ୍ଥା କରାଯାଇଛି । ଆମେ ଆଶା କରୁଛୁ ଭାରତ ସରକାର ବାଂଲାଦେଶ ସରକାରଙ୍କୁ ଆମକୁ ଖୁବଶୀଘ୍ର ହସ୍ତାନ୍ତର କରିବେ । ''

ଏହା ମଧ୍ୟ ପଢନ୍ତୁ-ଭାରତୀୟ ଜଳ ସୀମାରୁ ୨ ବାଂଲାଦେଶୀ ଜାହାଜ ଜବତ, ୭୮ ଜଣ ଅଟକ

ଏହାମଧ୍ୟ ପଢନ୍ତୁ.. ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା - Inspection of Ocean GOURI ship

୭୮ ଅଟକଙ୍କୁ ଜେରା :

ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ସମୁଦ୍ର ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ପଇଁତରା ମାରୁଥିବାବେଳେ ଅନ୍ତର୍ଜାତୀୟ ଜଳସୀମା ପାର କରି ଭାରତୀୟ ଜଳ ସୀମା ମଧ୍ୟରେ ବାଂଲାଦେଶୀ ଜାହାଜ ଲୈଲା-2 ଓ FV ମେଘନା- 5 ବେଆଇନ ଭାବେ ମାଛ ମାରୁଥିଲେ । ଏହାପରେ ତଟରକ୍ଷୀ ବାହିନୀ ଉଭୟ ଜାହାଜକୁ ଜବତ କରି ପାରାଦ୍ୱୀପକୁ ଆଣିଥିଲା । ଇଟି ଜାହାଜରେ ଥିବା ମୋଟ 78 ଜଣ କ୍ରିଉ ମେମ୍ବରଙ୍କୁ ଇଣ୍ଡିଆନ କୋଷ୍ଟ ଗାର୍ଡ, କ୍ରାଇମବ୍ରାଞ୍ଜ ଏବଂ ସିଆଇଏଫ ପଚରାଉଚରା କରିଥିଲା । ପାରାଦ୍ୱୀପ ପୋଲିସର କହିବା ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ ଅବଗତ ଅଛି, ଖୁବଶୀଘ୍ର ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Dec 12, 2024, 2:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.