ETV Bharat / state

ଆଉ ୫ ହସ୍ତଶିଳ୍ପକୁ ଅନୁମୋଦନ, ୫୫ରେ ପହଞ୍ଚିଲା ସଂଖ୍ୟା - HANDICRAFTS OF ODISHA

୫୫ଟି ହସ୍ତଶିଳ୍ପକୁ ମିଳିଲା ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନୁମୋଦନ । ପୂର୍ବରୁ ଏହି ସଂଖ୍ୟା ୫୧ ଥିଲା ।

ଆଉ ୫ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ଅନୁମୋଦନ, ୫୫ରେ ପହଞ୍ଚିଲା ସଂଖ୍ୟା
ଆଉ ୫ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ଅନୁମୋଦନ, ୫୫ରେ ପହଞ୍ଚିଲା ସଂଖ୍ୟା (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 9:53 AM IST

Updated : Nov 9, 2024, 1:33 PM IST

ଭୁବନେଶ୍ବର: ଆଉ ୫ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ମାନ୍ୟତା । ପୂର୍ବରୁ ଏହି ସରକାରୀ ଅନୁମୋଦନ ପ୍ରାପ୍ତ ହସ୍ତଶିଳ୍ପର ସଂଖ୍ୟା 50 ଥିବାବେଳେ ଏହି ନୂତନ ଅନୁମୋଦନକୁ ମିଶାଇ ସଂଖ୍ୟା 55କୁ ବୃଦ୍ଧି ପାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ ।

ଆଉ ୫ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ଅନୁମୋଦନ, ୫୫ରେ ପହଞ୍ଚିଲା ସଂଖ୍ୟା
ଆଉ ୫ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ଅନୁମୋଦନ, ୫୫ରେ ପହଞ୍ଚିଲା ସଂଖ୍ୟା (ETV Bharat Odisha)
  • ପୂର୍ବରୁ ଥିଲା 51 ସରକାରୀ ମାନ୍ୟତା ପ୍ରାପ୍ତ ହସ୍ତଶିଳ୍ପ:-

ସୂଚନାଯୋଗ୍ୟ, ପୂର୍ବରୁ ୫୧ଟି ହସ୍ତଶିଳ୍ପକୁ ଅନୁମୋଦନ ମିଳିଥିଲା । ଏବେ ଏହି ତାଲିକାକୁ ସଂଶୋଧନ କରାଯାଇ ନୂତନ ଭାବେ ୫୫ ଗୋଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମାନ୍ୟତପ୍ରାପ୍ତ ହସ୍ତଶିଳ୍ପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

  • କେଉଁ ହସ୍ତଶିଳ୍ପ ସାମଗ୍ରୀକୁ ମିଳିଛି ମାନ୍ୟତା:-

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଅନୁମୋଦିତ ହସ୍ତଶିଳ୍ପ ମଧ୍ୟରେ ରହିଛି ଚାନ୍ଦୁଆ, କାରୁକାର୍ଯ୍ୟପୂର୍ଣ୍ଣ ଚମଡ଼ା କାମ, କାରୁକାର୍ଯ୍ୟପୂର୍ଣ୍ଣ ସପ, କାରୁକାର୍ଯ୍ୟପୂର୍ଣ୍ଣ କାଠ କାମ, ବାଉଁଶ କାମ, ବାଟିକ୍ ଛାପା କାମ, ଗୁଆ କାମ, କଂସା ଓ ପିତ୍ତଳ କାମ, ବେତ କାମ, ମାଟି କଣ୍ଢେଇ, କପଡ଼ା ଫୁଲ, କପଡ଼ା ତାଳିପକା କାମ, କପଡ଼ା କଣ୍ଢେଇ, ନଡ଼ିଆ ସଢ଼େଇ କାମ, କତା ହସ୍ତଶିଳ୍ପ, ଢୋକ୍ରା କାମ, ସୂଚୀ କାମ, କାଇଁଚ କାମ, ଗୋପା କାମ, ଦରି ଓ ସତରଞ୍ଜି କାମ, ହସ୍ତ ନିର୍ମିତ ଅଳଙ୍କାର, ଶିଙ୍ଗ କାମ, ଜୟଖାଡ଼ି କାମ, ଝୋଟ ନିର୍ମିତ ହସ୍ତଶିଳ୍ପ, କିଆ ପତ୍ରରୁ ପ୍ରସ୍ତୁତ ହସ୍ତଶିଳ୍ପ, ଲାଖ କାମ, ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପ (ନାଳିଆ ଘାସ, ସିସଲ ଘାସ, ହେଂସୁଆତି), ଧାନରୁ ତିଆରି ହସ୍ତଶିଳ୍ପ, ଡଙ୍ଗରିଆ କନ୍ଧ ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା, କୋହ୍ଲ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ଲାଞ୍ଜିଆ ସଉରା ଚିତ୍ରକଳା, ଓରାଓଁ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, ସଉରା ଚିତ୍ରକଳା, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ତାଳପତ୍ର ଖୋଦେଇ, କାଗଜ ମୁଖା, ପଟ୍ଟଚିତ୍ର, ଗଛମୂଳରୁ ତିଆରି ହସ୍ତଶିଳ୍ପ, ସବାଇ ଘାସ କାମ, ଶଙ୍ଖ ଶାମୁକା କାମ, ରୂପା ତାରକସି କାମ, ସୋଲ କାମ, ପଥର ଖୋଦେଇ, ଛଣରୁ ତିଆରି ହସ୍ତଶିଳ୍ପ, ଟେରାକୋଟା ଏବଂ ମାଟିପାତ୍ର କାମ, ଯାତ୍ରା ପୋଷାକ, ଆଦିବାସୀ ଅଳଙ୍କାର, ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ ଏବଂ ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ ।

ଏହା ମଧ୍ୟ ପଢନ୍ତୁ :- ମୋଦିଙ୍କ 'ମନ୍ କି ବାତ୍' ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - PM MANN KI BAAT

ଏହା ମଧ୍ୟ ପଢନ୍ତୁ:- ଓଡିଶା ହସ୍ତତନ୍ତର ପ୍ରଚାର ଓ ପ୍ରସାର; ହାଇଦ୍ରାବାଦରେ ଜାତୀୟ ହସ୍ତତନ୍ତ ଦିବସ ସେଲିବ୍ରେସନ କଲା ସ୍ୱାଭିମାନୀ ଓଡ଼ିଆ ପରିବାର - National handloom day

ରାଜ୍ୟ ସରକାର ଏହି ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ବିକାଶ ପାଇଁ ବିଶେଷ ଧ୍ୟାନ ଦେବା ସହ ଏଥିରେ କାର୍ଯ୍ୟରତ କାରିଗରମାନଙ୍କୁ ନିୟମାନୁଯାୟୀ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 9, 2024, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.