ETV Bharat / state

ଚାକିରି ଦେବା ନାମରେ ଠକେଇ, କୋର୍ଟ କର୍ମଚାରୀଙ୍କ ସମେତ ୩ ଗିରଫ - Kendujhar Fraud - KENDUJHAR FRAUD

Kendujhar Fraud: କେନ୍ଦୁଝରରେ ଟେଣ୍ଡର ଫିକ୍ସିଂ ଓ ଚାକିରି ଦେବା ଆଳରେ ଠକେଇ । କୋର୍ଟ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Kendujhar Fraud
Kendujhar Fraud (Etv bharat odisha)
author img

By ETV Bharat Odisha Team

Published : May 5, 2024, 3:31 PM IST

Kendujhar Fraud (Etv bharat odisha)

କେନ୍ଦୁଝର: ଟେଣ୍ଡର ଦେବା ନାଁରେ ଠକେଇ ଅଭିଯୋଗ । ଆଜି (ରବିବାର) ଟାଉନ ଥାନା ପୋଲିସ ଜଣେ କୋର୍ଟ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଘଷିପୁରା ଗ୍ରାମ୍ୟ ନ୍ୟାୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ଟୁଲୁ ମଲ୍ଲିକ(୩୫), ଆନନ୍ଦପୁର ଥାନା ଅନ୍ତର୍ଗତ କାଠିଆସରା ଗ୍ରାମର ଯଶୋବନ୍ତ ସାମଲ (୨୮) ଓ ଜୀବନ ଆନନ୍ଦ ସାମଲ(୪୦) । ଟେଣ୍ଡର କରାଇଦେବା ନାଁରେ ୫୦ ହଜାର ଟଙ୍କା ଠକିଥିବା ନେଇ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ ।

ସେ ଗୋଟିଏ ନମ୍ବରରୁ କଲ କରି ନିଜକୁ ମୁଖ୍ୟ କିରାଣୀ ଭାବେ ପରିଚୟ ଦେଇ ଟେଣ୍ଡର କରାଇଦେବା ବାହାନାରେ ୫୦ ହଜାର ଟଙ୍କା ନେଇଥିଲେ । ଟୁଲୁ ମଲ୍ଲିକ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ । କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ, ଠକେଇ ହୋଇଥିବା ନେଇ କଟକ ଅଞ୍ଚଳର ଚିତ୍ତରଞ୍ଜନ ଅଧିକାରୀ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ହେଉଛନ୍ତି ସେଫ ଆଣ୍ଡ ସିକ୍ୟୁଓର ସର୍ଭିସେସ ପ୍ରାଇଭେଟ ଲିଃ ମାଲିକ ଅଟନ୍ତି । ସେ ବିଭିନ୍ନ ସ୍ଥାନରେ ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିୟୋଜିତ କରିବା ପାଇଁ ଟେଣ୍ଡର ନିଅନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ପାଇଁ ଟେଣ୍ଡର ବାହାରିବ ଏବଂ ଟେଣ୍ଡର କାମ କଟକ ଅଞ୍ଚଳର ସେଫ ଆଣ୍ଡ ସିକ୍ୟୁଓର ସଲ୍ୟୁସନ ପ୍ରାଇଭେଟ ଲିଃ ନାମରେ କରାଇ ଦେବାକୁ କହି ଉକ୍ତ ସଂସ୍ଥାର ମୁଖ୍ୟ ଚିତ୍ତରଞ୍ଜନ ଅଧିକାରୀଙ୍କୁ ୫୦ ହଜାର ଟଙ୍କା ନେଇଥିଲେ ଅଭିଯୁକ୍ତ । କିନ୍ତୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ କୌଣସି ଅର୍ଡର ନ ପାଇବାରୁ ସନ୍ଦେହ ହେବାରୁ ସେ ଟାଉନ ପୋଲିସର ଦ୍ୱାରସ୍ଥ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ମ୍ୟୁଚୁଆଲ ଫଣ୍ଡ ଆଳରେ ଲକ୍ଷାଧିକ ଟଙ୍କାର ଠକେଇ, ପୋଲିସର ତଦନ୍ତ ଜାରି - Mutual Fund Investment Fraud

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନଙ୍କ ମୋବାଇଲ ନମ୍ବର ସୁଇଚ ଅଫ୍ ଥିବାରୁ ବ୍ୟବହାର କରିଥିବା ମୋଟର ସାଇକେଲ ନମ୍ବର ଦେବା ପରେ ପୋଲିସ ସେହି ଆଧାରରେ ତଦନ୍ତ କରିଥିଲା । ସିସିଟିଭିରୁ ଗାଡି ନମ୍ବର ମିଳିବା ପରେ ସେମାନଙ୍କ ଠିକଣା ଜଣାପଡିଥିଲା । ଗିରଫ ଟୁଲୁ ମଲ୍ଲିକଙ୍କ ଘର ପୁରୀ ଜିଲ୍ଲା ଗୋପ ଥାନା ମରାଳ ଗ୍ରାମରେ ବୋଲି ଜଣାପଡିଥିବା ବେଳେ ସେ ଯୁବକ/ଯୁବତୀମାନଙ୍କୁ ଚାକିରୀ କରାଇ ଦେବା ପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । କେନ୍ଦୁଝର ସହର ଗାନ୍ଧୀ ଛକ ନିକଟ ନିୟୁ ମୟୁର ଲଜରେ ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ପୋଲିସ ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀରେ ଫେକ ନିଯୁକ୍ତି ପତ୍ର ଜବତ ହୋଇଛି ।

ପୋଲିସ କେସ ନମ୍ବର ୨୫୨ ତା ୨୪/୦୪/୨୦୨୪ ରେ ଦଫା ୪୨୦ ,୪୬୮/୪୭୧/୪୭୪,୩୪ ଆଇପିସିରେ ମାମଲା ରୁଜୁ କରିଛି । ତଦନ୍ତ ବେଳେ ଟାଟା ମେମୋରିଆଲ ହସପିଟାଲ ଯୋଡା, ଡିଏମ୍ଏଫ୍,ଆପୋଲୋ ଫାର୍ମାସି ଆଦି ସଂସ୍ଥା ନାମରେ ନିଯୁକ୍ତିପତ୍ର,ବିଭିନ୍ନ କମ୍ପାନୀର ଷ୍ଟାମ୍ପ, ଏକ ବାଇକ ଓ ନଗଦ ଟଙ୍କା ଜବତ୍ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ ପ୍ରକାଶ କରିଛନ୍ତି।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.