ETV Bharat / state

ସ୍ଥାନାନ୍ତର କରି ଭୁଲିଗଲା ପ୍ରଶାସନ: ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ - Lower Suktel displaced problem

author img

By ETV Bharat Odisha Team

Published : Aug 19, 2024, 9:35 AM IST

Updated : Aug 19, 2024, 9:58 AM IST

Lower suktel: ଲୋୟର ସୁକତେଲ ପ୍ରକଳ୍ପ ପାଇଁ ସ୍ଥାନାନ୍ତରଣ କରି ଅସ୍ଥାୟୀ ଥଇଥାନ କ୍ୟାମ୍ପରେ ଛାଡି ଦେଇ ଭୁଲିଗଲା ପ୍ରଶାସନ । ଟିଣ ସିଟ୍ସ ଘରେ ଜୀବନ କାଟୁଛନ୍ତି 32 ପରିବାର । ନା ଅଛି ଜୀବିକା, ନା ଅଛି ରୋଜଗାର । ତଥାପି ମୁହଁ ଖୋଲୁନାହିଁ ପ୍ରଶାସନ । ଅଧିକ ପଢନ୍ତୁ

ଦୁଖଃ ଦେଇଗଲା ଲୋୟର ସୁକତେଲ ପ୍ରକଳ୍ପ, ଦୁର୍ଦ୍ଦିନରେ 32 ବିସ୍ତାପିତ ପରିବାର
ଦୁଖଃ ଦେଇଗଲା ଲୋୟର ସୁକତେଲ ପ୍ରକଳ୍ପ, ଦୁର୍ଦ୍ଦିନରେ 32 ବିସ୍ତାପିତ ପରିବାର (ETV Bharat Odisha)

ବଲାଙ୍ଗୀର: ସ୍ୱପ୍ନର ପ୍ରକଳ୍ପ ‘ଲୋୟର ସୁକତେଲ’ ଉଦଘାଟନକୁ ଦୀର୍ଘ ସାତ ମାସ ବିତିଲାଣି । ମାତ୍ର ନାହିଁନଥିବା ମସସ୍ୟା ମଧ୍ୟରେ ଅସ୍ଥାୟୀ ଥଇଥାନ କେନ୍ଦ୍ରରେ କାଳତିପାତ କରୁଛନ୍ତି ପ୍ରକଳ୍ପ ପାଇଁ ନିଜ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ବଂଛୋର ପାଳି ଗ୍ରାମର 32ଟି ଭୂମିହୀନ ପରିବାର । ଏମାନଙ୍କ କଥା ଯେପରି ପ୍ରଶାସନ ଓ ସରକାର ଭୁଲିଯାଇଛି । ଟିଣ ସିଟ୍ସ ଅସ୍ଥାୟୀ ଥଇଥାନ କ୍ୟାମ୍ପରେ ଅତି ଅସହାୟ ଭାବରେ ଏମାନେ ଦୁର୍ଦ୍ଦିନରେ କାଳତିପାତ କରୁଥିବା ବେଳେ, ପ୍ରଶାସନ ଓ ସରକାରଙ୍କଠାରୁ ମିଳିଛି କେବଳ ମାତ୍ର ପ୍ରତିଶୃତି ।

ସ୍ଥାନାନ୍ତର କରି ଭୁଲିଗଲା ପ୍ରଶାସନ: ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ (ETV Bharat Odisha)
  • ଦୁର୍ଦ୍ଦିନରେ ବଂଛୋର ପାଳିର 32 ପରିବାର:-

ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ‘ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ’ ଚଳିତବର୍ଷ ଜାନୁୟାରୀ 3 ତାରିଖରେ ଉଦ୍ଘାଟିତ ହୋଇଥିଲା । ଏହାକୁ ଇତିମଧ୍ୟରେ ସାତ ମାସ ବିତି ସାରିଲାଣି । ସେପଟେ ଗତ ଶ୍ରାବଣରୁ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଏକ ଗାଁର ଭୂମିହୀନ ପାରିବାର ଏପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି । ସେମାନଙ୍କୁ ଗତବର୍ଷ ଜୁଲାଇ ମାସରେ ପ୍ରକଳ୍ପ ପାଇଁ ରାତାରାତି ସ୍ଥାନାନ୍ତର କରାଯାଇଥିଲା । ଯେଉଁଥିରେ ପ୍ରକଳ୍ପରେ ସମ୍ପୂର୍ଣ ବୁଡିଥିବା ଅଞ୍ଚଳ ମଧ୍ୟରେ ଥିବା ବଂଛୋର ପାଳି ଗ୍ରାମବାସୀ ମଧ୍ୟ ଥିଲେ । ସେମାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଥିବା ବେଳେ ଶୀଘ୍ର ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏହା ମଧ୍ୟରେ ବର୍ଷେ ବିତିଛି । ଥଇଥାନ ଆଶାରେ ଏବେ ବି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବଂଛୋର ପାଳି ଗ୍ରାମର ଏହି 32 ପରିବାର ।

ସ୍ଥାନାନ୍ତର କରି ଭୁଲିଗଲା ପ୍ରଶାସନ: ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ

  • ଟିଣ ସିଟ୍ସ ଅସ୍ଥାୟୀ କ୍ୟାମ୍ପରେ ବିତୁଛି ଜୀବନ

ଟିଣ ସିଟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଥଇଥାନ ଶିବିର କଥା ନକହିବା ଭଲ । ପିଇବା ପାଣିଠାରୁ ନେଇ ସବୁ ସମସ୍ୟାରେ ଜର୍ଜରିତ ହେଉଛନ୍ତି ବିସ୍ଥାପିତ । ପ୍ରଶାସନିକ ଅଧିକାରୀ, ନେତା ଓ ମନ୍ତ୍ରୀ ସମସ୍ତେ ଆସି ଥଇଥାନର କଥା କହୁଥିଲେ ସୁଦ୍ଦା ତାହା ଏମାନଙ୍କ ପାଇଁ ଯେପରି ପାଣିର ଗାର ପାଳିଟିଛି ।ବଂଛୋର ପାଳିର ଜଣେ ବ୍ୟକ୍ତି ମଧୁ ପଟଣିଆ କହିଛନ୍ତି ଯେ,‘‘ଦିନ ଥିଲା ଆମେ ଆମ ଗାଆଁରେ ସ ପରିବାର ହସ ଖୁସିରେ ରହୁଥିଲୁ । ବାଡ଼ି, ବଗିଚା ଓ କ୍ଷେତରେ ଚାଷ କରି ନିଜ ଘରେ ରହି ଆସୁଥିଲୁ । ହେଲେ ପ୍ରକଳ୍ପ ପାଇଁ ଆମକୁ ରାତାରାତି ସେଠାରୁ ତଡି ଦିଆଯାଇଥିଲା । ସେଠୁ ଆଣି ଏଠି ଟିଣ ଘରେ ରଖା ଯାଇଥିଲା। ଆମକୁ ଘର ଜମି ସହ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଥିଲା । ଯାହା ପାଇଁ ଆମେ ଛାତିରେ ପଥର ରଖି ଗାଁ ମାଟି ଘରଦ୍ୱାର ଛାଡିଥିଲୁ । ହେଲେ ଶ୍ରାବଣ ଯାଇ ପୁଣି ଶ୍ରାବଣ ଆସି ବର୍ଷେ ବିତିଥିଲେ ସୁଦ୍ଧା ଆମକୁ କିଛି ମିଳିଲା ନାହିଁ । ଆମେ ଏଠି ଅତି ଅସହାୟ ଅବସ୍ଥାରେ ମାଛି ମଶା ଓ ଗରମରେ ରହୁଥିବା ବେଳେ କେହି ଆମ ଦୁଃଖ ଦେଖିବାକୁ ମଧ୍ୟ ଆସୁ ନାହାନ୍ତି । "

ସମାନ ଭାବରେ ଏହି ଗ୍ରାମର ଆଉ ଜଣେ ବାସିନ୍ଦା ସୁଭାଷ ଚିନ୍ଦା କହିଛନ୍ତି ଯେ ‘‘ଗତ ଶ୍ରାବଣରେ ଆମକୁ ସେଠାରୁ ବିସ୍ଥାପିତ କରା ଯାଇଥିଲା । ସେଠି ଆମର ଘର, ଦ୍ୱାର, କ୍ଷେତ ଓ ବାଡି ସବୁ ଥିଲା । ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଦୁଇ ପଇସା ରୋଜଗାର ହେଉଥିଲା । ହେଲେ ସେଠୁ ରାତାରାତି ଆଣି ଏଠି ଟିଣ ଡବା ଘରେ ରଖି ଆମକୁ ସମସ୍ତେ ଭୁଲି ଯାଇଛନ୍ତି । ଏଠି ପିଇବା କିମ୍ବା ଗାଧୋଇବା ପାଇଁ ପାଣି ନାହିଁ । ଅନ୍ୟ ଗାଁକୁ ଗଲେ ଯାଇ ସେଠି ପାଣି ମିଳୁଛି ।’’

ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ
ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ (ETV Bharat Odisha)
  • କ୍ଷେତ ବାଡି ସହ ଜୀବିକା ମଧ୍ୟ ହରାଇଲେ 29 ଖଣ୍ ଗ୍ରାମବାସୀ :-

ତେବେ ଏହି ବଂଛୋର ପାଳି ହେଉ ବା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଅନ୍ୟ 29 ଖଣ୍ଡ ଗାଁ ସବୁ ହେଉ, ସମସ୍ତେ ସେଠି ପିଢ଼ି ପିଢ଼ି ଧରି ରହି ଆସୁଥିଲେ । କ୍ଷେତ ଓ ଘର ସବୁ ଥିଲା । ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ସେହିପରି ଭୂମିହୀନ ଓ ଗରିବ ଲୋକ ମଧ୍ୟ ସେଠାରେ କାମ ପାଉଥିଲେ । ଏହାସହ ସେମାନେ ମହୁଲ, ଚାର, କେନ୍ଦୁ ଭଳି ଫଳ ସଂଗ୍ରହ ସହିତ ଝାଡୁ, ବାଉଁଶ ପରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଥିଲେ । ତେବେ ଏମାନେ ସେଠୁ ବିସ୍ଥାପିତ ହୋଇ ଏବେ କିଛି ସହରରେ, ତ ଆଉ କିଛି ଅସ୍ଥାୟୀ ଶିବିରରେ ଅଛନ୍ତି ।

  • ତରବରିଆ ଉଦଘାଟନ କରାଯାଇଥିଲା କହିଲେ ନରସିଂହ:-

ତେବେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି," ବହୁତ ଲୋକ ଥଇଥାନ ହୋଇ ପାରିନାହାନ୍ତି । ସେମାନେ ମଣିଷ ରହିବା ପରି ସ୍ଥିତିରେ ରହୁନାହାନ୍ତି । ତାଙ୍କୁ କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଇ ନାହିଁ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରବରିଆ ଭାବରେ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରିଦେଲେ । ରାତାରାତି ସମସ୍ତଙ୍କୁ ବିସ୍ଥାପିତ କରାଗଲା । ଏପଟେ ଏହି ପ୍ରକଳ୍ପ 2026 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବ ନାହିଁ । ତେଣୁ ଏହାରି ମଧ୍ୟରେ ସେମାନଙ୍କ ଥଇଥାନ କରିବା ଜରୁରୀ ।’’

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସର ଗୁମର ଖୋଲିଲେ ତାରା, କହୁ କହୁ କହିଦେଲେ ଏମିତି... - TARA ON ODISHA CONGRESS

ସେପଟେ ସରକାର ଏହି ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ଉଚିତ ଥଇଥାନ କରିବେ ବୋଲି କହିଥିଲେ ସୁଦ୍ଧା ତାହା ବାସ୍ତବତାରେ ପରିଣତ ହୋଇପାରିନି । ଶତାଧିକ ପରିବାର ଏବେ ଦୁର୍ଦ୍ଦିନରେ । ତଥାପି ଏହି ପ୍ରସଙ୍ଗରେ ଲୋୟର ସୁକତେଲ ପ୍ରକଳ୍ପ ବିଭାଗ, ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ମୁହଁ ଖୋଲୁ ନାହାନ୍ତି ।
ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 19, 2024, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.