ETV Bharat / state

ତାରିଖ ପରେ ତାରିଖ ଗଡ଼ିବ ନାହିଁ କେସ୍, ନୂଆ ଆଇନରେ ଲୋକଙ୍କ ମିଳିବ ତୁରନ୍ତ ନ୍ୟାୟ - New Criminal Law

author img

By ETV Bharat Odisha Team

Published : Jul 3, 2024, 2:27 PM IST

DGP press meet over New Criminal Law: ପୂର୍ବରୁ ବ୍ରିଟିଶ ସମୟରୁ ପ୍ରଚଳିତ ଆଇନ ଇତିହାସ ପାଲଟିଛି । ନୂତନ ଆଇନରେ ଦଣ୍ଡ ବଦଳରେ ନ୍ୟାୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ନୂଆ ଆଇନ ଲାଗୁ ପରେ କେବଳ ସାଧରଣ ଜନତା ନୁହେଁ ପୋଲିସ ମଧ୍ୟ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

DGP press meet over New Criminal Law
DGP press meet over New Criminal Law (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଛି ନୂଆ ଅପରାଧିକ ଆଇନ। ପୂର୍ବରୁ ବ୍ରିଟିଶ ସମୟରୁ ପ୍ରଚଳିତ ଆଇନ ଇତିହାସ ପାଲଟିଛି । ନୂତନ ଆଇନରେ ଦଣ୍ଡ ବଦଳରେ ନ୍ୟାୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ନୂଆ ଆଇନ ଲାଗୁ ପରେ କେବଳ ସାଧରଣ ଜନତା ନୁହେଁ ପୋଲିସ ମଧ୍ୟ ସମୀକ୍ଷା କରିଛନ୍ତି । ଏହି ନୂଆ ଆଇନ ସମ୍ବନ୍ଧରେ 17ଟି ଏସଓପି ଜାରି କରାଯାଇଥିବା ଡିଜିପି କହିଛନ୍ତି ।

ଡ଼ିଜିପି ଅରୁଣ ଷଡଙ୍ଗୀ କହିଛନ୍ତି, "ନୂଆ ଆଇନରେ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇଛି ଏଥିପାଇଁ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି । ଏନେଇ ୧୪୦ଟି ଟ୍ରେନିଂ କରଯାଇଛି ୬ହଜାର ୭୦୦ଜଣ ଇନଭେଷ୍ଟିଗେସନ ଅଫିସରଙ୍କୁ ତାଲିମ ଦିଆସରିଛି । ଏଥିସହ ନ୍ୟାସନାଲ ଲ ୟୁନିଭରସିଟି ସହ ଯୋଗାଯୋଗ ରହି ତାଲିମ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି । ୧୦୦ଟି ମାଷ୍ଟର ଟ୍ରେନର ତିଆରି କରାଯାଇଛି । ଯେଉଁମାନେ ବିଭିନ୍ନ ଜିଲ୍ଲାରେ ଟ୍ରେନିଂ ଦେଉଛନ୍ତି । ସମସ୍ତ ତଦନ୍ତକାରୀ ଅଧିକାରୀ ଟ୍ରେନିଂ ପାଇ ସାରିଛନ୍ତି । ଯଦି କାହାର ସମସ୍ୟା ରୁହେ ହେଲ୍ପ ଡେସ୍କ ତିଆରି କରିଛୁ । କ୍ରାଇମ ଆଣ୍ଡ୍ କ୍ରିମିନାଲ ଟ୍ରାକିଂ ନେଟଓ୍ବାର୍କ ସିଷ୍ଟମ (CCTNS) କୁ ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ମଧ୍ୟ ମନିଟର କରୁଛି । ଏଥିସହ ଏଥିରେ ଏକ ପ୍ରମୁଖ ଭୂମିକା ଫରେନ୍ସିକର ଥିବାରୁ ସେ ଦିଗରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।"

ଏହାମଧ୍ୟ ପଢନ୍ତୁ.. ବ୍ରିଟିଶ ଆଇନର ଅବସାନ; ନୂତନ ଆଇନ 'ଦଣ୍ଡ' ନୁହେଁ 'ନ୍ୟାୟ' ଆଧାରିତ - Legal Changes Implemented

ଏ ଥାନାରୁ ସେ ଥାନା ବୁଲିବେ ନାହିଁ: ନୂଆ ଆଇନ ଅନୁଯାୟୀ ଏବେ ଯେକୌଣସି ଥାନାରେ ଅଭିଯୋଗ ଦାୟର କରିପାରିବେ । ସମସ୍ତ ପୋଲିସ ଷ୍ଟେସନ କେସ ରେଜିଷ୍ଟର କରି ଅନ୍ୟତ୍ର ଅର୍ଥାତ୍ ଯେଉଁଠି ଅପରାଧ ଘଟିଥିବା ସେଠାକୁ ସ୍ଥାନାନ୍ତର କରାଯିବାର ପ୍ରାବଧାନ ରହିଛି । ଫଳରେ ସାଧାରଣ ଲୋକଟିଏ ଗୋଟିଏ ସ୍ଥାନରେ ଠକେଇର ଶିକାର‌ ହେଲେ ଯେଉଁଠି ସେ ଚାହୁଁଛି ରିପୋର୍ଟ ଦେବାକୁ ସେଠାରେ ଜଣାଇପାରିବେ । ଏଥିସହ E-FIR ମଧ୍ୟ ଲାଗୁ ହୋଇଛି । ଅନଲାଇନରେ ମଧ୍ୟ ଅଭିଯୋଗ ଦେଇପାରିବେ । FIR ରେଜିଷ୍ଟର ପାଇଁ ଆପଣଙ୍କୁ ତିନିଦିନ ମଧ୍ୟରେ ଆସି ଦସ୍ତଖତ କରି ଏଫଆଇଆର ନେଇପାରିବେ ।

21ଟି ନୂଆ ଧର୍ତ୍ତବ୍ୟ ଅପରାଧ ପାଇଁ ଆଇନ: ସଂଗଠିତ ଅପରାଧ (organized crime)କୁ ଗୁରୁତର‌ଭାବେ ନିଆଯାଇଛି । ଅର୍ଥାତ୍ ଗ୍ୟାଙ୍ଗଷ୍ଟାର ,ଡକାୟତି ବା ରାହାଜାନି ଭଳି ସଂଗଠିତ ଭାବେ ଅପରାଧ କରି ଲୋକଙ୍କୁ କ୍ଷତି ପହଞ୍ଚାଇବା ଭଳି ମାମଲାରେ ଅଧିକ ଦଣ୍ଡ ବ୍ୟବସ୍ଥା ସହ ନୂତନ ଭାବେ ଆଇନ ହୋଇଛି । ସେହିପରି ଛିନତାଇ (snaching) ,ଭିଡ଼ ହିଂସା (mob lynching) ବା ଘୃଣା ସୃଷ୍ଟିକାରୀ ମନ୍ତବ୍ୟ (hate speech) ଭଳି ଅପରାଧକୁ ଗୁରୁତର ଭାବେ ନିଆଯାଇଛି ।ରାଷ୍ଟ୍ର ବିରୋଧି ମନ୍ତବ୍ୟ ମଧ୍ୟ ଦେଲେ ନୂଆ ଆଇନରେ ଅଧିକ କଠୋର ଦଣ୍ଡ‌ ବ୍ୟବସ୍ଥା ରହିଛି ।

ଦୁର୍ନୀତି ଘଟଣାର ତଦନ୍ତ ମଧ୍ୟ‌‌ ପୋଲିସକୁ ମିଳିଛି । ଯାହା ଆଗରୁ କେବଳ ଭିଜିଲାନ୍ସ ପକ୍ଷରୁ କରାଯାଉଥିଲା ।ଲୁଟ, ଆତଙ୍କବାଦ ବା ଦେଶଦ୍ରୋହମାମଲାକୁ ମଧ୍ୟ ଗୁରୁତର ଭାବେ ନିଆ ଯାଇଛି । ସେହିପରି ଦୁର୍ଘଟଣା ଘଟାଇ ସେଠାରୁ ଖସି ପଳାଇଲେ ଦଣ୍ଡ ଦୁଇ ଗୁଣା ହେବାର ନିୟମ ରହିଛି । ଅନ୍ୟପଟେ ଯଦି ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ସେଠାରେ ଦୁର୍ଘଟଣାଗ୍ରସ୍ତ ଲୋକକୁ ସାହାଯ୍ୟ କରିବେ ତେବେ ଦଣ୍ଡ କମ ରହିଛି । ନାବାଳିକା ଫେରାର ଘଟଣାକୁ ନିଖୋଜ ମାମଲା ନୁହେଁ ବରଂ ଅପହରଣ ମାମଲାରେ ତଦନ୍ତ ହେବ । ମାନବ ଚାଲାଣ ଭଳି ମାମଲାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ଅପରାଧ ଆଇନକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଇ- ସାକ୍ଷ୍ୟ ଆପ୍: ଯେହେତୁ ଏହି ଆଇନରେ ଜବତ ଓ ସର୍ଚ୍ଚ ଅପରେସନ ବେଳେ ଡିଜିଟାଲ ଏଭିଡେନ୍ସକୁ ଗୁରୁତ୍ବ ଦିଆଯାଇଛି । ଏନେଇ ଏକ ଇ-ସାକ୍ଷ୍ୟ ଆପ୍ ତିଆରି ହୋଇଛି ।ଯାହା ଜରିଆରେ ଅଫିସର କେଉଁଠି କେଉଁ କେସରେ ସର୍ଚ୍ଚ ବା ତଦନ୍ତ କରୁଛନ୍ତି ଏହି ଆପ ଜରିଆରେ ଫଟୋ ବା ଭିଡିଓ ଉତ୍ତୋଳନ କରି ତଦନ୍ତରେ ସହଯୋଗ କରିପାରିବେ । ସମସ୍ତ ତଦନ୍ତକାରୀ ଅଧିକାରିଙ୍କୁ ଏହି ଡିଜିଟାଲ ପ୍ରମାଣ ସଂଗ୍ରହ ଆଦି ଦିଗରେ ସହଜ ହେବ । ଫରେନସିକ ରିପୋର୍ଟକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଆଗରୁ 511ଟି ସେକ୍ସନ ରହିଥିବା ବେଳେ ନୂତନ ଆଇନରେ କିନ୍ତୁ 348ଟି ଧାରା ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.