ETV Bharat / state

ସମ୍ବଲପୁରରେ ପୃଥକ ଦୁର୍ଘଟଣାରେ ଚାଲିଗଲା 5 ଜୀବନ

Road Accident In Sambalpur: ସମ୍ବଲପୁର ଓ ବୁର୍ଲାର ହୋଇଥିବା 2ଟି ପୃଥକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 23, 2024, 7:04 AM IST

ସମ୍ବଲପୁରରେ 2 ପୃଥକ ଦୁର୍ଘଟଣାରେ 5 ମୃତ
ସମ୍ବଲପୁରରେ 2 ପୃଥକ ଦୁର୍ଘଟଣାରେ 5 ମୃତ
ସମ୍ବଲପୁରରେ 2 ପୃଥକ ଦୁର୍ଘଟଣାରେ 5 ମୃତ

ସମ୍ବଲପୁର: ଗୁରୁବାର ସନ୍ଧ୍ୟା ପାଲଟିଲା ଅଶୁଭ । ସମ୍ବଲପୁରରୁ ପୁଣି ସାମ୍ନାକୁ ଆସିଲା ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ସନ୍ଧ୍ୟାରେ ଚାଲିଗଲା 5 ଜୀବନ । ସମ୍ବଲପୁର ଓ ବୁର୍ଲାର ହୋଇଥିବା 2ଟି ପୃଥକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିବାର ଖବର ଆସିଛି । ଗୋଟିଏ ଦୁର୍ଘଟଣା ବୁର୍ଲା ଭିସୁଟ ସମ୍ମୁଖରେ ହୋଇଥିବା ବେଳେ ଅନ୍ୟଟି ସମ୍ବଲପୁର ମହାନଦୀ ଦ୍ଵିତୀୟ ସେତୁରେ ଘଟିଛି l

ଗତକାଲି (ଗୁରୁବାର) ସନ୍ଧ୍ୟା ପ୍ରାୟ ସାଢେ 6ଟା ସମୟରେ ବୁର୍ଲା ଭିସୁଟର ମରିଚି ହଷ୍ଟେଲ ସମ୍ମୁଖରେ ଏକ ସ୍କୁଟି ଓ ବାଇକ ଆରୋହୀଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ଜଣେ ଭିସୁଟ ଛାତ୍ର ଆଶୀର୍ବାଦ ସେଠୀ ହୋଇଥିବା ବେଳେ ଆଉ ଜଣେ ବୁର୍ଲା କଣ୍ଟ୍ରାକ୍ଟର କଲୋନୀର ଅସ୍ମିତ ତ୍ରିପାଠୀ ବୋଲି ପରିଚୟ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଭିସୁଟ ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

ସେହିପରି ଗତକାଲି (ଗୁରୁବାର) ସନ୍ଧ୍ୟା 7 ଟାରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଚାଉଁରପୁର ମହାନଦୀ ଦ୍ଵିତୀୟ ସେତୁ ଉପରେ ପରସ୍ପର ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ଗାଡି ଏତେ ଦ୍ରୁତ ଗତିରେ ଥିଲା ଯେ, ଦୁର୍ଘଟଣାରେ 2ଟି ଯାକ ଗାଡି ଚୁରମାର ହୋଇ ଯାଇଥିଲା । ଏଥିରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ କ୍ଷେତରାଜପୁର ଅଞ୍ଚଳର ଶୌର୍ଯ୍ୟ ଅଗ୍ରୱାଲ ଓ କ୍ରିଷ୍ଣା ଅଗ୍ରୱାଲ ।

ଏହା ମଧ୍ୟ ପଢ଼ନ୍ତୁ....ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ଚାଲିଗଲା 9 ଜୀବନ, 5 ଗୁରୁତର

ସେପଟେ ଏହି ଦୁର୍ଘଟଣାରେ ଆଉ 3 ଆହତ ହୋଇଥିବା ବେଳେ 3 ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ମହମ୍ମଦ ଶାହୀଦ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି । ଅନ୍ୟପଟେ ଜାହୀଦ ଖାଁ ଓ଼ ରୀତିକ ଟୁପାକି ନାମକ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଛନ୍ତି । ତେବେ ଉଭୟ ଦୁର୍ଘଟଣା ସ୍ଥଳରେ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି ଓ଼ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ପଚରାଉଚରା ଜାରି ରଖିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.