ETV Bharat / state

UPSCରେ ଚମକିଲେ ସୁନ୍ଦରଗଡର ୩ କୃତୀ ପରୀକ୍ଷାର୍ଥୀ - Sundargarh Youths Passed UPSC - SUNDARGARH YOUTHS PASSED UPSC

Sundargarh Youths Passed UPSC: ଗତକାଲି ପ୍ରକାଶ ପାଇଥିବା UPSC ସିଭିଲ ସର୍ଭିସର ପରୀକ୍ଷାରେ ଜିଲ୍ଲାର 3 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ରାଉରକେଲାର ପଦ୍ମନାଭ ମିଶ୍ର ସର୍ବଭାରତୀୟ ସ୍ତରରେ ୧୭୬ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩୮୭ ରାଙ୍କ ପାଇଛନ୍ତି । ସେହିପରି ରାଜଗାଙ୍ଗପୁରର ଅଙ୍କିତ ଅଗ୍ରୱାଲ ୨୯୭ତମ ସ୍ଥାନରେ ଅଛନ୍ତି । ଅଧିକ ପଢନ୍ତୁ

UPSCରେ ଚମକିଲେ ସୁନ୍ଦରଗଡର ୩ କୃତୀ ପରୀକ୍ଷାର୍ଥୀ

author img

By ETV Bharat Odisha Team

Published : Apr 17, 2024, 3:49 PM IST

UPSCରେ ଚମକିଲେ ସୁନ୍ଦରଗଡର ୩ କୃତୀ ପରୀକ୍ଷାର୍ଥୀ

ରାଉରକେଲା: ଗତକାଲି ପ୍ରକାଶ ପାଇଛି UPSC ସିଭିଲ ସର୍ଭିସର ପରୀକ୍ଷା ଫଳ । ଏହି ପରୀକ୍ଷାରେ ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ୨୦୨୩ ୟୁପିଏସ୍‌ସି ପରୀକ୍ଷାରେ ସୁନ୍ଦରଗଡ ଜିଲ୍ଲାର ପରୀକ୍ଷାର୍ଥୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ରାଉରକେଲାର ପଦ୍ମନାଭ ମିଶ୍ର ସର୍ବଭାରତୀୟ ସ୍ତରରେ ୧୭୬ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩୮୭ ରାଙ୍କ ପାଇଛନ୍ତି । ସେହିପରି ରାଜଗାଙ୍ଗପୁରର ଅଙ୍କିତ ଅଗ୍ରୱାଲ ୨୯୭ତମ ସ୍ଥାନରେ ଅଛନ୍ତି ।

ୟୁପିଏସ୍‌ସିର ୨୦୨୩ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ରାଉରକେଲା ଛେଣ୍ଡ୍ କଲୋନି ନିବାସୀ ତଥା ଏନ୍‌ଆଇଟିର ପୁରାତନ ଛାତ୍ର ପଦ୍ମନାଭ ମିଶ୍ର ସର୍ବଭାରତୀୟସ୍ତରରେ ୧୭୬ତମ ସ୍ଥାନରେ ରହିଛନ୍ତି ପଦ୍ମନାଭ ପିଲାଟି ଦିନରୁ ବେଶ୍ ମେଧାବୀ ଥିଲେ । ସ୍ଥାନୀୟ ସ୍କୁଲରେ ଯୁକ୍ତ ଦୁଇ ଯାଏଁ ଶିକ୍ଷାଲାଭ କଲା ପରେ ୨୦୧୮ରେ ଏନ୍‌ଆଇଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂରେ ବି.ଟେକ୍ ଓ ଆଇଆଇଏମ୍(ଇନ୍ଦୋର)ରେ ଏମ୍‌ବିଏ ଶିକ୍ଷାଲାଭ କରିଥିଲେ । ସେ ୨୦୨୦-୨୨ ଯାଏଁ ଆମେକ୍ସରେ ଉଚ୍ଚ ପଦବୀରେ ଅବସ୍ଥାପିତ ଥିଲେ । ତେବେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ଥିବାରୁ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ରାଙ୍କରେ ଉନ୍ନତି କରିବାକୁ ପଦ୍ମନାଭ ଆଉଥରେ ୟୁପିଏସ୍‌ସି ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .... UPSC ରେଜଲ୍ଟରେ ଚମକିଲେ ଓଡ଼ିଆ ପୁଅ: ଅନିମେଶ ପ୍ରଧାନ ସେକେଣ୍ଡ ଟପ୍ପର - UPSC RESULT

୨୦୨୩ ୟୁପିଏସ୍‌ସିରେ ରାଉରକେଲାର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ସର୍ବଭାରତୀୟ ସ୍ତରରେ ୩୮୭ ରାଙ୍କ୍ ମିଳିଛି । ତୃତୀୟ ପ୍ରୟାସରେ ପ୍ରିୟଙ୍କାଙ୍କୁ ଏହି ସଫଳତା ମିଳିଛି । ଗତବର୍ଷ ଦ୍ବିତୀୟ ପ୍ରୟାସରେ ସେ ୧୦ ମାର୍କ ପାଇଁ ପଛରେ ରହିଯାଇଥିଲେ। ତେବେ ତାଙ୍କୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ (ସାଇ) ସହକାରୀ ନିର୍ଦେଶକ ଭାବରେ ଚାକିରି ମିଳିଥିଲା । ସେ ୨୦୨୨ ସେପ୍ଟେମ୍ବର ମାସରେ ଚାକିରିରେ ଯୋଗଦେଇଥିଲେ । ସ୍ଥାନୀୟ କାର୍ମେଲ ଇଂରାଜୀ ମାଧ୍ୟମ ସ୍କୁଲରୁ ମାଟ୍ରିକ, ଦିଲ୍ଲୀ ପବ୍ଲିକ ସ୍କୁଲରୁ ଯୁକ୍ତ ଦୁଇ ଓ ହିଦାୟତୁଲ୍ଲା ନ୍ୟାସନାଲ ଲ' ୟୁନିଭର୍ସିଟି(ରାୟପୁର)ରୁ ଆଇନରେ ସ୍ନାତକ ଶିକ୍ଷାଗ୍ରହଣ କରିଥିଲେ । ନିଷ୍ଠାପର ଭାବେ ଦେଶସେବାରେ ନିଜକୁ ନିୟୋଜିତ କରିବାକୁ ପ୍ରିୟଙ୍କା ଲକ୍ଷ୍ୟ ରଖିଛନ୍ତି । ଏହାସହ ୟୁପିଏସ୍‌ସି ପରୀକ୍ଷାରେ ରାଜଗାଙ୍ଗପୁର ସହରର ଅଙ୍କିତ ଅଗ୍ରୱାଲ ୨୯୭ ରାଙ୍କ ରଖିଛନ୍ତି । ତାଙ୍କ ଏହି ସଫଳତା ଖବର ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକଙ୍କ ସମେତ ସ‌ହରରେ ଖୁସିର ଲହରି ଖେଳି ଯାଇଛି ।

୨୮ ବର୍ଷୀୟ ଅଙ୍କିତ ୪ର୍ଥ ପ୍ରୟାସରେ ୨୯୭ ରାଙ୍କ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ତାଙ୍କ ପିତାମାତା, ଶିକ୍ଷକଙ୍କ ସମେତ ସମସ୍ତ ପରିବାର ଲୋକଙ୍କୁ ଦେଇଥିଲେ | ଅଙ୍କିତ ନିଜର ପ୍ରାଥମିକ ଶିକ୍ଷା ରାଜଗାଙ୍ଗପୁର ଡାଲମିଆ କଲେଜରୁ ଏବଂ ବାଙ୍ଗାଲୋର ଆରବି ଇଂଜିନିୟରିଂ କଲେଲରୁ ମେକାନିକାଲ୍ ଇଞ୍ଜିନିୟରିଂ ପାସ କରିଥିଲେ । ଏହା ପରେ ପୁନେ ଓ ବେଙ୍ଗଲୁରୁରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ । ଏହାପରେ ସେ କାମ ଛାଡ଼ି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ୫ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ତାଙ୍କୁ ଏହି ସଫଳତା ମିଳିଲା ବୋଲି ଅଙ୍କିତ। ପ୍ରକାଶ କହିଛନ୍ତି । ତେବେ ଏହି ତିନି କୃତୀ ପରୀକ୍ଷାର୍ଥୀ ସୁନ୍ଦରଗଡ ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.