ETV Bharat / state

ଫେବୃଆରୀରେ ବରମୁଣ୍ଡା ବସଷ୍ଟାଣ୍ଡ ଲୋକାର୍ପଣ! ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ୍

author img

By ETV Bharat Odisha Team

Published : Jan 30, 2024, 11:03 AM IST

Updated : Jan 30, 2024, 12:16 PM IST

5T Chairman at Baramunda: ବରମୁଣ୍ଡା ବସ ଟର୍ମିନାଲ (ISBT) ପରିଦର୍ଶନ କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ଫେବୃଆରୀ ମଧ୍ୟ ସୁଦ୍ଧା ଏହି ବସ ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବାକୁ ସେ ଗୁରୁତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ

T Chairman at Baramunda
ISBT କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ଫେବୃଆରୀରେ ବରମୁଣ୍ଡା ବସଷ୍ଟାଣ୍ଡ ଲୋକାର୍ପଣ! ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ୍

ଭୁବନେଶ୍ୱର: 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଅନ୍ତଃରାଜ୍ୟ ବରମୁଣ୍ଡା ବସ ଟର୍ମିନାଲ (ISBT) ପରିଦର୍ଶନ କରିିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି (ମଙ୍ଗଳବାର) ଭୋର୍ ୫ଟାରେ ISBT ପରିଦର୍ଶନ କରିି ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏଥିସହ ଫେବୃଆରୀ ମଧ୍ୟ ସୁଦ୍ଧା ଏହି ବସ୍ ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବାକୁ ଗୁରୁତ୍ବ ଦେଇଛନ୍ତି ପାଣ୍ଡିଆନ ।

ISBT କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ ବରଂ ପଡୋଶୀ ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନର ମାଧ୍ୟମ ହେବାକୁ ଯାଉଛି । ଏହି ଗସ୍ତ ସମୟରେ ପାଣ୍ଡିଆନ ଯାତ୍ରୀମାନଙ୍କ ପାଇଁ ହୋଇଥିବା ବ୍ୟବସ୍ଥାଗୁଡିକୁ ବୁଲି ଦେଖିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା କିଭଳି କରାଯାଇଛି ସେନେଇ ସମୀକ୍ଷା କରିଥିଲେ । ଅପରେସନ କଣ୍ଟ୍ରୋଲ ସେଣ୍ଟର (ଓସିସି)କୁ ପାଣ୍ଡିଆନ ପ୍ରଶଂସା କରିଛନ୍ତି । ଯାତ୍ରୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ଓଡିଆ ସଙ୍କେତ ଏବଂ ମାନଚିତ୍ର ସୁବିଧା ଯୋଗାଇଦେବାକୁ ପାଣ୍ଡିଆନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅବଶିଷ୍ଟ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ମଧ୍ୟଭାଗରେ ISBTକୁ ଓଡ଼ିଶାର ଲୋକଙ୍କୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେବାକୁ ସେ ବିଡିଏକୁ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଫେବୃଆରୀ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ଗଡିବ ଲକ୍ଷ୍ମୀ ବସ୍‌: ପାଣ୍ଡିଆନ

ସୂଚନାଯୋଗ୍ୟ, ୧୫.୫ ଏକର ସ୍ଥାନରେ ପରିବ୍ୟାପ୍ତ ବରମୁଣ୍ଡା ବସ୍ ଟର୍ମିନାଲ ପ୍ରକଳ୍ପ ଯାତ୍ରୀଙ୍କୁ ଏକ ବିଶ୍ୱସ୍ତରୀୟ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ । ଯେଉଁ ସୁବିଧା ବିମାନ ବନ୍ଦରରେ ଯାତ୍ରୀଙ୍କୁ ମିଳେ ସେହି ବ୍ୟବସ୍ଥା ବସଷ୍ଟାଣ୍ଡରେ କରାଯାଇଛି । ଅତ୍ୟାଧୁନିକ ସୁବିଧାଗୁଡ଼ିକ ସହିତ ଆହାର ସେଣ୍ଟର, ରେଷ୍ଟୁରାଣ୍ଟ, ବହୁମୁଖୀ କାର ପାର୍କିଂ, ପିକ୍ ଅପ / ଡ୍ରପ୍ ଅଫ ସୁବିଧା ମିଳିବ । ବସଷ୍ଟାଣ୍ଡରେ ପ୍ରି ପେଡ ଅଟୋ ଏବଂ ଟ୍ୟାକ୍ସି ବ୍ୟବସ୍ଥା ରହିବ । ଯାତ୍ରୀଙ୍କ ସୁରକ୍ଷା, ଟର୍ମିନାଲ ଅପରେସନ ପରିଚାଳନା ପାଇଁ ପ୍ରଶାସନିକ ଭବନ, ଅଳିଆ ଆବର୍ଜନା ପରିଚାଳନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ସୁବିଧା, ବିଦ୍ୟୁତ ପାଇଁ ସୋଲାର ପ୍ୟାନେଲ, ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ରେମ୍ପ ଏବଂ ଶିଶୁମାନଙ୍କ ସହିତ ଯାତ୍ରା କରୁଥିବା ମାଆମାନଙ୍କ ପାଇଁ ଶିଶୁ ଖାଇବା କକ୍ଷ ଓ ପୁଲିସ ସୁବିଧା କେନ୍ଦ୍ର ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ବସ ଟର୍ମିନାଲକୁ ଆସୁଥିବା ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ବ୍ୟବସ୍ଥା କରାଯାଇଛି । ବେସମେଣ୍ଟରେ ୧୧୫ଟି କାର ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ବସ୍ ଟର୍ମିନାଲରେ ୫୦ଟି ବସ ବେ’ ରହିବା ସହ ୨୦୦ଟି ବସ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ବସ ବେ’ ରେ କେବଳ ସିଟି ବସ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି । ଯାତ୍ରୀମାନଙ୍କ ଦୁଇଚକିଆ ଯାନ ରଖିବା ପାଇଁ ମଧ୍ୟ ଆବଶ୍ୟକ ସ୍ଥାନ ହୋଇଛି । ପଦଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ସହ ବସ ପ୍ରବେଶ ଓ ପ୍ରସ୍ଥାନ ଗେଟ ଅଲଗା ଅଲଗା କରାଯାଇଛି ।

ପିଲାଙ୍କ ଖେଳିବା ବ୍ୟବସ୍ଥା ସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତିରିକ୍ତ ପାର୍କିଂ ପାଇଁ ସ୍ଥାନ ରହିଛି । ପାଣ୍ଡିଆନଙ୍କ ଆଜିର ଏହି ଗସ୍ତରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ, ବିଡିଏର ବରିଷ୍ଠ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଏଜେନ୍ସି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2024, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.