ETV Bharat / state

ଆଡ଼ପ ପହଣ୍ଡିରେ ବଡ଼ଠାକୁର ଖସିପଡିବା ଘଟଣା; ମାସେ ପରେ ୩ ଜଣିଆ କମିଟିର ତଦନ୍ତ ଆରମ୍ଭ - Lord Balabhadra Pahandi mishap

author img

By ETV Bharat Odisha Team

Published : Aug 13, 2024, 6:07 PM IST

Lord Balabhadra Pahandi Mishap Probe: ଆଡ଼ପ ପହଣ୍ଡିରେ ବଡ଼ଠାକୁର ଶ୍ରୀବଳଭଦ୍ର ଖସିପଡିବା ଘଟଣାର ତଦନ୍ତ ଆରମ୍ଭ । ୩ ଜଣିଆ କମିଟି ତଦନ୍ତ କରୁଛି । ବଳଭଦ୍ରଙ୍କ ବଡଗ୍ରାହୀଙ୍କୁ ଡାକି ପଚାରଉଚରା କରିଛି କମିଟି । ଅଧିକ ପଢନ୍ତୁ

ଆଡ଼ପ ପହଣ୍ଡିରେ ବଡ଼ଠାକୁର ଖସିପଡିବା ଘଟଣା
ଆଡ଼ପ ପହଣ୍ଡିରେ ବଡ଼ଠାକୁର ଖସିପଡିବା ଘଟଣା (ETV Bharat Odisha)

ପୁରୀ: ଆଡପ ମଣ୍ଡପ ପହଣ୍ଡି ବିଜେ ବେଳେ ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ର ଚାରମାଳ ଉପରେ ହାମୁଡେଇ ପଡିଯିବା ଘଟଣା ସାରା ବିଶ୍ବବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ପହଣ୍ଡିରେ ଏଭଳି ଚରମ ବିଶୃଙ୍ଖଳାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଏଭଳି ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଥିଲା । ଦୀର୍ଘ ମାସ ପରେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଗଠନ ହୋଇଥିବା ୩ ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବଳଭଦ୍ରଙ୍କ ବଡଗ୍ରାହୀଙ୍କୁ ଡାକି ପଚରାଉଚରା ହୋଇଛି ।

ତାଙ୍କ ସହିତ ପହଣ୍ଡି ବିଜେ ନୀତିରେ ସମ୍ପୃକ୍ତ ଥିବା ସେବାୟତ ନିଯୋଗର କର୍ମକର୍ତ୍ତାଙ୍କୁ ଡକାଯାଇ ଘଟଣାର ତଦନ୍ତ କରାଯାଇଛି । ତେବେ ୧୫ ଦିନ ଭିତରେ ଏହି ତଦନ୍ତ ପ୍ରକ୍ରିୟା ଶେଷ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟିକୁ ରିପୋର୍ଟ ଦିଆଯିବା ପରେ ପରିଚାଳନା କମିଟି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଛନ୍ତି ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

୧୫ ଦିନ ଭିତରେ ରିପୋର୍ଟ:-

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିର ନିତି ପ୍ରଶାସକ କହିଛନ୍ତି, ''ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିର୍ଦ୍ଦେଶ ମୁତାବକ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସିଟି ଡିଏସପିଙ୍କୁ ନେଇ ଗଠିତ ତିନି ଜଣିଆ କମିଟି ଏହି ଘଟଣାର ତଦନ୍ତ କରୁଛି । ଗତ ଅଗଷ୍ଟ ୧ ତାରିଖରେ ଏନେଇ ତଦନ୍ତ କମିଟି ଗଠନ ହୋଇଥଲା । ୧୫ ଦିନରେ ଭିତରେ ଏନେଇ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦେବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ୧୫ ତାରିଖ ସୁଦ୍ଧା ଏହି ରିପୋର୍ଟ ଦିଆଯିବ ।''

'ଭବିଷ୍ୟତରେ ଘଟଣାର ପୁନରାବୃତ୍ତି ନହେଉ'

ସେପଟେ ଏଭଳି ତଦନ୍ତ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିଶ୍ଵାବସୁ ବିନାୟକ ଦାସମହାପାତ୍ର । ସେ କହିଛନ୍ତି, ''ତିନି ଜଣିଆ କମିଟି ଆଗରେ ପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହି ଅନାଥ ଦାସ ମହାପାତ୍ର ହାଜର ହୋଇଥିଲେ । ଘଟଣା ନେଇ ସମସ୍ତ ତଥ୍ୟ ସେ ଦେଇଥିଲେ । ତେବେ ଚାରମାଳ ଉପରେ ଠାକୁରଙ୍କୁ ଚଢ଼ାଇବା ଓ ଓହ୍ଲାଇବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ । ଠାକୁର ଚାରମାଳ ଉପରେ ଖସିଥାଆନ୍ତି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏଣୁ ଆଗାମୀ ଦିନରେ ଏହା କିଭଳି ପୁନରାବୃତ୍ତି ନ ହେବା ସମସ୍ତେ ସଚେତନ ହେବା ଉଚିତ୍ । ଏହାର ତଦନ୍ତ ହେଉ ଯଦ୍ବାରା ସମସ୍ତେ ସଚେତନ ହେବେ ଓ ଆଗାମୀ ଦିନରେ ଏପରି ଘଟଣା ଘଟିବ ନାହିଁ ।''

ଏହା ମଧ୍ୟ ପଢନ୍ତୁ: ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped

ତେବେ କେହି ସେବାୟତ ଜାଣିଶୁଣି ଠାକୁରଙ୍କୁ ଖସେଇ ନାହାନ୍ତି । ଏଣୁ ଆଗାମୀ ଦିନରେ କିଭଳି ଏହି ଘଟଣା ଆଉ ହେବ ନାହିଁ ସେନେଇ ସବୁ ସେବାୟତ ସଚେତନ ହେବା ଉଚିତ୍ । ଠାକୁରଙ୍କ ପହଣ୍ଡିରେ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା, ପୁଷ୍ପାଳକ ସେବାୟତମାନେ ଉପସ୍ଥିତ ରହି ପହଣ୍ଡି କାର୍ଯ୍ୟ କରନ୍ତି। ସେହି ରଥ ଉପରେ ଶହ ଶହ ସଂଖ୍ୟାରେ ସେବାୟତ ଉପସ୍ଥିତ ଥିଲେ । ପ୍ରଶାସନ ତାଙ୍କୁ ଅନୁମତି ଦେଇଥିଲା । ଏଣୁ ଆମେ କାହାକୁ କିଛି କହିପାରିବୁନି । ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉଚିତ୍ ବୋଲି ବରିଷ୍ଠ ଦଇତା ପତି କହିଛନ୍ତି ।

କେମିତି ଖସି ପଡିଥିଲେ ବଡ଼ଠାକୁର:-

ଗତ ଜୁଲାଇ ୯ ତାରିଖରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ତେବେ ରଥ ଉପରୁ ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ଆଡପ ମଣ୍ଡପ ବିଜେ ପହଣ୍ଡି କରାଯାଉଥିବା ସମୟରେ ଚାରମାଳ ଉପରେ ହଠାତ୍ ହାମୁଡେଇ ପଡ଼ିଯାଇଥିଲେ । ଏହି ଘଟଣାରେ ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ । ଏହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା'କୁ ଏବେ ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.