ETV Bharat / state

5T ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

author img

By ETV Bharat Odisha Team

Published : Feb 11, 2024, 3:51 PM IST

5t Chairman V K Pandian visits Sambalpur: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ l ଗସ୍ତରେ ଯାଇ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି l ଅଧିକ ପଢନ୍ତୁ

5T ଅଧ୍ୟକ୍ଷଙ୍କର ସମ୍ବଲପୁର ଗସ୍ତ
5T ଅଧ୍ୟକ୍ଷଙ୍କର ସମ୍ବଲପୁର ଗସ୍ତ
5T ଅଧ୍ୟକ୍ଷଙ୍କର ସମ୍ବଲପୁର ଗସ୍ତ

ସମ୍ବଲପୁର: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ l ଦିନିକିଆ ଗସ୍ତରେ ଆସି ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି l ସକାଳୁ ସମ୍ବଲପୁର ପହଞ୍ଚି ପ୍ରଥମେ ମହାନଦୀ ହାଫ ମାରାଥନର ଫ୍ଲାଗ ଅଫ କରିଥିଲେ । ପରେ ସେଠାରୁ ସମଲେଶ୍ବରୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଭିଏସଏସ ଷ୍ଟାଡିୟମ ଯାଇ କ୍ରୀଡା ସଂଘର କର୍ମକର୍ତ୍ତା ଓ ସଂଗଠକଙ୍କ ସହ ଆଲୋଚନା କରିଥିଲେ ।

ଆଜି ଆମ ଓଡିଶା ନବୀନ ଓଡିଶା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଆଜି ସକାଳ 6ଟାରେ ପ୍ରଥମେ ସମଲେଶ୍ବରୀଙ୍କ ମନ୍ଦିର ନିକଟରେ ହେଉଥିବା ସମ୍ବଲପୁର ମହାନଦୀ ହାଫ ମାରାଥନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମହାନଦୀର ସୁରକ୍ଷା,ସ୍ବଚ୍ଛତା ନେଇ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହାନଦୀ ମିନି ମାରାଥନକୁ ଆୟୋଜନ କରାଯାଇଥିଲା l ଏଥିରେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀଙ୍କ ସହ ଜିଲ୍ଲା ତଥା ରାଜ୍ୟ ବାହାରର ହଜାର ହଜାର ପ୍ରତିଯୋଗୀ ସାମିଲ ହୋଇଥିଲେ l ପରେ 5T ଅଧ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ l ଦର୍ଶନ ପରେ 5T ଅଧ୍ୟକ୍ଷ ମା’ଙ୍କ ମନ୍ଦିରର ବେଢ଼ା ପରିକ୍ରମା କରିବା ସହ ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ l ଏହାସହ ମନ୍ଦିର କମିଟି ଟ୍ରଷ୍ଟ ବୋର୍ଡର ସଭ୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ l

ଏହା ମଧ୍ୟ ପଢ଼ନ୍ତୁ.... 'ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଫେଲ୍'

ସମ୍ବଲପୁର ଭିଏସଏସ ଷ୍ଟାଡିୟମ ଠାରେ ଷ୍ଟାଡିୟମର ଉନ୍ନତିକରଣ ସମ୍ପର୍କରେ ଜିଲ୍ଲା କ୍ରୀଡା ସଂଘର କର୍ମକର୍ତ୍ତା ଓ ସଂଗଠକଙ୍କ ସହ ଅଧ୍ୟକ୍ଷ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ l ଏହା ସହ 5T ଅଧ୍ୟକ୍ଷ ଭିଏସଏସ ଷ୍ଟାଡିୟମ ଠାରେ ଉପସ୍ଥିତ ରହି କ୍ରିକେଟ ଅଭ୍ୟାସ କରୁଥିବା ଖେଳାଳିଙ୍କ ସହ କିଛି ସମୟ କ୍ରିକେଟ ମଧ୍ୟ ଖେଳି ସେମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଜିଲ୍ଲା କ୍ରୀଡା ସଂଘର ପ୍ରତିନିଧି ମାନେ ଭିଏସଏସ ଷ୍ଟାଡିୟମର ଉନ୍ନତି ଓ ବିକାଶ ପ୍ରସଙ୍ଗରେ 5T ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ l ରାଜ୍ୟ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ମଧ୍ୟ ଉପସ୍ଥିତ ଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.