ETV Bharat / state

Turtle Seized: ପୁଷ୍ପା ଷ୍ଟାଇଲରେ ଆନ୍ଧ୍ରରୁ ଚାଲିଥିଲା ଚାଲାଣ, ୪୫୦ କଇଁଛ ଉଦ୍ଧାର, ୪ ଗିରଫ - Turtle Smugglers Arrested

author img

By ETV Bharat Odisha Team

Published : Sep 5, 2024, 10:05 AM IST

Updated : Sep 5, 2024, 11:21 AM IST

Turtle Seized By Forest Department : ଆନ୍ଧ୍ର-ଓଡ଼ିଶା ସୀମା ଦେଇ ଚାଲାଣ ହେଉଥିବାବେଳେ ଧରାପଡ଼ିଲା ସତ । ସାର ଗାଡିରୁ ଉଦ୍ଧାର ହେଲା ୪୫୦ରୁ ଉର୍ଦ୍ଧ୍ବ କଇଁଛ । ୪ ଚାଲାଣକାରୀଙ୍କୁ ଅଟକ ରଖିଛି ବନ ବିଭାଗ । କେଉଁଠାରୁ ଏବଂ କୁଆଡ଼େ ଚାଲାଣ ହେଉଥିଲା ? ଆସନ୍ତୁ ଜାଣିବା,

Turtle Seized  By Forest Department
Turtle Seized By Forest Department (ETV Bharat Odisha)

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମା ଦେଇ ଚାଲିଥିଲା କଇଁଛ ଚାଲାଣ । ମାଡି ବସିଲା ବନ ବିଭାଗ । ଦୁଇଟି ପିକଅପ୍ ଭ୍ୟାନରୁ ୪୫୦ରୁ ଉର୍ଦ୍ଧ୍ବ କଇଁଛ ଜବତ ହୋଇଛି । ସୂଚନା ଅନୁସାରେ, ସାର ଆଣିବା ଆଳରେ ଏହି କଇଁଛ ଚାଲାଣ କରାଯାଉଥିଲା । ୪ ଜଣ କଇଁଛ ବେପାରୀ ଗିରଫ କରିଛି ବନବିଭାଗ । ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ମୋଟୁ ଦେଇ ଆସୁଥିବା ୨ଟି ପିକଅପ୍ ଗାଡ଼ିକୁ ଅଟକାଇ ଘଟଣାର ଫର୍ଦ୍ଦାଫାସ କରିଛି ବନ ବିଭାଗ ।

ନୂଆ ଉପାୟରେ କଇଁଛ ଚାଲାଣ:

ଆନ୍ଧ୍ର ସୀମାନ୍ତ ଓଡ଼ିଶାର ମୋଟୁ ସୀମାରେ ମଙ୍ଗଳବାର ରାତି ସମୟରେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ମୋଟୁ ଦେଇ ଆସୁଥିବା ୨ଟି ପିକପ୍ ଗାଡ଼ିକୁ ବନବିଭାଗ ଅଟକାଇଥିଲା । ଯେଉଁଥିରେ ବହୁ ସଂଖ୍ୟକ କଇଁଛ ମାଲକାନଗିରି ଜିଲ୍ଲାକୁ ଆସୁଥିବା ଦେଖିବାକୁ ପାଇଥିଲା ବନବିଭାଗ। ପୁଷ୍ପା ଫିଲ୍ମ ଭଳି ଏକ ନୂଆ ଉପାୟରେ କଇଁଛ ଗୁଡ଼ିକ ଜିଲ୍ଲା ଭିତରକୁ ଅଣାଯାଉଥିଲା । ପିକ ଅପ୍ ଗାଡ଼ିର ଡାଲା ଉପରେ ଏକ ସ୍ୱତନ୍ତ୍ର ଚ୍ୟାମ୍ବର କରି କଇଁଛ ଗୁଡିକ ରଖାଯାଇଥିଲା । ଆଉ ତା' ଉପରେ ସାର୍ ବସ୍ତା ପକାଇ ଚାଲାଣ କରୁଥିଲେ ଚାଲାଣକାରୀ ।

କଇଁଛ ଚାଲାଣକାରୀ ଅଟକ:

ବିଶେଷ ସୂତ୍ରରୁ ଖବର ପାଇବା ପରେ ମୋଟୁ ବନବିଭାଗ ଆନ୍ଧ୍ର ସୀମାନ୍ତ ମୋଟୁଠାରେ ଜଗି ରହିଥିଲା । ରାତି ସମୟରେ ଆସୁଥିବା ୨ଟି ଗାଡ଼ିକୁ ଅଟକାଇବା ସହ ଯାଞ୍ଚ କରିଥିଲେ ବନବିଭାଗ ଅଧିକାରୀ । ଯାଞ୍ଚବେଳେ ଗାଡି ଭିତରେ କଇଁଛ ବୋଝେଇ ରହିଥିବା ସେମାନେ ଦେଖିବାକୁ ପାଇଥିଲେ। ବର୍ତ୍ତମାନ ୨ ଟି ଗାଡିକୁ MV-୭୯ ବନଖଣ୍ଡ କାର୍ଯ୍ୟାଳୟକୁ ଆଣିବା ସହ ୪ ଜଣ କଇଁଛ ଚାଲାଣକାରୀଙ୍କୁ ଅଟକ ରଖି ବନବିଭାଗ ଅଧିକ ପଚରାଉଚରା କରୁଛି । ସମସ୍ତ ଚାଲାଣକାରୀ MV-୭୯ ଥାନା ନାଲାଗୁଣ୍ଠି ପଞ୍ଚାୟତର MV-୭୧ ଗ୍ରାମର ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ବିପିନ ବେପାରୀ, ରାକେଶ ଢ଼ାଲି, ଅଭିଷେକ ରାୟ ଏବଂ ବଣ୍ଟି ଚକ୍ରବର୍ତ୍ତୀ । ୨ଟି ଗାଡ଼ିରୁ ମୋଟ ୪୭୦ଟି କଇଁଛ ବନବିଭାଗ ଉଦ୍ଧାର କରିଛି ।

ଏହା ବି ପଢନ୍ତୁ...ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF - Indian Flap Seal Turtle Seized

ଏହା ବି ପଢନ୍ତୁ...ବେଙ୍ଗାଲୁରୁକୁ କଇଁଛ ଚୋରା ଚାଲାଣ, ମାଡ଼ି ବସିଲା DRI

ଏହା ବି ପଢନ୍ତୁ...ETV Bharat Exclusive: ଭୁବନେଶ୍ବର ଏୟାରପୋର୍ଟରୁ 80 କିଲୋ ସୁନା‌, ଦେଢ କ୍ବିଣ୍ଟାଲ ରୁପା ଜବତ, କେଉଁଠୁ ଆସିଲା ଖୋଳତାଡ ଜାରି ? - Gold seized Bhubaneswar Airport

ବାରମ୍ବାର ହେଉଛି କଇଁଛ ଚାଲାଣ:

ଆନ୍ଧ୍ର-ଓଡ଼ିଶା ସୀମାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ କଇଁଛ ଚାଲାଣକାରୀ ଧରାପଡ଼ିଛନ୍ତି । ସୀମାରେ ବନବିଭାଗ ସଜାଗ ରହିଲେ ଆଗକୁ ଅନେକ ଅସାଧୁ କଇଁଛ ବ୍ୟବସାୟୀଙ୍କୁ ଧରିବାରେ ସକ୍ଷମ ହୋଇପାରିବେ ବୋଲି କହିଛନ୍ତି ସ୍ଥାନୀୟବାସିନ୍ଦା । ସୂଚନା ଥାଉକି, ଏହି ଅଞ୍ଚଳରୁ ପୂର୍ବରୁ ବହୁବାର କଇଁଛ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଶହଶହ କଇଁଛଗୁଡିକୁ ଉଦ୍ଧାର କରି ଚିତ୍ରକୋଣ୍ଡା ଓ ସତିଗୁଡା ଜଳଭଣ୍ଡାରେ ଛାଡିଛି ବନବିଭାଗ ।

ଏହା ବି ପଢନ୍ତୁ...ବିଭୂଦାନନ୍ଦଙ୍କ ଫାର୍ମହାଉସରେ ମିନି ଚିଡିଆଖାନା, ଭିଜିଲାନ୍ସ ଦେଖି ତାଜୁବ - mini ZOO SPOTTED IN ATHAGARH

ଏହା ବି ପଢନ୍ତୁ...ମାଡ଼ି ବସିଲା ଟ୍ରାପ୍ କ୍ୟାମେରା; ଶିମିଳିପାଳରେ ପୁଣି ଧରାପଡିଲେ ୩ ଶିକାରୀ - Poachers Arrested from Similipal

ଇଟିଭି ଭାରତ, ମାଲକାନଗିରି

Last Updated : Sep 5, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.