ETV Bharat / state

ଅଶୁଭ ବୁଧବାର ! ଦୁର୍ଘଟଣାରେ ଲିଭିଲା ୪ ଜୀବନଦୀପ - ROAD ACCIDENT

author img

By ETV Bharat Odisha Team

Published : Jul 10, 2024, 5:53 PM IST

Road Accident: ଆଜି ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାରଣେ ୪ଟି ନିରୀହ ଜୀବନ ଚାଲିଯିବା ପରେ ଅଞ୍ଚଳରେ ଖେଲିଯାଇଛି ଶୋକର ମାହୋଲ । ଅଧିକ ପଢନ୍ତୁ

Road Accident
Road Accident (ETV Bharat Odisha)

ରାଇରଙ୍ଗପୁର/ରାଉରକେଲା: ଅଶୁଭ ବୁଧବାରରେ ଚାଲିଯାଇଛି ୪ ନିରୀହ ଜୀବନ । ରାଇରଙ୍ଗପୁର ଓ କୋଇଡା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଚାଲିଯାଇଛି ଅମୂଲ୍ୟ ଜୀବନ । ଆଜି ସକାଳେ ରାଇରଙ୍ଗପୁରରେ ହାଇୱା ଚାପାରେ ଜଣେ କଲେଜ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନୁର୍ଗତ ଭୁରସା ଗ୍ରାମରେ ଘଟିଯାଇଛି ଅଘଟଣ । ମୃତ୍ୟୁ ବରଣ କରିଥିବା କଲେଜ ଛାତ୍ରୀ ଜଣକ ସୋସୋ ଚଟାଣୀ ସାହିର ନିଳକଣ୍ଠ ବେହେରାଙ୍କ ବଡ଼ଝିଅ ନମିତା ବେହେରା (୧୭) ବୋଲି ଜଣାପଡିଛି । ସେ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ ।

Road Accident (ETV Bharat Odisha)

ସୂଚନା ଅନୁଯାୟୀ ବହଳଦା ଥାନା ଅନ୍ତର୍ଗତ ସୋସୋ ଚଟାଣୀ ସାହିର ବାସିନ୍ଦା ନୀଳକଣ୍ଠ ବେହେରା ଏକ ସ୍କୁଟି ଯୋଗେ ଆଜି ସକାଳ ପାଖାପାଖି ୯.୩୦ ସମୟରେ ଝିଅ ନମିତାକୁ ନେଇ କଲେଜ ଛାଡ଼ିବାକୁ ଯାଉଥିଲେ । ତେବେ କାଦୁଆଣୀ ପଟୁ ଏକ ଚିପ୍ସ ବୋଝେଇ ହାଇୱା ଯାଉଥିବା ସମୟରେ ଭୁରସା ଗ୍ରାମ ନିକଟରେ ସ୍କୁଟି ସହିତ ଧକ୍କା ହୋଇଥିଲା । ଫଳରେ ନମିତା ଚକ ତଳେ ପଡି ଯିବାରୁ ନମିତା ଉପରେ ମାଡି ଯାଇଥିଲା ହାଇୱା । ଘଟଣାସ୍ଥଳରେ ହିଁ ନମିତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ଓ ନମିତାଙ୍କ ବାପା ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କର ହାତ ଓ ଗୋଡ଼ ରେ ଆଘାତ ଲାଗିଛି । କିଛି ସମୟ ପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା ।

ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛି ପୋଲିସ । ସେପଟେ ନମିତାଙ୍କ ମୃତ୍ୟୁର ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଡ଼ ଝିଅ ନମିତାକୁ ହରାଇ ବାପା ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ରଥଯାତ୍ରା ଦେଖି ଫେରିବା ବେଳେ ଓଲଟି ପଡିଲା ଗାଡ଼ି; ୮ ଆହତ, ଜଣେ ଗୁରୁତର - Road Accident

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ ଭୋଜି ଖାଇ ଘରକୁ ଫେରିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ । କୋଇଡା ଥାନା ଅଞ୍ଚଳର ରେଙ୍ଗାଳବେଡା ଛକ ନିକଟରେ ଗୋଟିଏ ପରିବାରର ମୋଟ ୭ ଜଣ ସଦସ୍ୟ ଏକ ସ୍କୋର୍ପିଓ ଗାଡ଼ିରେ କୋଇଡାରୁ ସମ୍ପର୍କୀୟଙ୍କ ଭୋଜି ଖାଇବାକୁ କେନ୍ଦୁଝର ଯାଇଥିଲେ । ଫେରିବା ବେଳେ କୋଇଡା ଥାନାର ରେଙ୍ଗାଲବେଡା ଛକ ନିକଟରେ ଏକ ହାଇୱା ଟ୍ରକ୍ ସ୍କୋର୍ପିଓକୁ ପଛ ପଟୁ ଜୋରଦାର ଭାବରେ ଧକ୍କା ଦେଇ ପିଟି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଜଣେ ଯୁବତୀଙ୍କ ସହ ୨ ଜଣ ନାବାଳକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଜଣେ ମହିଳା ସହ ପୁରୁଷ ଦୁଇ ଜଣ ଗମ୍ଭୀର ରୂପରେ ଗୁରୁତର ଅଛନ୍ତି । ଗୁରୁତର ମାନଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଅଛନ୍ତି ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭୋର ପ୍ରାୟ ୪ଟା ବେଳେ ହୋଇଛି । ଖବର ପାଇ ପୋଲିସ ଏବଂ ଫାୟରବ୍ରିଗେଡ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ଏହି ଘଟଣାରେ କୋଇଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । କୋଇଡା ଅଞ୍ଚଳର ରାଜପଥ କଡ଼ରେ ବେଆଇନ ଭାବେ ଭାରି ଯାନ ପାର୍କିଂ ହେଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ଏବଂ ବର୍ତ୍ତମାନ ଏହି ଘଟଣାରେ ସମ୍ପୂର୍ଣ୍ଣ ଅଞ୍ଚଳ ଶୋକାକୁଳ ଅବସ୍ଥାରେ ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର/ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.