ETV Bharat / state

ଭାଇ ହେଲା ଭଗାରୀ, ସାନଭାଇକୁ ସୁପାରୀ ଦେଇ ମାରିଦେଲା ବଡ଼ଭାଇ

author img

By ETV Bharat Odisha Team

Published : Feb 9, 2024, 8:13 PM IST

Balasore Double Murder case: ବଡ଼ ଭାଇକୁ ସୈତାନ ସଜାଇଲା ସମ୍ପତ୍ତି ଲୋଭ । ସୁପାରୀ କିଲରଙ୍କୁ ଟଙ୍କା ଦେଇ ନିଜ ସାନ ଭାଇକୁ ଜୀବନରୁ ମାରିଦେଲା ଅଭିଯୁକ୍ତ । ଏପରିକି ସାନ ଭାଇର ସାଙ୍ଗ ଏସବୁ ଜାଣିଦେବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇ ଦେଲା । ତେବେ ଅଭିଯୁକ୍ତ ବଡ଼ ଭାଇ ଓ ଭାଉଜ ଏବଂ 4 ସୁପାରୀ କିଲରଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସାନଭାଇକୁ ସୁପାରୀ ଦେଇ ମାରିଦେଲା ବଡ଼ଭାଇ
ସାନଭାଇକୁ ସୁପାରୀ ଦେଇ ମାରିଦେଲା ବଡ଼ଭାଇ
ସାନଭାଇକୁ ସୁପାରୀ ଦେଇ ମାରିଦେଲା ବଡ଼ଭାଇ

ବାଲେଶ୍ଵର: ସମ୍ପର୍କରେ ଦାଗ ଲଗାଇଲା ସମ୍ପତ୍ତି ଲୋଭ । ଏକାକୀ ସବୁ ସମ୍ପତ୍ତି ଉପଭୋଗ କରିବାକୁ ସାନ ଭାଇକୁ ଜୀବନରୁ ମାରିଦେଲା ବଡ଼ ଭାଇ । ନୀଳଗିରି ଥାନା ଅଧିନ ବ୍ଲୁ-ଲେକ୍‌ ନିକଟରେ ଦୁଇଜଣ ଯୁବକଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜମିଜମା ବିବାଦ ଯୋଗୁଁ ବଡ଼ ଭାଇ ନିଜ ସାନ ଭାଇକୁ ସୁପାରୀ ଦେଇ ହତ୍ୟା କରିଥିବା ପୋଲିସ ସୁରାକ୍‌ ପାଇଛି । ଏହା ସହିତ ସାନ ଭାଇର ସାଙ୍ଗ ଏ ସମସ୍ତ ଘଟଣା ସମ୍ପର୍କରେ ଜାଣିଥିବାରୁ ତାକୁ ମଧ୍ୟ ନିର୍ଦ୍ଦୋଷରେ ହତ୍ୟା କରାଯାଇଥିବା ବାଲେଶ୍ଵର ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।

ଏସ୍‌ପିଙ୍କ ସୂଚନା ଅନୁସାରେ, ଗତ 5 ତାରିଖରେ ନୀଳଗିରି ଥାନା ଅଧିନ କାଂଶ ଗ୍ରାମର ଭବାନୀ ଶଙ୍କର ରାଉତ ଏବଂ ତାଙ୍କ ସାଙ୍ଗ ନିରଞ୍ଜନ ମହାପାତ୍ର ଘରୁ ବାହାରି ଆସି ରାତି ଯାଏଁ ଘରକୁ ଫେରିନଥିଲେ । ପରଦିନ, ଅର୍ଥାତ 6 ତାରିଖ ସକାଳେ ବ୍ଲୁ-ଲେକ୍‌ ନିକଟ ଜଙ୍ଗଲରେ ରକ୍ତ ଜୁଡୁବୁଡୁ ବାଇକ ସହ ଜୋତା ପଡିଥିବା ଦେଖିବାକୁ ମିଳିଥିଲା । ମାତ୍ର ଯୁବକ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ପରେ ପୋଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍‌ ବହୁ ଖୋଜାଖୋଜି କରିବା ପରେ ଶେଷରେ ଦୁଇଜଣଙ୍କ ମୃତଦେହ ବ୍ଲୁ-ଲେକ୍‌ ଗଭୀର ଜଳ ଭିତରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାକୁ ନେଇ ମୃତ ଭବାନୀଙ୍କ ବଡ଼ଭାଇ ବିଜୟ ରାଉତ ସାନ ଭାଇକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ବାଲେଶ୍ଵର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡିପିଓ ଏବଂ ନୀଳଗିରି ଏସ୍‌ଡିପିଓଙ୍କ ନେତୃତ୍ବରେ ଟିମ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଲୋଭ ଆଗରେ ଫିକା ପଡିଲା ସମ୍ପର୍କ, ବାପାର ଚାକିରି ପାଇବା ଆଶାରେ ଜୀବନ ନେଲା ପୁଅ

ପ୍ରଥମେ ସୁପାରୀ ନେଇଥିବା ଜଣେ ଅଭିଯୁକ୍ତ ପୋଲିସ କବ୍‌ଜାକୁ ଆସିବା ପରେ ତାଠାରୁ ଅନ୍ୟମାନଙ୍କ ପତ୍ତା ନେବାରେ ପୋଲିସ ସକ୍ଷମ ହୋଇଥିଲା । ଏହି ହତ୍ୟାକାଣ୍ଡ ପଛରେ ଆଉ କେହି ନୁହେଁ, ବରଂ ମୃତକଙ୍କ ବଡ଼ ଭାଇର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ସାନ ଭାଇ ଭବାନୀ ସହ ବିଜୟଙ୍କ ସମ୍ପତ୍ତି ଏବଂ କିଛି ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ବଡ଼ ଭାଇ ବିଜୟ ପୁରୁଣା ବାଲେଶ୍ଵର ଅଞ୍ଚଳର ସୁପାରୀ କିଲରମାନଙ୍କୁ ଯୋଗାଯୋଗ କରିଥିଲା । ପ୍ରାୟ 3 ମାସ ପୂର୍ବରୁ ସାନ ଭାଇକୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଭାଇ ଏବଂ ଭାଉଜ ପ୍ଲାନ କରିଥିଲେ । ଏହାକୁ ନେଇ ସମୁଦାୟ 1 ଲକ୍ଷ 70 ହଜାର ଟଙ୍କା ସୁପାରୀ କିଲରମାନେ ଦାବି କରିଥିବା ବେଳେ 1 ଲକ୍ଷ 40 ହଜାର ଟଙ୍କାର ଡିଲ୍‌ ପକ୍କା ହୋଇଥିଲା । ଭବାନୀଙ୍କୁ ପ୍ଲାନ କରି ଫିଷ୍ଟ କରିବା ବାହାନାରେ ବ୍ଲୁ-ଲେକ୍‌ ନିକଟକୁ ଡାକିଥିଲେ ବଡ଼ ଭାଇ ବିଜୟ । ସେଠାରେ ସେ ପୂର୍ବ ଯୋଜନା ମୁତାବକ ସାନ ଭାଇକୁ ହତ୍ୟା କରିବା ପରେ ତାଙ୍କ ସାଙ୍ଗରେ ଆସିଥିବା ନିରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ତଣ୍ଟି ଚିପି ହତ୍ୟା କରି ପାଣିକୁ ଫିଙ୍ଗି ଦେଇଥିଲେ ।

ଏହାଲ ମଧ୍ୟ ପଢ଼ନ୍ତୁ...ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଦୁଇ ନାବାଳକ ଗୁରୁତର

ଭବାନୀଙ୍କ ହତ୍ୟା ଘଟଣା ନିରଞ୍ଜନ ଜାଣିଥିବାରୁ କଥା ପ୍ରଘଟ ଭୟରେ ବିନା ଦୋଷରେ ନିରଞ୍ଜନଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି । ଏହି ଘଟଣାରେ ପୋଲିସ 7 ଜଣଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 6 ଜଣଙ୍କୁ ଗିରଫ କରାଯାଇଛି । ସୁପାରୀ କିଲର 4 ଜଣ ଏବଂ ଭବାନୀଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ଗିରଫ କରିଛି ପୋଲିସ । ସୁପାରୀ କିଲର ଭିତରେ ଯେଉଁ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଫେରାର ଥିବା ପୋଲିସ କହିଛି । ଏହି ସୁପାରୀ କିଲର ତଥା ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ପୋଲିସ କହିଛି । ସେମାନଙ୍କ ନିକଟରୁ ଦୁଇଟି ତେଲେଙ୍ଗା କଟୁରି ସମେତ 6ଟି ମୋବାଇଲ, ତିନୋଟି ମୋଟର ସାଇକେଲ ଏବଂ ନଗଦ 70 ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ ମୃତ ଦୁଇ ଯୁବକଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ତେବେ କିଛି ଟଙ୍କା ଏବଂ ସମ୍ପତ୍ତି ଲୋଭରେ ଭାଇ ନିଜ ଭାଇକୁ ହତ୍ୟା କରିବାକୁ ମଧ୍ୟ ପଛଇଲା ନାହିଁ । ଭାଇ ହୋଇ ବି ଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରି ଶେଷରେ ତାକୁ ହତ୍ୟା କରି ନିଜ ଆଡୁ ଚତୁରତାର ସହ ହତ୍ୟା ଅଭିଯୋଗ ଦେବା ଘଟଣା ସତରେ ସମସ୍ତଙ୍କୁ ଚକିତ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.