ETV Bharat / state

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫୪ ପରିକ୍ଷାର୍ଥୀ

author img

By ETV Bharat Odisha Team

Published : Feb 17, 2024, 10:13 PM IST

Odisha Plus Two Board Exams 2024: ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫୪ଜଣ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ

12th Board Exams
12th Board Exams

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଇଥିବା ବେଳେ ଆଜି କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ଗତକାଲି ମାତୃଭାଷା ପରୀକ୍ଷାରେ କପି କରି ୧୧ ଜଣ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଧରାପଡ଼ିଥିବା ବେଳେ ଆଜି ଦ୍ବିତୀୟ ଦିନରେ କପି କରି କଳା ଓ ବାଣିଜ୍ୟ ବିଭାଗର ୫୪ ଜଣ ଛାତ୍ରଛାତ୍ରୀ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୋଟ ଆକାରରେ ୬୫ ଜଣ ଛାତ୍ରଛାତ୍ରୀ ମାତୃଭାଷାରେ କପି କରି ଧରାପଡ଼ିଛନ୍ତି । ତେବେ ଆଜି କଳା ଓ ବାଣିଜ୍ୟରେ ସମ୍ବଲପୁରରେ ୨୨ ଜଣ ଛାତ୍ରଛାତ୍ରୀ କପି କରି ଧରା ପଡ଼ିଥିବା ବେଳେ ବ୍ରହ୍ମପୁର ଓ ବାରିପଦାରେ ୬ ଜଣ ଓ ସେଣ୍ଟ୍ରାଲ ଜୋନରେ ୨୦ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଛନ୍ତି । ଚଳିତ ବର୍ଷ କଳା ବିଭାଗରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ଜଣ ଏବଂ ବାଣିଜ୍ୟରେ ୨୬ ହଜାର ୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି ।

ଆଜି ପରୀକ୍ଷା ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟାରେ ଶେଷ ହୋଇଥିଲା । ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ୧୫ ମିନିଟ୍‌ ପୂର୍ବରୁ ସେମାନେ ହଲକୁ ପ୍ରବେଶ କରିଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ସବୁଠି ଛାତ୍ରୀଛାତ୍ରଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଇଥିଲା ।

ଏହା ବି ପଢନ୍ତୁ- ଯୁକ୍ତ ଦୁଇ ପରୀକ୍ଷା, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୧ ପରିକ୍ଷାର୍ଥୀ

ସୂଚନା ଥାଉ କି କପି ରୋକିବାକୁ ନେଇ ଚଳିତ ବର୍ଷ ସିସିଟିଭି ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ କଡାକଡି ଭାରେ ଯାଞ୍ଚ କରାଯାଉଛି । ଏପଟେ ବିଗତ ବର୍ଷରେ ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ଅନେକ ବିଭ୍ରାଟ ଦେଖାଯାଇଛି । ତେବେ ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନପତ୍ରର ଗୁଜବକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ସେ ପରୀକ୍ଷା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପ୍ରଶ୍ନପତ୍ର ବିଭ୍ରାଟ ନହେବା ପାଇଁ ପରିଷଦ ଲକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଟେଷ୍ଟ ପେପରରୁ କିଛି ପ୍ରଶ୍ନ ପତ୍ର ବାହାର କରି ଭାଇରାଲ ହୋଇଥାଏ । ହେଲେ ଏଭଳି ଖବରକୁ ବିଶ୍ବାସ ନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଅପିଲ କରିଥିଲେ ।

ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି । ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ ଯାଏଁ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.